ଜୀବସାର କ
From Wikipedia, the free encyclopedia
Remove ads
ଜୀବସାର 'କ' (English: Vitamin A: ଭିଟାମିନ ଏ) ଆକ୍ଷିରେ ଥିବା ରେଟିନା ନିମନ୍ତେ ଅତ୍ୟାବଶ୍ୟକୀୟ ପୋଷକ ଅଟେ । ଏହା ଉଭୟ କମ୍ ଆଲୋକରେ ଦେଖିବା ପାଇଁ ଓ ବର୍ଣ୍ଣ ଚିହ୍ନିବା(ରଙ୍ଗ ଚିହ୍ନିବା) ପାଇଁ ଆବଶ୍ୟକୀୟ ଅଟେ ।
ଜୀବ ଶରୀରରୁ ଜାତ ଖାଦ୍ୟରେ ଜୀବସାର 'କ' , ଇଷ୍ଟର ଅବସ୍ଥାରେ ମିଳେ ; ଯାହାକି ପରେ କ୍ଷୁଦ୍ରାନ୍ତରେ (small intestine) ରେଟିନୋଲରେ ବଦଳିଯାଏ । ରେଟିନୋଲ (Retinol) ରାସାୟନିକ ସଂରଚନା ଅନୁଯାୟୀ ଏକ ସୁରାସାର (Alcohol) ଅଟେ । ଏହି ରେଟିନୋଲ ଶରୀରରେ ସଞ୍ଚୟ ଅବସ୍ଥା ଅଟେ , ଯାହାକି ପରେ ଆଲ୍ଡିହାଇଡ୍ ଅବସ୍ଥାକୁ ରୂପାନ୍ତରିତ ହୋଇଥାଏ : ରେଟିନାଲ ।
ସାଧାରଣତଃ ଖାଦ୍ୟ ପଦାର୍ଥରେ ଜୀବସାର 'କ' ଦୁଇ ପ୍ରକାର ଅବସ୍ଥାରେ ମିଳେ :
- ରେଟିନୋଲ , ଭିଟାମିନ-ଏର ଏକ ଅବସ୍ଥା ଯାହାକି ପ୍ରାଣୀ ଶରୀରରୁ ଜାତ ଖାଦ୍ୟ ପଦାର୍ଥରୁ ମିଳିଥାଏ ।
- କାରୋଟୀନଗୁଡ଼ିକ ଯେପରିକି , ଆଲଫା କରୋଟିନ , ବିଟା କରୋଟିନ , ଗାମା କରୋଟିନ ଓ xanthophyll beta-cryptoxanthin ହିଁ ଭିଟାମିନର ଅବସ୍ଥା ରୂପେ ଶାକାହାରୀ ପ୍ରାଣୀଙ୍କ ଶରୀରରେ ଦେଖାଯାଏ । ପ୍ରକୃତରେ ମାଂସାହାରୀ ପ୍ରାଣୀମାନେ ଏହି କାରୋଟିନକୁ ରେଟିନାଲରେ ପରିବର୍ତ୍ତନ କରିବାରେ ଦୁର୍ବଳ ଅଟନ୍ତି ।
Remove ads
ଇତିହାସ
୧୯୦୬ରେ ଏହି ଜୀବସାର 'କ' ଆବିଷ୍କାର କରାଯାଇଥିଲା । ପୃଷ୍ଟିସାର , ସ୍ନେହସାର ଓ ଶ୍ୱେତସାର ବ୍ୟତୀତ ଅନ୍ୟ କିଛି ଉପାଦାନ ମଧ୍ୟ ଆବଶ୍ୟକ ଥିଲା ଗୋରୁଗାଇମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ । ୧୯୧୭ରେ ଏହି ଉପାଦାନ ସବୁ ସ୍ୱାଧୀନ ଭାବେ ଆବିଷ୍କାର କରିଥିଲେ : ଏଲମର ମ୍ୟାକ କୋଲୁମ (Elmer McCollum ) ୱିସ୍କୋନ୍ସିନ୍-ମାଡିସନ ବିଶ୍ୱବିଦ୍ୟାଳୟରେ ଓ ଲାଫାୟେତ୍ତେ ମେଣ୍ଡେଲ (Lafayette Mendel) , ଥୋମାସ ବର ଓସବୋର୍ଣ୍ଣ (Thomas Burr Osborne) ୟେଲ ବିଶ୍ୱବିଦ୍ୟାଳୟରେ । David Adriaan van Dorp ଓ Jozef Ferdinand Arens ନାମକ ଦୁଇଜଣ ଡଚ ରସାୟନବିତ୍.ଏହାକୁ ପ୍ରଥମେ କୃତ୍ରିମ ଭାବେ ବନେଇ ଥିଲେ ।
Remove ads
ଦୈନିକ ଆବଶ୍ୟକତା
ଜୀବସାର 'କ'ର ଦୈନିକ ଆବଶ୍ୟକତା[୧]
ଅଧିକ ଦେଖନ୍ତୁ: କେତେ ଆହାର ନେବା ଉଚିତ? (ଇଂରାଜୀ)
Remove ads
ଖାଦ୍ୟ ଉତ୍ସ
ସାଧାରଣତଃ ଜୀବସାର କ ଅନେକ ଗୁଡିଏ ଖାଦ୍ୟ ପଦାର୍ଥରୁ ମିଳିଥାଏ:
- ପ୍ରାଣୀଙ୍କ ଯକୃତ (ମାଂସ, ଘୁଷୁରି ମାଂସ, କୁକୁଡା ମାଂସ, ଟର୍କୀ, ମାଛ) ଓ କଡ଼ ମାଛର ଯକୃତରୁ ବାହାରୁଥିବା ତୈଳ ।
- dandelion greens (୫୫୮୮ IU ୧୧୨%)[୨]
- ଗାଜର (୮୩୫ μg ୯୩%)
- broccoli ପତ୍ର (୮୦୦ μg ୮୯%) – USDA database Archived 2015-03-03 at the Wayback Machine. ଅନୁଯାୟୀ broccoli floretsରେ ଏହାର ପରିମାଣ ବହୁତ କମ । [୩]
- କନ୍ଦମୂଳ (709 μg 79%)
- ଲହୁଣୀ (684 μg 76%)
- ବନ୍ଧାକୋବି (681 μg 76%)
- ଖଡା ଶାଗ (୪୬୯ μg ୫୨%)
- କଖାରୁ (୪୦୦ μg ୪୧%)
- collard greens (333 μg 37%)
- Cheddar cheese (265 μg 29%)
- ତରଭୁଜ (169 μg 19%)
- ଅଣ୍ଡା (୧୪୦ μg ୧୬%)
- apricot (୯୬ μg ୧୧%)
- ଅମୃତ ଭଣ୍ଡା (୫୫ μg ୬%)
- ଆମ୍ବ (୩୮ μg ୪%)
- ମଟର ଚଣା (୩୮ μg ୪%)
- broccoli (୩୧ μg ୩%)
- କ୍ଷୀର (୨୮ μg ୩%)
ବି.ଦ୍ର : ଏହି ତଥ୍ୟ ସବୁ USDA databaseରୁ Archived 2015-03-03 at the Wayback Machine. ନିଆଯାଇଛି ଏବଂ ବନ୍ଧନୀ ମଧ୍ୟରେ ଥିବା ତଥ୍ୟ ହେଉଛି, ୧୦୦ ଗ୍ରାମ ଖାଦ୍ୟ ପ୍ରତି retinol activity equivalences (RAEs)ଓ ବୟସ୍କ ପୁରୁଷ ପାଇଁ ଦୈନିକ ଆହାର ଆବଶ୍ୟକତାର ପ୍ରତିଶତ ମୂଲ୍ୟ ।
ପାଚନ ପ୍ରକ୍ରିୟା
ଅଭାବ ଜନିତ ରୋଗ
ଆଧିକ୍ୟ ଜନିତ ରୋଗ
ଆହୁରି ଦେଖନ୍ତୁ
ଆଧାର
ଅଧିକ ପଢନ୍ତୁ
ବାହାର ଲିଙ୍କ
Wikiwand - on
Seamless Wikipedia browsing. On steroids.
Remove ads