ଇନସୁଲିନ ଗ୍ଲାର୍ଜିନ
ଔଷଧ / From Wikipedia, the free encyclopedia
ଇନସୁଲିନ ଗ୍ଲାର୍ଜିନ (ଇଂରାଜୀ ଭାଷାରେ Insulin glargine, ଏକ ବ୍ୟବସାୟୀକ ନାମ ଲାଣ୍ଟସ) ଏକ ଦୀର୍ଘ-କାର୍ଯ୍ୟକାରୀ ଇନସୁଲିନ (insulin) ଯାହା ଉଭୟ ଟାଇପ ୧ ଓ ଟାଇପ ୨ ମଧୁମେହ ରୋଗର ଚିକିତ୍ସାରେ ଦିଆଯାଏ ।[1] ସଂଯୁକ୍ତ ରାଷ୍ଟ୍ରରେ ଏହି ଔଷଧ ଦେବାକୁ ଉପଦେଶ ଦିଆଯାଏନାହିଁ ।[2] ଚର୍ମତଳ ଇଞ୍ଜେକସନ (injection just under the skin) ଆକାରରେ ଏହା ଦିନକୁ ଥରେ ଦିଆଯାଏ ।[1] ଇଞ୍ଜେକସନ ଦେବାର ଏକ ଘଣ୍ଟା ପରେ ଏହାର ପ୍ରଭାବ ଆରମ୍ଭ ହୁଏ । [1]
Clinical data | |
---|---|
Trade names | Lantus, Toujeo, Abasaglar, Basaglar, other |
AHFS/Drugs.com | monograph |
MedlinePlus | a600027 |
data |
|
Pregnancy category |
|
Routes of administration | Subcutaneous |
ATC code |
|
Legal status | |
Legal status |
|
Identifiers | |
IUPAC name
| |
CAS Number | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ECHA InfoCard | 100.241.126 |
Chemical and physical data | |
Formula | C267H404N72O78S6 |
Molar mass | 6063 g/mol |
NY (what is this?) (verify) |
ଇନସୁଲିନ ଗ୍ଲାର୍ଜିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା (low blood sugar), ଇଞ୍ଜେକସନ ଦେବା ସ୍ଥାନରେ ସମସ୍ୟା, ଗଲୁ ଓ ଓଜନ ବୃଦ୍ଧି ହୋଇପାରେ ।[1] ପ୍ରତିକ୍ରିୟା ସାଂଘାତିକ ହେଲେ ରକ୍ତ ପୋଟାସିଅମ (low blood potassium) କମିଯାଏ ।[1] ଗର୍ଭାବସ୍ଥାରେ ଇନସୁଲିନ ଗ୍ଲାର୍ଜିନ ଅପେକ୍ଷା ଏନପିଏଚ ଇନସୁଲିନ (NPH insulin) ଅଧିକ ପସନ୍ଦ କରାଯାଏ । [2] ଇଞ୍ଜେକସନ ଦେବାପରେ ମାଇକ୍ରୋକ୍ରିସ୍ଟାଲ (microcrystal) ୨୪ ଘଣ୍ଟା ଧରି ଧୀରେ ନିର୍ଗତ ହୁଏ । [1] ରକ୍ତରେ ଥିବା ଶର୍କରାକୁ (glucose) ଏହି ଔଷଧ ଅବଶୋଷଣ କରି ଯକୃତରୁ ଶର୍କରା ପ୍ରସ୍ତୁତି କମେଇଦିଏ । [1]
ସନ ୨୦୦୦ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ଇନସୁଲିନ ଗ୍ଲାର୍ଜିନ ସ୍ୱୀକୃତ ହୋଇଥିଲା ।[1] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ୧୦୦ ୟୁନିଟ ହୋଲସେଲ ମୂଲ୍ୟ ୨୬ଡଲାର ଥିଲା । [3] ଏହି ସମୟରେ ସଂଯୁକ୍ତ ରାଷ୍ଟ୍ରରେ ଏହାର ମୁଲ୍ୟ ୨.୩୫ ପାଉଣ୍ଡ ଥିଲା ।[2] ସନ ୨୦୧୬ରେ ଏହାର ୨୬ ନିୟୁତ ପ୍ରେସକ୍ରିପସନ ହୋଇ ୨୨ତମ ସର୍ବାଧିକ ପ୍ରେସକ୍ରିପସନ ହେବାର ମାନ୍ୟତା ପାଇଥିଲା । [4]