ଉଦ୍ଭିଦ ବିଜ୍ଞାନ
From Wikipedia, the free encyclopedia
ବିଜ୍ଞାନର ଯେଉଁ ବିଭାଗରେ ଉଦ୍ଭିଦ ତଥା ସେମାନଙ୍କ ବିଶେଷତ୍ୱ ବିଷୟରେ ଅଧ୍ୟୟନ କରାଯାଏ ତାହାକୁ ଉଦ୍ଭିଦବିଜ୍ଞାନ କୁହାଯାଏ । ଏହି ବିଷୟକୁ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନଙ୍କୁ ଉଦ୍ଭିଦବି଼ଜ୍ଞାନୀ ବା ଉଦ୍ଭିଦବି଼ଜ୍ଞାନବିତ୍ (Botanist) କୁହାଯାଏ । ଇଂରାଜୀରେ ଏହି ବିଷୟକୁ Botany (ଗ୍ରୀକ୍ ଶବ୍ଦ botanēରୁ ଆନୀତ) କୁହାଯାଏ । ଉଦ୍ଭିଦବିଜ୍ଞାନୀମାନେ ସାଧାରଣରେ ଦେଖାଯାଉଥିବା ଗଛ, ଲତାଙ୍କ ବ୍ୟତୀତ ଶୈବାଳ ଓ ଫିମ୍ପିଙ୍କୁ ମଧ୍ୟ ଅଧ୍ୟୟନ କରିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧,୦୬୪,୦୩୫ଟି ଉଦ୍ଭିଦ ପ୍ରଜାତି ଆବିଷ୍କାର କରାଯାଇଅଛି। ଏଥିମଧ୍ୟରୁ ୩୫୦,୬୯୯ଟି ପ୍ରଜାତିକୁ ପ୍ରକୃତ ପ୍ରଜାତିର ମାନ୍ୟତା ଦିଆଯାଇଛି।[1]
ଥିଓଫ୍ରାଷ୍ଟସ୍ (Theophrastus)ଙ୍କୁ ଉଦ୍ଭିଦବିଜ୍ଞାନର ଜନକ ବୋଲି ବିବେଚନା କରାଯଏ।[2] [3] କିନ୍ତୁ ଆଦିମ କାଳରୁ ଉଦ୍ଭିଦ ଜାତ ଦ୍ରବ୍ୟକୁ ଖାଦ୍ୟ, ଔଷଧ ଇତ୍ୟାଦିରେ ବ୍ୟବହାର କରାଯାଇ ଆସୁଅଛି ଏବଂ ଅନେକ ପ୍ରାଚୀନ ସଭ୍ୟତାରେ ବିଶେଷତ୍ୱ ଅନୁସାରେ ଉଦ୍ଭିଦମାନଙ୍କୁ ବିଭିନ୍ନ ଶ୍ରେଣୀ (ଯଥା ଶସ୍ଯ, ଔଷଧ ଓ ବିଷାକ୍ତ)ରେ ବିଭକ୍ତ କରିଥିଲେ। ୧୮ଶହ ଶତାଦ୍ଧୀରେ ଇଉରୋପର ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ଏହା ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀବିଭାଗ କରିବା କାର୍ଯ୍ୟକୁ ପ୍ରୋତ୍ସାହିତ କରିଥିଲା। ଏଥିସହ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। କ୍ୟାରୋଲସ୍ ଲିନିୟସ୍ ଉଦ୍ଭିଦ ମାନଙ୍କ ବିଭ୍ଭିନାତାକୁ ଅଧ୍ୟୟନ କରି binomial nomenclature ପଦ୍ଧତି ସିଷ୍ଟେମାନଚୁରେ ନାମକ ପୁସ୍ତକରେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣ ସହଜରେ କରାଯାଇପାରିଲା। ଚାର୍ଲସ୍ ଡାରୱିନ୍ ଉଦ୍ଭିଦ ବିବର୍ତ୍ତନକୁ ଅଧ୍ୟୟନ କରିଥିଲେ।
୧୯ଂଶ ତଥା ୨୦ଂଶ ଶତବ୍ଦୀରେ ଉନ୍ନତ ବୈଷୟିକ ତଥା ବୈଜ୍ଞାନିକ କ୍ଔଶଳରେ ଅଗ୍ରଗତି ଯୋଗୁँ ଉଦ୍ଭିଦକୋଷ, ରସାୟନବିଜ୍ଞାନ, ବଂଶାନୁକ୍ରମର ଅଧ୍ୟୟନ କରଗଲା। ଗତ ଦୁଇ ଦଶକରେ D.N.A sequencing ପଦ୍ଧତି ଦ୍ୱରା ଉଦ୍ଭିଦର ବିକାଶ ଏବଂ ବୃଦ୍ଧିକୁ ଅଧ୍ୟୟନ କରଯାଉଛି।
ଆମେ ଊଦ୍ଭିଦଜାତ ଦ୍ରବ୍ୟକୁ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହାରକରୁ। ଧାନ, ଗହମ ଓ ମକାକୁ ମୁଖ୍ୟତ୍ଃ ପ୍ରଧାନ ଖଦ୍ୟା ଭବେ ଗ୍ରହଣ କରଯାଏ। କାଠ, ରବର, ଝୋଟ, ମହୁ, ଔଷଧଜାତୀୟ ଦ୍ରବ୍ୟ ପାଇँ ଆମେ ଉଦ୍ଭିଦ ମାନଙ୍କ ଉପରେ ନିର୍ଭରଶୀଳ। ମାଟିରୁ ଜଳ, ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ଏବଂ ସୁର୍ଯ୍ୟାଲୋକକୁ ବ୍ୟବହାର କରି ଆଲୋକଶ୍ଲେଷଣ ପ୍ରକ୍ରିୟାରେ ସବୁଜ ଉଦ୍ଭିଦମାନେ ଶର୍କରା ଓ ଜୀବନଦାୟୀ ଅମ୍ଳଜାନ ବାଷ୍ପ ପ୍ରସ୍ତୁତ କରିଥାନ୍ତି। ତେଣୁ ପରିବେଶ ସନ୍ତୁଳନରେ ଉଦ୍ଭିଦମାନେ ମହତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସବୁଦୃଷ୍ଟିରୁ ଦେଖିଲେ ଧରା ପୃଷ୍ଠରେ ମଣିଷ ତଥା ଅନ୍ଯ ପ୍ରାଣୀମାନେ ବଞ୍ଚିବା ପାଇँ ଉଦ୍ଭିଦଜଗତ ଅତ୍ୟାବଶ୍ୟକ।
ଜନସଂଖ୍ୟା ବିସ୍ଫୋରଣ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଖଦ୍ୟାଭାବ ଆଜି ଉଦ୍ଭିଦବି଼ଜ୍ଞାନୀ ମାନଙ୍କ ପାଇँ ନୂଆ ଚ୍ଯାଲେଞ୍ଜ୍ ଭାବରେ ଠିଆ ହୋଇଛି। ଜୈବପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ଉଦ୍ଭିଦବିଜ୍ଞାନୀମାନେ ଅନେକ ନୂଆ ଓ ଉନ୍ନତ କିସମ ଉଭ୍ୱିଦ ତିଆରି କରିବରେ ଲବିଛନ୍ତି। ଜାଟ୍ରୋଫା ପରି ଉଦ୍ଭିଦରୁ ଜାଳେଣି ବାହାର କରି ଶକ୍ତି ସଙ୍କଟ ଦୂର କରିବରେ ଲାଗିଛନ୍ତି।