ଆତ୍ମହାନୀ

From Wikipedia, the free encyclopedia

ଆତ୍ମହାନୀ
Remove ads

ଆତ୍ମହାନୀ ଏକ ବ୍ୟବ‌ହାରୀକ ରୋଗ ଯେଉଁଥିରେ ଆତ୍ମହତ୍ୟା ଇଚ୍ଛା ନ ଥାଇ ଉଦ୍ଦେଶ୍ୟମୂଳକ ଭାବରେ ନିଜର ଶାରୀରିକ କ୍ଷତି କରାଯାଏ ।[] [] ଏହାର ସାଧାରଣ ଉଦାହରଣ ହେଉଛି ତୀକ୍ଷ୍ଣ ବସ୍ତୁ କିମ୍ବା ଉତ୍ତାପ ସାହାଯ୍ୟରେ ରର୍ମକୁ ପ୍ରତ୍ୟକ୍ଷ ଆଘାତ ପାହଞ୍ଚେଇବା ।[] ଅନେକ ସମୟରେ ଏକାଧିକ ଆଘାତର ସୃଷ୍ଟି କରାଯାଏ । [] ଅନ୍ୟାନ୍ୟ ପଦ୍ଧତିଗୁଡ଼ିକ ଅତ୍ୟଧିକ ଔଷଧ ମାତ୍ରା ସେବନ କିମ୍ବା ନିଜକୁ ଆଘାତ ଦେବା ହୋଇପାରେ ।[] ଯେଉଁମାନେ ଆତ୍ମହାନୀ କରନ୍ତି ସେମାନେ ଅନେକ ସମୟରେ ପରେ ସ୍ୱୟଂ ଲଜ୍ଜା ଅନୁଭବ କରନ୍ତି ।[] ସେମାନଙ୍କର ଆତ୍ମହତ୍ୟା ପ୍ରବଣତା ପ୍ରାୟ ଦଶ ଗୁଣ ଅଧିକ ଥାଏ । []

Quick facts Self-harm, ବିଭାଗ ...

ଏହା ସାଧାରଣତଃ ବର୍ଡ଼ର ଲାଇନ ପର୍ସନାଲିଟି ଡିଜଅର୍ଡ଼ର, ଅସାମାଜିକ ବ୍ୟକ୍ତିତ୍ୱ ରୋଗ, ପଦାର୍ଥର ଅପବ୍ୟବହାର ଏବଂ ଅଟିଜିମ୍ ଇତ୍ୟାଦି ରୋଗମାନଙ୍କ ସହିତ ଜଡିତ ଥାଏ ।[] ଚିନ୍ତା, ଏହା ଅନ୍ୟ ମାନସିକ ସମସ୍ୟା ବିନା ଲୋକଙ୍କଠାରେ ମଧ୍ୟ ହୋଇପାରେ ।[] ଏମାନଙ୍କ ସ‌ହିତ ନିରାଶା, ଆତ୍ମ-କ୍ଷତି କରୁଥିବା ବନ୍ଧୁ ଏବଂ ଅପବ୍ୟବହାରର ଇତିହାସ ଥାଇପାରେ ।[] ତୀବ୍ର ଭାବନାରୁ ଅସ୍ଥାୟୀ ଆରାମ ଦେବା ପାଇଁ କେତେକ ଏହାକୁ ଏକ ଉପାୟ ଭାବରେ ବ୍ୟବହାର କରନ୍ତି ।[] ଏହା ଆତ୍ମ-ଦଣ୍ଡ, ସାହାଯ୍ୟ ପାଇଁ କ୍ରନ୍ଦନ ଏବଂ ପାରସ୍ପରିକ ବିବାଦର ମୁକାବିଲା ପାଇଁ ବ୍ୟବହୃତ ହୋଇପାରେ | []

ଏହି ରୋଗରେ ଟାଟୁ କରିବା କିମ୍ବା ଫୋଡ଼ିବାଭଳି ସାମାଜିକ ବ୍ୟବସ୍ଥା ଗ୍ରହଣୀୟ ନୁହେଁ ।[] ଏଥିରେ ପରୋକ୍ଷ ଆଘାତ ମଧ୍ୟ ଅନ୍ତର୍ଭୂକ୍ତ ହୁଏ ନାହିଁ ଯେପରିକି ଖାଇବା ବେମାରୀ କିମ୍ବା ପଦାର୍ଥର ଅପବ୍ୟବହାର ନିଆ ଯାଏ ନାହିଁ ।[] ପ୍ରାରମ୍ଭିକ ଚିକିତ୍ସାରେ କ୍ଷତ ବନ୍ଦ ଆବଶ୍ୟକ ହୋଇପାରେ । [] ଦୀର୍ଘକାଳୀନ ପରିଚାଳନାରେ ଜ୍ଞାନଗତ ବ୍ୟବ‌ହାରୀକ ଚିକିତ୍ସା ସହିତ ଅନ୍ୟାନ୍ୟ ଅବସ୍ଥାକୁ ସମାଧାନ କରାଯାଏ ।[] ଉନ୍ନତ ଉପାୟ ସାହାଯ୍ୟରେ ଚାପ କମ କରିବା ପଦ୍ଧତି ବିକାଶ କରିବା ଆବଶ୍ୟକ ।[] କିଛି ଲୋକ ନାଲଟ୍ରେକ୍ସୋନ ଔଷଧଦ୍ୱାରା ସାହାଯ୍ୟ ନେଇପାରନ୍ତି । []

କିଶୋରମାନଙ୍କ କ୍ଷେତ୍ରରେ ଆତ୍ମ-କ୍ଷତି ସାଧାରଣତଃ ଅଧିକ ଦେଖାଯାଏ ଯାହା ୧୮ ବର୍ଷ ବୟସ ପରେ କମ୍ ହୋଇଯାଏ ।[] [] ଏହା ପ୍ରାୟ ୧୭% ଲୋକଙ୍କୁ କିଛି ସମୟ ପାଇଁ ପ୍ରଭାବିତ କରିଥାଏ ।[] ମହିଳାମାନେ ପୁରୁଷଙ୍କ ତୁଳନାରେ ପ୍ରାୟ ୧.୭ ଗୁଣ ଅଧିକ ପ୍ରଭାବିତ ହୁଅନ୍ତି । [] ଅସଙ୍ଗତ ଯୌନ ବ୍ୟବସ୍ଥା (LGBT), କଇଦୀ ଏବଂ ଭେଟେରାନ ଗୋଷ୍ଠୀମାନଙ୍କରେ ଏହା ଅଧିକ ଦେଖାଯାଏ ।[] ୨୦୦୨ରୁ ୨୦୧୭ ମଧ୍ୟରେ ହାର ଯଥେଷ୍ଟ ସ୍ଥିର ରହିଛି ।[] ଆତ୍ମହାନୀ କରୁଥିବା ବୟସ୍କ ବ୍ୟକ୍ତିଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଆଶଙ୍କା ଅଧିକ ଥାଏ । [] ପକ୍ଷୀ ଏବଂ ମାଙ୍କଡ଼ ଇତ୍ୟାଦି ବନ୍ଦୀ ପ୍ରାଣୀ ମଧ୍ୟ କ୍ଷତିଗ୍ରସ୍ତ ଆଚରଣ କରନ୍ତି ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads