ମଣିଷ
ମଣିଷ ଜାତିର ସୂଚକ From Wikipedia, the free encyclopedia
Remove ads
ଭଗବାନ ବିଷ୍ଣୁଙ୍କର ଦଶାବତାର କଥା ଶୁଣିଲେ ଓ ଓଡ଼ିଶୀ ନାଚର ଦଶ ଅବତାର ଭଙ୍ଗୀ ଦେଖିଲେ ବୁଝାପଡ଼େ ମଣିଷ କିପରି ଏ ପୃଥିବୀକୁ ଆସିଲା । ବିବର୍ତ୍ତନବାଦୀମାନେ କହନ୍ତି, ପୃଥିବୀଟା ବହୁ ପୁରାକାଳରେ ଖାଲି ବାଷ୍ପମୟ ଥିଲା । କ୍ରମେ କ୍ରମେ ସେ ବାଷ୍ପରାଶି ଶୀତଳ ହୋଇଯାଇ ନାନାପ୍ରକାର ପଦାର୍ଥ ଓ ରାସାୟନିକ ଦ୍ରବ୍ୟରେ ପରିଣତ ହେଲା । ପାଣି ମଧ୍ୟ ତିଆରି ହେଲା । ସେ ପାଣିରେ ପ୍ରଥମେ ଛୋଟ ଛୋଟ ଜୀବ ଉତ୍ପନ୍ନ ହେଲେ । ସେ ଛୋଟ ଛୋଟ ଜୀବ ନାନା ଘାତ ପ୍ରତିଘାତ ମଧ୍ୟରେ ଯାଇ ଆସ୍ତେ ଆସ୍ତେ ଉନ୍ନତ ଧରଣର ହେଲେ । ପରେ ମାଛମାନଙ୍କର ଆବିର୍ଭାବ ହେଲା । ସେ ମାଛମାନେ କ୍ରମେ କ୍ରମେ ଜଳରୁ ସ୍ଥଳଭାଗକୁ ଆସିଲେ । ତା ପରେ ନାନା ପ୍ରକାର ସରୀସୃପ ବା ସାପ ଜାତୀୟ ଓ ବେଙ୍ଗ ଜାତୀୟ ଜୀବ ସୃଷ୍ଟି ହେଲେ । ସେଥିରୁ କ୍ରମେ କ୍ରମେ ନାନା ପ୍ରକାର ଡାଇନୋସର ଓ ଅନ୍ୟାନ୍ୟ ପ୍ରକାରର ଜୀବ ସୃଷ୍ଟି ହୋଇ ଶେଷରେ ମାଙ୍କଡମାନଙ୍କର ଆବିର୍ଭାବ ହେଲା । ଏସବୁ ହେବାକୁ କୋଟି କୋଟି ବର୍ଷ ଲାଗିଥିଲା ବୋଲି ବୈଜ୍ଞାନିକମାନେ କହନ୍ତି । ତା ପରେ ଆସିଲା ମଣିଷ ।
ପ୍ରଥମେ ଆଫ୍ରିକାରେ ପ୍ରାୟ ୨୮୦୦୦୦ ବର୍ଷ ଆଗରୁ ମଣିଷର ଆବିର୍ଭାବ ହୋଇଥିଲା । ସେ ଯୁଗରେ ପ୍ରଥମ ମଣିଷ ଓ ଆଜିର ଭିତରେ ଅନେକ ତଫାତ । ତାଙ୍କ ମୁଣ୍ଡ ତାଙ୍କ ଦେହ ତୁଳନାରେ ଖୁବ୍ ଛୋଟ ଥିଲା । ପରେ ପରେ ମଣିଷର କ୍ରମୋନ୍ନତି ହୋଇ ହୋଇ ଅନେକେ ଏବେ ଭାବୁଛନ୍ତି ଦିନ ଆସିବ ଯେତେବେଳେ ମଣିଷର ଦେହ ଅନୁପାତରେ ତା’ର ମୁଣ୍ଡ ଆହୁରି ବଢ଼ି ବଢ଼ି ଯିବ ।
ମଣିଷ ଶରୀର ରକ୍ତ, ମାଂସ ହାଡ଼, ମାଂସପେଶୀ ଓ ସ୍ନାୟୁମଣ୍ଡଳ ଆଦିକୁ ନେଇ ଗଠିତ ହୋଇଛି। ଏଥିରେ ମୁଖ୍ୟ ପାଞ୍ଚଟି ଅଙ୍ଗ ରହିଛି ଯଥା, ଆଖି, ନାକ, ପାଟି, କାନ ଓ ତ୍ୱଚା।
Remove ads
ଆଧାର
ଅଧିକ ତଥ୍ୟ
Wikiwand - on
Seamless Wikipedia browsing. On steroids.
Remove ads