ଲେପ୍ଟୋସ୍ପାଇରୋସିସ୍

From Wikipedia, the free encyclopedia

ଲେପ୍ଟୋସ୍ପାଇରୋସିସ୍
Remove ads

ଲେପ୍ଟୋସ୍ପାଇରୋସିସ୍ (ଇଂରାଜୀରେ Leptospirosis) ବା କ୍ଷେତ୍ର ଜ୍ୱର (ଇଂରାଜୀରେ field fever),[] ବା ମୂଷା ଧରାଳିଙ୍କ ପୀତବର୍ଣ୍ଣ (ଇଂରାଜୀରେ rat catcher's yellows),[] ବା ପ୍ରିଟିବିଆଲ ଜ୍ୱର (ଇଂରାଜୀରେ pretibial fever)[] ଏକ ପ୍ରକାର ସଂକ୍ରମଣ ଯାହା ଠିପି ଖୋଲିବା କର୍କସ୍କ୍ରୁ ଭଳି ଦେଖାଯାଉଥିବା ଜୀବାଣୁ ଲେପ୍ଟୋସ୍ପାଇରାଦ୍ୱାରା ହୁଏ । ସାମାନ୍ୟ ମୁଣ୍ଡବଥା, ଜ୍ୱର ଓ ମାଂସପେଶୀ ଯନ୍ତଣାରୁ ଆରମ୍ଭ କରି ରୋଗ ଗମ୍ଭୀର ହେଲେ ଫୁସଫୁସରୁ ରକ୍ତ କ୍ଷରଣ ହୁଏ ଓ ମେନିଞ୍ଜାଇଟିସ ହୋଇପାରେ ।[][] ଜଣ୍ଡିସ୍, କିଡନି ଫେଲ୍ରକ୍ତସ୍ରାବ ଏକତ୍ର ଜଣେ ରୋଗୀଠାରେ ଦେଖାଗଲେ ତାହାକୁ ୱେଲ୍‌ସ୍ ରୋଗ ( Weil's disease) କୁହାଯାଏ ।[] ଫୁସଫୁସରେ ଅତ୍ୟଧିକ ରକ୍ତସ୍ରାବ ହେଲେ ତାହାକୁ ଗମ୍ଭୀର ଫୁସଫୁସୀୟ ରକ୍ତସ୍ରାବ ସିଣ୍ଡ୍ରୋମ ହୁହାଯାଏ । []

Quick facts ଲେପ୍ଟୋସ୍ପାଇରୋସିସ୍, ବିଭାଗ ...

ମାନବ ଶରୀରରେ ୧୩ ଜେନେଟିକ୍ ଟାଇପର ଲେପ୍‌ଟୋସ୍ପାଇରା ରୋଗ କରାଇପାରନ୍ତି ।[] ଉଭୟ ଗୃହପାଳିତ ଓ ବନ୍ୟ ପଶୁମାନଙ୍କଦ୍ୱାରା ଏହି ରୋଗ ବ୍ୟାପିପାରେ ।[] ଏହି ରୋଗ ବ୍ୟାପିବାରେ ମୂଷାଭଳି(ରୋଡେଣ୍ଟ) ସାଧାରଣ ଜୀବମାନେ ଅଧିକ ଅଂଶ ଗ୍ରହଣ କରିଥାନ୍ତି ।[] ମାନବ ଦେହର ଚର୍ମ, ଆଖି, ପାଟି ଓ ନାକର ଖଣ୍ଡିଆ ସ୍ଥାନ ସଂକ୍ରମିତ ପଶୁ ମୁତ୍ର କିମ୍ବା ମୂତ୍ର ମିଶ୍ରିତ ଜଳ ବା ମୃତ୍ତିକା ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପେ ।[][] ବିକାଶଶୀଳ ଦେଶମାନଙ୍କର ସ‌ହରରେ ବାସକରୁଥିବା ଚାଷୀ ଓ ଗରିବ ଲୋକମାନେ ଏହି ରୋଗ ଅଧିକ ଭୋଗନ୍ତି ।[] ବିକଶିତ ଦେଶରେ ଉଷ୍ମ ଆର୍ଦ୍ର ଜଳବାୟୁରେ କାମକରୁଥିବା ଲୋକଙ୍କର ଏହି ରୋଗ ଅଧିକ ହୁଏ । [] ରୋଗୀର ରକ୍ତରେ ଜୀବାଣୁର ଡିଏନଏ ମିଳିଲେ ବା ଆଣ୍ଟିବଡି ମିଳିଲେ ରୋଗ ନିର୍ଣ୍ଣୟ ହୁଏ ।[]

ମାନବ ଶରୀରରେ ୧୩ ଜେନେଟିକ୍ ଟାଇପର ଲେପ୍‌ଟୋସ୍ପାଇରା ରୋଗ କରାଇପାରନ୍ତି ।[] ଉଭୟ ଗୃହପାଳିତ ଓ ବନ୍ୟ ପଶୁମାନଙ୍କଦ୍ୱାରା ଏହି ରୋଗ ବ୍ୟାପିପାରେ ।[] ଏହି ରୋଗ ବ୍ୟାପିବାରେ ମୂଷାଭଳି(ରୋଡେଣ୍ଟ) ସାଧାରଣ ଜୀବମାନେ ଅଧିକ ଅଂଶ ଗ୍ରହଣ କରିଥାନ୍ତି ।[] ମାନବ ଦେହର ଚର୍ମ, ଆଖି, ପାଟି ଓ ନାକର ଖଣ୍ଡିଆ ସ୍ଥାନ ସଂକ୍ରମିତ ପଶୁ ମୁତ୍ର କିମ୍ବା ମୂତ୍ର ମିଶ୍ରିତ ଜଳ ବା ମୃତ୍ତିକା ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପେ ।[][୧୦] ବିକାଶଶୀଳ ଦେଶମାନଙ୍କର ସ‌ହରରେ ବାସକରୁଥିବା ଚାଷୀ ଓ ଗରିବ ଲୋକମାନେ ଏହି ରୋଗ ଅଧିକ ଭୋଗନ୍ତି ।[] ବିକଶିତ ଦେଶରେ ଉଷ୍ମ ଆର୍ଦ୍ର ଜଳବାୟୁରେ କାମକରୁଥିବା ଲୋକଙ୍କର ଏହି ରୋଗ ଅଧିକ ହୁଏ । [] ରୋଗୀର ରକ୍ତରେ ଜୀବାଣୁର ଡିଏନଏ ମିଳିଲେ ବା ଆଣ୍ଟିବଡି ମିଳିଲେ ରୋଗ ନିର୍ଣ୍ଣୟ ହୁଏ ।[]

ସଂକ୍ରମିତ ପଶୁମାନଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ଗ୍ଲୋଭ୍‌ସ ପିନ୍ଧି ପଶୁଙ୍କ ଯତ୍ନ ନେଇ, ତାଙ୍କ କାମ କରିସାରି ଭଲରୁପେ ହାତ ଧୋଇ ଓ ଅଞ୍ଚଳରେ ରୋଡେଣ୍ଟ ସଂଖ୍ୟା କମ୍ କରି ଏହି ରୋଗ ପ୍ରତିରୋଧ କରିହୁଏ ।[] ଟୁରିଷ୍ଟମାନଙ୍କୁ ଆଣ୍ଟିବାୟୋଟିକ ଡକ୍‌ସିସାଇକ୍ଲିନ ଦେବାଦ୍ୱାରା କିଛି ଉପକାର ହେବା ଜଣାଯାଏନାହିଁ ।[] ଅଳ୍ପ କେତେକ ପ୍ରକାର ଲେପ୍ଟୋସ୍ପାଇରା ନିମନ୍ତେ ଟିକା ମିଳୁଛି ଯାହା ବ୍ୟାପିବା ସଙ୍କଟରୁ ରକ୍ଷା କରିବ ।[] ଡକ୍‌ସିସାଇକ୍ଲିନ, ପେନିସିଲିନ କିମ୍ବା ସେଫଟ୍ରିଆକ୍ସନ ଔଷଧ ଦେଇ ଚିକିତ୍ସା କରାଯାଏ ।[] ୱେଲ୍ସ ରୋଗ ଓ ଉତ୍କଟ ଫୁସଫୁସୀୟ ରକ୍ତସ୍ରାବ ହେଲେ ମୃତ୍ୟୁ ହାର ଯଥାକ୍ରମେ ୧୦%ରୁ ୫୦% ହୁଏ, ଚିକିତ୍ସା କଲେ ମଧ୍ୟ ।[]

ହିସାବରୁ ଦେଖାଯାଇଛି, ପ୍ରତି ବର୍ଷା ୭ରୁ ୧୦ ନିୟୁତ ଲୋକ ଲେପ୍ଟୋସ୍ପାଇରୋସିସ୍ ରୋଗରେ ସଂକ୍ରମିତ ହୁଅନ୍ତି ।[୧୧] ଏହି ରୋଗର ମୃତ୍ୟୁ ସଂଖ୍ୟାର ସଠିକତା ଜଣାପଡ଼ୁନାହିଁ ।[୧୧] ଗ୍ରୀଷ୍ମାଞ୍ଚଳରେ ଏହି ରୋଗ ହେଉଥିଲେ ମଧ୍ୟ ସବୁ ସ୍ଥାନରେ ହୋଇପାରିବ ।[] ବିକାଶଶୀଳ ଦେଶମାନଙ୍କର ବସ୍ତି ଅଞ୍ଚଳରେ ଏହା ମଡ଼କ ବା ଏପିଡେମିକ ଆକାର ଧାରଣ କରିପାରେ ।[] ସର୍ବପ୍ରଥମେ ୱେଲ ସନ ୧୮୮୬ରେ ଏହା ରୋଗ ବିଷୟରେ ବର୍ଣ୍ଣନା କରିଥିଲେ ।[] ସଂକ୍ରମିତ ପଶୁମାନଙ୍କର ଲକ୍ଷଣ ନାସ୍ତି, ସ୍ୱଳ୍ପ ବା ଉତ୍କଟରୁପେ ଦେଖାଯାଇପାରେ ।[] ପଶୁ ଭେଦରେ ଲକ୍ଷଣ ଫରକ୍ ଆସେ ।[] କେତେକ ପଶୁଙ୍କର ପ୍ରଜନନ ପଥରେ ଲେପ୍ଟୋସ୍ପାଇରା ଥିବାରୁ ଯୌନ ସମ୍ପର୍କ ସମୟରେ ରୋଗ ସଞ୍ଚରଣ ହୁଏ ।[୧୨]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads