ୟୁନିଫର୍ମ ରିସୋର୍ସ ଲୋକେଟର
ଇଣ୍ଟରନେଟରେ ଉପଲବ୍ଧ କୌଣସି ପୃଷ୍ଠାର ନିର୍ଦ୍ଦିଷ୍ଟ ଠିକଣା From Wikipedia, the free encyclopedia
Remove ads
ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ହେଉଛି ଇଣ୍ଟରନେଟରେ ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା । ଏହାକୁ ମଧ୍ୟ ସାଧାରଣ ଭାବେ ଇଣ୍ଟରନେଟ ଆଡ୍ରେସ ବା ୱେବ ଆଡ୍ରେସ କୁହାଯାଏ ।[୧] ଏହି ଠିକଣାଦ୍ୱାରା ଏକ କମ୍ପ୍ୟୁଟର ନେଟୱାର୍କରେ ସଂଲଗ୍ନ ପୃଷ୍ଠାଟିର ସ୍ଥିତି ତଥା ଏହାକୁ ଖୋଜି ପାଇବାର କୌଶଳ ସମ୍ପର୍କରେ ଜଣା ପଡ଼ିଥାଏ । ପ୍ରତ୍ୟେକ ୱେବ୍ ପେଜ୍ ବା ପୃଷ୍ଠା ପାଇଁ ଏହି URL ଅଲଗା ଅଲଗା ହୋଇଥାଏ । ୟୁନିଫର୍ମ ରିସୋର୍ସ ଲୋକେଟର (URL) ହେଉଛି ଏକ ପ୍ରକାରର ୟୁନିଫର୍ମ ରିସୋର୍ସ ଆଇଡେଣ୍ଟିଫାୟର (URI) । URIଦ୍ୱାରା ଏକ ୱେବ ପେଜ୍କୁ କେବଳ ଚିହ୍ନଟ କରାଯାଇଥାଏ । କିନ୍ତୁ URLଦ୍ୱାରା ୱେବ ପେଜ୍ଟିକୁ ଖୋଜି ପାଇବାର କୌଶଳ ମଧ୍ୟ ଜଣାପଡ଼ିଥାଏ । ଯଦିଓ ଏହାକୁ ମୁଖ୍ୟତଃ ୱେବ ପେଜ୍ର ଠିକଣା ଭାବେ ବ୍ୟବହାର କରାଯାଏ, ଫାଇଲ୍ ଆଦାନପ୍ରଦାନ (File transfer), ଇମେଲ (E-mail), ଡାଟାବେସ ବ୍ୟବହାର (Database access) ଏବଂ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ । ଅଧିକାଂଶ ୱେବ ବ୍ରାଉଜରରେ ୱେବ ପେଜ୍ର ଉପରେ ଥିବା ଆଡ୍ରେସ ବାରରେ ୱେବ ପେଜ୍ଟିର URL ପ୍ରଦର୍ଶିତ ହୋଇଥାଏ । ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ :
http://www.example.com/index.html

ଏଠାରେ http ହେଉଛି ଏକ ପ୍ରୋଟୋକଲ୍, www.example.com ହେଉଛି ହୋଷ୍ଟ୍ ନେମ୍ ବା ସଂଲଗ୍ନ ପୃଷ୍ଠା (ଏଠାରେ ଫାଇଲ୍)ଟି ଥିବା ସର୍ଭର୍ର ନାମ ଏବଂ index.html ହେଉଛି ଫାଇଲ୍ର ନାମ (ଏଠାରେ ପୃଷ୍ଠାଟି ନିଜେ ହିଁ ଏକ ଫାଇଲ୍) । ସାଧାରଣତଃ http ଏବଂ https ପ୍ରୋଟୋକଲ୍କୁ ବ୍ୟବହାର କରୁଥିବା URLକୁ ହିଁ ୱେବ୍ ଆଡ୍ରେସ୍ କୁହାଯାଏ ।[୨] ଫାଇଲ୍ ଆଦାନପ୍ରଦାନ ପାଇଁ ବ୍ୟବହୃତ URLରେ ftp ପ୍ରୋଟୋକଲ୍ (File Transfer Protocol) ବ୍ୟବହୃତ ହୋଇଥାଏ ।[୩] ଉଦାହରଣ ସ୍ୱରୂପ :
ସେହିପରି କୌଣସି ଇ-ମେଲ୍ କ୍ଲାଇଣ୍ଟ୍କୁ ଖୋଲିବା ପାଇଁ mailto ପ୍ରୋଟୋକଲ୍ ଓ କୌଣସି ଡାଟାବେସ୍ ବ୍ୟବହାର କରିବା ପାଇଁ jdbc ପ୍ରୋଟୋକଲ୍ ବ୍ୟବହୃତ ହୋଇଥାଏ ।[୪]
Remove ads
ଇତିହାସ

ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ୧୯୯୪ ମସିହାରେ ୱାର୍ଲଡ୍ ୱାଇଡ୍ ୱେବ୍ (WWW)ର ଉଦ୍ଭାବକ ଟିମ୍ ବର୍ନର୍ସ୍-ଲି ଓ URI ଉପରେ କାମ କରୁଥିବା ଇଣ୍ଟର୍ନେଟ୍ ଇଂଜିନିୟରିଂ ଟାସ୍କ୍ ଫୋର୍ସ୍ (IETF)ର ଏକ ଦଳଙ୍କ ମିଳିତ ଉଦ୍ୟମରେ ତିଆରି ହୋଇଥିଲା ।[୫] ରିକ୍ୱେଷ୍ଟ୍ ଫର୍ କମେଣ୍ଟ୍ସ୍ (RFC) ୧୭୩୮ରେ URLର ଲିଖନ ଶୈଳୀ ବିଷୟରେ ବର୍ଣ୍ଣନା କରାଯାଇଛି ।[୬] URLର ଲିଖନ ଶୈଳୀରେ ୧୯୮୫ ମସିହାରେ ତିଆରି ହୋଇଥିବା ଡୋମେନ୍ ନେମ୍ ସିଷ୍ଟମ୍ ଓ ଫାଇଲ୍ ପାଥ୍ ସିନ୍ଟାକ୍ସ୍ ବ୍ୟବହୃତ ହୋଇଥାଏ । URLର ଅନ୍ୟାନ୍ୟ ଅଂଶଗୁଡ଼ିକଠାରୁ ଡାଇରେକ୍ଟୋରି କିମ୍ବା ଫାଇଲ୍ର ନାମକୁ ଅଲଗା କରିବା ପାଇଁ ସ୍ଲାଶ୍ (/) ସଙ୍କେତ ବ୍ୟବହାର କରାଯାଏ । ସେହିପରି ୱେବ୍ସାଇଟ୍ର ନାମ ବା ହୋଷ୍ଟ୍ ନେମ୍ଟି // (୨ଟି ସ୍ଲାଶ୍) ସଙ୍କେତରୁ ଆରମ୍ଭ ହୋଇଥାଏ ।
Remove ads
ସିନ୍ଟାକ୍ସ୍
Wikiwand - on
Seamless Wikipedia browsing. On steroids.
Remove ads
