ଡୋପାମିନ୍
ଏକ ବିକ୍ରୟ ନାମ ଇଣ୍ଟ୍ରୋପିନ (Intropin) ଏକ ଔଷଧ ଯାହା ସାଧାରଣ ଭାବରେ ଅତି ନିମ୍ନ ରକ୍ତଚାପ, ଲକ୍ଷଣ ପ୍ରକାଶିତ ଧୀର ହୃତ୍ From Wikipedia, the free encyclopedia
Remove ads
ଡୋପାମିନ୍, ଏକ ବିକ୍ରୟ ନାମ ଇଣ୍ଟ୍ରୋପିନ (Intropin) ଏକ ଔଷଧ ଯାହା ସାଧାରଣ ଭାବରେ ଅତି ନିମ୍ନ ରକ୍ତଚାପ, ଲକ୍ଷଣ ପ୍ରକାଶିତ ଧୀର ହୃତ୍ସ୍ପନ୍ଦନ ହାର ଓ ହୃଦ୍ରୋଧ ଚିକିତ୍ସା ନିମନ୍ତେ ଏପିନେଫ୍ରିନ ନ ମିଳୁଥଲେ ଦିଆଯାଏ ।[୧] ନବଜାତ ଶିଶୁଙ୍କର ନିମ୍ନ ରକ୍ତଚାପ ଥିଲେ ଏହା ପସନ୍ଦ ଯୋଗ୍ୟ ଔଷଧ ହୁଏ ।[୨] ନିମ୍ନ ରକ୍ତଚାପରେ ପିଲାମାନଙ୍କର ଏପିନେଫ୍ରିନ ବା ନରଏପିନେଫ୍ରିନ ସାଧାରଣତଃ ବ୍ୟବହାର କରାଯାଉଥିବା ବେଳେ ବୟସ୍କ ଲୋକଙ୍କୁ ନରଏପିନେଫ୍ରିନ ଦିଆଯାଏ ।[୩][୪] ଏହା ଶିରାଭ୍ୟନ୍ତର ଇଞ୍ଜେକସନ ବା ଇଣ୍ଟ୍ରାଓସିଅସ ଇନଫ୍ୟୁଜନ ଆକାରରେ ଦିଆଯାଏ । ଔଷଧ ପ୍ରଭାବ ୫ ମିନିଟ ମଧ୍ୟରେ ଆରମ୍ଭ ହୁଏ । ଡୋଜ ଆବଶ୍ୟକତା ଅନୁସାରେ ବଢ଼େଇ ଦିଆଯାଏ । [୧]
ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବୃକ୍କୀୟ କାର୍ଯ୍ୟ ସମସ୍ୟା, ଅନିୟମିତ ହୃତସ୍ପନ୍ଦନ, ଛାତି ଯନ୍ତ୍ରଣା, ବାନ୍ତି, ମୁଣ୍ଡବଥା ବା ଉତ୍କଣ୍ଠା ଇତ୍ୟାଦି ଦେଖାଯାଏ । ଇଞ୍ଜେକସନ ଶିରା ମଧ୍ୟରୁ ବାହାରି ଯାଇ କୋମଳ ତନ୍ତୁରେ ମିଶିଲେ ତନ୍ତୁ ମୃତ୍ୟୁ ହୁଏ । ଏହି ସଙ୍କଟ କମେଇବା ନିମନ୍ତେ ଫେଣ୍ଟୋଲାମିନ ଦିଆଯାଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧର ବିପଦ ସମ୍ପର୍କରେ ସ୍ପଷ୍ଟ ଚିତ୍ର ନାହିଁ । ସ୍ୱଳ୍ପ ମାତ୍ରାରେ ଏହା ଡୋପାମିନ ରିସେପ୍ଟର ଓ β1- ଆଡ୍ରେନର୍ଜିକ ରିସେପ୍ଟରମାନଙ୍କୁ ଟ୍ରିଗର କରେ: ଉଚ୍ଚ ମାତ୍ରାରେ α- ଆଡ୍ରେନର୍ଜିକ ରିସେପ୍ଟର ମାଧ୍ୟମରେ କାମ କରେ ।[୧]
ସନ ୧୯୧୦ରେ ପ୍ରଥମେ ଇଂଲଣ୍ଡର ଜର୍ଜ ବାର୍ଜର (George Barger) ଓ ଜେମସ ଇୱେନ ଲାବୋରେଟରିରେ ଡୋପାମିନ ପ୍ରସ୍ତୁତ କରିଥିଲେ ।[୫]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (en:World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶରେ ସନ ୨୦୧୪ରେ ଏହାର ୪୦୦ମିଗ୍ରାର ହୋଲସେଲ ମୂଲ୍ୟ $୦.୨୮ରୁ $୦.୬୦ ଆମେରିକୀୟ ଡଲାର ଥିଲା ।[୭] ମାନବ ଶରୀରକ୍ରିୟାତତ୍ତ୍ୱରେ ଡୋପାମିନ ଏକା ଧାରରେ ଏକ ନିଉରୋଟ୍ରାନ୍ସମିଟର (neurotransmitter) ଓ ଏକ ହରମୋନ ।[୮]
Remove ads
ଡାକ୍ତରୀ ବ୍ୟବହାର
ନିମ୍ନ ରକ୍ତ ଚାପ
ନବଜାତ ଶିଶୁଙ୍କର ଅତି ନିମ୍ନ ରକ୍ତ ଚାପ ନିମନ୍ତେ ଏହା ସବୁଠାରୁ ପସନ୍ଦ ଯୋଗ୍ୟ ଔଷଧ ।[୨]ନିମ୍ନ ରକ୍ତଚାପରେ ପିଲାମାନଙ୍କର ଏପିନେଫ୍ରିନ ବା ନରଏପିନେଫ୍ରିନ ସାଧାରଣତଃ ବ୍ୟବହାର କରାଯାଉଥିବା ବେଳେ ବୟସ୍କ ଲୋକଙ୍କୁ ନରଏପିନେଫ୍ରିନ ଦିଆଯାଏ ।[୩][୪]
ନିମ୍ନ ରକ୍ତ ପରିମାଣ ଥିଲେ ପ୍ରଥମେ ଶିରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ ଓ ପରେ ଡୋପାମିନ୍ ଦେବା କଥା ଚିନ୍ତା କରାଯାଏ । [୧]
ବୃକ୍କ କାର୍ଯ୍ୟ
ଆକ୍ୟୁଟ ବୃକ୍କ ଆଘାତ (acute kidney injury) ହେଲେ ନିମ୍ନ ମାତ୍ରାର ଡୋପାମିନ ରୁଟିନ ହିସାବରେ ଦିଆଯାଏ । କିନ୍ତୁ ସନ ୧୯୯୯ରେ ଅନେକ ଅନୁଶୀଳନ ପରେ ଦେଖାଗଲା, ନିମ୍ନ ମାତ୍ରାର ଔଷଧ ପ୍ରଭାବଶାଳୀ ନୁହେଁ ଓ ବେଳେବେଳେ ବରଂ କ୍ଷତିକାରାକ ହୁଏ । [୯][୧୦]
ଦେବା ପଦ୍ଧତି
ପ୍ଲାଜ୍ମାର ବାୟୋଲୋଜିକାଲ ହାଫ ଲାଇଫ ଅତି ଅଳ୍ପ, ବଡ଼ ମଣଷଙ୍କର ପ୍ରାୟ ଏକ ମିନିଟ ଓ ନବଜାତଙ୍କର ୨ମିନିଟ ଓ ଅକାଳ ଜନ୍ମିତ ଶିଶୁର ୫ମିନିଟ- ଏହା ଶିରାଭ୍ୟନ୍ତର ଡ୍ରିପ ଆକାରରେ ଦିଆଯାଏ ।[୧୧]
ଅନ୍ୟାନ୍ୟ ବ୍ୟବହାର
ନିଗ୍ରୋସ୍ଟ୍ରାଏଟାଲ ପାଥୱେର କାର୍ଯ୍ୟ ସମୀକ୍ଷା କରବା ନିମନ୍ତେ ବ୍ୟବହାର କରାଯାଉଥିବା ପଜିଟ୍ରନ ଏମିସନ ଟୋମୋଗ୍ରାଫିରେ ଡୋପାମିନ୍ର ଏକ ଫ୍ଲୋରିନେଟେଡ ଆକାରର ଏଲ-ଡୋପା ବ୍ୟବହାର କରାଯାଏ ।[୧୨]
Remove ads
ଅଣସୂଚନା
ଫେଓକ୍ରୋମୋସାଇଟୋମା ବା ଅତି ଦୃତ ହୃତ୍ପିଣ୍ଡ ଗତି ରୋଗମାନଙ୍କରେ ଡୋପାମିନ ଦିଆଯାଏ ନାହିଁ ।[୧]
ପାର୍ଶ୍ୱ ପ୍ରତିକ୍ରିୟା
ଏଲଡି୫୦ ବା ୫୦% ଲୋକଙ୍କ ନିମନ୍ତେ ଘାତକ ସିଦ୍ଧ ହେଉଥିବା ମାତ୍ରା ହେଉଛି: ୫୯ ମିଗ୍ରା/କେଜି (ମୂଷା; ଶିରାଭ୍ୟନ୍ତର ଇଞ୍ଜେକସନ); ୯୫୦ ମିଗ୍ରା/କେଜି (ମୂଷା; ପେରିଟିନିଅମରେ ଦିଆଯାଇଥିବା); ୧୬୩ ମିଗ୍ରା/କେଜି (ମୂଷା;ପେରିଟୋନିଅମ ଭିତରେ ଦିଆଯାଇଥିବା); ୭୯ ମିଗ୍ରା/କେଜି (କୁକୁର; ଶିରାଭ୍ୟନ୍ତରରେ ଦିଆଯାଇଥିବା) ।[୧୩]
ବହିର୍ଗମନ
ଶିରାଭ୍ୟନ୍ତର ଇଞ୍ଜେକସନ ବାହାରକୁ ଇଞ୍ଜେକସନ ନିର୍ଗତ ହେବା ଫଳରେ ତନ୍ତୁ ମୃତ୍ୟୁ ହୁଏ ।[୧] ଫେଣ୍ଟୋଲାମିନ ଇଞ୍ଜେକସନ ଉକ୍ତ ସ୍ଥାନରେ ଦେଲେ ତନ୍ତୁ ମୃତ୍ୟୁ ସଙ୍କଟ କମିଯାଏ । [୧]
କ୍ରିୟା ବିଧି
ମାତ୍ରା ଅନୁସାରେ ଏହାର କାର୍ଯ୍ୟ ସାଧାନ ହୁଏ: ବୃକ୍କଦ୍ୱାରା ଅଧିକ ସୋଡ଼ିଅମ ନିଷ୍କାସନ ହୁଏ, ହୃତ୍ପିଣ୍ଡ ଗତି ଦୃତ ହୁଏ ଓ ରକ୍ତ ଚାପ ବୃଦ୍ଧି ପାଏ ।[୧୧] ନିମ୍ନ ମାତ୍ରାରେ ଏହା ସିମ୍ପାଥେଟିକ ସ୍ନାୟୁ ମଣ୍ଡଳ ମାଧ୍ୟମରେ ହୃତ୍ପିଣ୍ଡ ମାଂସପେଶୀ ସଂକୋଚନ ବଳ ଓ ହୃଦ୍ଗତି ବୃଦ୍ଧି ପାଏ, ଫଳରେ କାର୍ଡ଼ିଆକ ଆଉଟପୁଟ ବା ହୃତ୍ପିଣ୍ଡରୁ ବାହାରୁଥିବା ରକ୍ତ ପରିମାଣ ଓ ରକ୍ତ ଚାପ ବଢ଼େ ।[୧୪][୧୫]
ଡୋପାମିନ ରିସେପ୍ଟର ଉତ୍ତେଜକ ଭାବରେ କିଛି ଫଳ ମିଳୁଥିଲେ ମଧ୍ୟ ମୂଖ୍ୟତଃ α୧, β୧ ଓ β୨ ଆଡ୍ରେନୋରିସେପ୍ଟର ଯୋଗୁ ହୃତ୍ପିଣ୍ଡରକ୍ତନଳୀ ଉପରେ ପ୍ରଭାବ ପଡ଼େ ।[୧୬][୧୭]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads