ହେପାଟାଇଟିସ ଏ

From Wikipedia, the free encyclopedia

ହେପାଟାଇଟିସ ଏ
Remove ads

ହେପାଟାଇଟିସ ଏ (ଆଗରୁ ଏହାର ନାମ ଥିଲା (ସଂକ୍ରମଣକାରୀ ହେପାଟାଇଟିସ) ଏକ ତୀବ୍ର) ସଂକ୍ରମଣକାରୀ ରୋଗ ଯାହା ଯକୃତରେ ହେପାଟାଇଟିସ ଏ ଭୁତାଣୁଦ୍ୱାରା (HAV) ହୁଏ ।[] ଅନେକ ଲୋକଙ୍କର ଆଦୌ ଲକ୍ଷଣ ପ୍ରକାଶ ପାଏନାହିଁ ବା ସାମାନ୍ୟ ପ୍ରକାଶ ପାଏ ।[] ଏହି ଭୁତାଣୁ ଦେହରେ ପ୍ରବେଶ କରିବାଠାରୁ ଲକ୍ଷଣ ପ୍ରକାଶ ପାଇବାକୁ ୨ରୁ ୬ ସପ୍ତାହ ଲାଗେ ।[] ଏହାର ଲକ୍ଷଣ ୮ ସପ୍ତାହ ଧରି ରହେ ଯେଉଁଥିରେ ଓକାଳ, ବାନ୍ତି, ତରଳ ଝାଡ଼ା, ହଳଦିଆ ଚର୍ମ, ଜ୍ୱର, ପେଟରେ ଯନ୍ତ୍ରଣା ହୁଏ ।[] ପ୍ରଥମ ସଂକ୍ରମଣର ୬ ମାସ ପରେ ଆଉ ଥରେ ୧୦-୧୫% ରୋଗୀଙ୍କଠାରେ ଏହି ଲକ୍ଷଣ ପୁନର୍ବାର ଦେଖାଯାଏ । [] ତୀବ୍ର ଯକୃତ ଫେଲ୍ କ୍ୱଚିତ ଦେଖାଯାଏ ଓ ଏହା ସାଧାରଣତଃ ବୟସ୍କ ଲୋକଙ୍କର ହୁଏ ।[]

Quick facts ହେପାଟାଇଟିସ ଏ, ବିଭାଗ ...

ସାଧାରଣତଃ ମଳରେ ଥିବା ଭୁତାଣୁ ଅପମିଶ୍ରିତ ଖାଦ୍ୟ ଖାଇଲେ ଓ ପାଣି ପିଇଲେ ଏହି ରୋଗ ବ୍ୟାପେ । [] ଯଥେଷ୍ଟ ରନ୍ଧା ହୋଇ ନ ଥିବା ସେଲ ଫିସ୍/ (Shellfish) ଖାଦ୍ୟ ଏହାର ଏକ ସାଧାରଣ ଉତ୍ସ ।[] ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ନିକଟ ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ବ୍ୟାପେ ।[] ସଂକ୍ରମିତ ପିଲାମାନଙ୍କର ଲକ୍ଷଣ ପ୍ରକାଶ ନ ପାଇଲେ ମଧ୍ୟ ଅନ୍ୟମାନଙ୍କୁ ସଂକ୍ରମଣ କରିବା ଶକ୍ତି ଥାଏ ।[]ଥରେ ସଂକ୍ରମିତ ହେଲେ ଜୀବନବ୍ୟାପି ଇମ୍ମ୍ୟୁନିଟି ପ୍ରସ୍ତୁତ ହୋଇଯାଏ । [] ଏହାର ଲକ୍ଷଣ ଅନେକ ରୋଗରେ ସମାନ ଭାବରେ ପ୍ରକାଶ ପାଉଥିବାରୁ ଏହି ରୋଗ ନିର୍ଣ୍ଣୟ ନିମନ୍ତେ ରକ୍ତ ପରୀକ୍ଷା ଆବଶ୍ୟକ ହୁଏ । [] ପାଞ୍ଚୋଟି ଜଣାଶୁଣା ହେପାଟାଇଟିସ ଭୁତାଣୁ ଯଥା ହେପାଟାଇଟିସ ଭୁତାଣୁ: ଏ, ବି, ସି, ଡି ମଧ୍ୟରୁ ଏହା ଗୋଟିଏ ।

ହେପାଟାଇଟିସ ଏ ଟିକା ଏହି ରୋଗର ପ୍ରତିରୋଧ ନିମନ୍ତେ ଅତି ପ୍ରଭାବଶାଳୀ ।[][] କେତେକ ଦେଶମାନଙ୍କରେ ଏହି ଟିକା ପିଲାମାନଙ୍କୁ ଓ ଆଗରୁ ଟିକା ନ ନେଇଥିବା ତ‌ଥା ଅଧିକ ରିସ୍କ ବା ସଙ୍କଟ ଥିବା ଲୋକମାନଙ୍କୁ ଏହା ଦେବାକୁ ସୁପାରିଶ କରାଯାଏ ।[][] ଏହା ଜୀବନବ୍ୟାପୀ ଫଳପ୍ରଦ ହୁଏ । [] ଅନ୍ୟ ପ୍ରତିରୋଧକାରୀ କର୍ମମାନଙ୍କ ମଧ୍ୟରେ ଉତ୍ତମ ରୂପେ ହାତ ଧୋଇବା ଓ ଭଲଭାବେ ରାନ୍ଧିବା ଆବଶ୍ୟକ ।[] ଏହା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ; ବିଶ୍ରାମ ଦେବା, ତରଳ ଝାଡ଼ା ତ‌ଥା ଓକାଳ ନିମନ୍ତେ ଆବଶ୍ୟକମତେ ଔଷଧ ଦିଆଯାଏ ।[] ଏହି ରୋଗ କୌଣସି ପରବର୍ତ୍ତୀ ଯକୃତ ରୋଗ ନ ହୋଇ ସାଧାରଣତଃ ସମ୍ପୁର୍ଣ୍ଣ ଭଲ ହୋଇଯାଏ ।[] ଯକୃତ ଫେଲ୍ ହେଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ କରାଯାଏ ।[]

ପ୍ରତ୍ୟେକ ବର୍ଷ ପୃଥିବୀରେ ୧.୫ ନିୟୁତ ଲକ୍ଷଣ‌ଯୁକ୍ତ ଏହି ରୋଗ ହୁଏ,[] ଓ ଅନେକ ନିୟୁତ ସଂକ୍ରମଣ ହୁଏ ।[] ଯଥେଷ୍ଟ ବିଶୁଦ୍ଧ ଜଳ ନ ମିଳୁଥିବା ସ୍ଥାନମାନଙ୍କରେ ଓ ଦରିଦ୍ର ପରିମଳ ବ୍ୟବସ୍ଥାଥିବା ସ୍ଥାନରେ ଏହି ରୋଗ ସାଧାରଣତଃ ହୁଏ ।[] ବିକାଶଶୀଳ ରାଷ୍ଟ୍ରମାନଙ୍କରେ ୧୦ ବର୍ଷ ବୟସ ଭତରେ ପିଲାଙ୍କୁ ସଂକ୍ରମଣ ହୁଏ, ତେଣୁ ଏମାନେ ବୟଃପ୍ରାପ୍ତ ହେବାବେଳକୁ ପ୍ରତିରରୋଧ ସମ୍ପର୍ଣ୍ଣ ହୋଇଯାଆନ୍ତି ।[] ମଧ୍ୟମ ବିକଶିତ ଦେଶମାନଙ୍କରେ ପିଲାମାନେ ଅଳ୍ପ ବୟସବେଳେ ସଂକ୍ରମିତ ନ ହେବାରୁ ଓ ଟିକା ନ ନେବାରୁ ସାଧାରଣତଃ ସମୟେ ସମୟେ ରୋଗ ଭୋଗନ୍ତି ।[] ୨୦୧୦ ମସିହାରେ ତୀବ୍ର ହେପାଟାଇଟିସ ଏ ରୋଗଯୋଗୁ ୧୦୨,୦୦୦ ମୃତ୍ୟୁ ହୋଇଥିଲା ।[] ପ୍ରତିବର୍ଷ ଜୁଲାଇ ୨୮ ତାରିଖ ଦିନ ଏହି ରୋଗ ବିଷୟରେ ସଚେତନ ରହିବା ନମନ୍ତେ ପୃଥିବୀ ହେପାଟାଇଟିସ ଦିବସ ପାଳନ କରାଯାଏ ।[]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads