କମ୍ପ୍ୟୁଟର
ବୈଦ୍ୟୁତିକ ଯନ୍ତ୍ର / From Wikipedia, the free encyclopedia
କମ୍ପ୍ୟୁଟର ଏମିତି ଏକ ବୈଦ୍ୟୁତିକ ଯନ୍ତ୍ର ଯାହାକି ମଣିଷଠାରୁ ତଥ୍ୟ (Data) ନିଏ, ସେସବୁକୁ ସାଇତି ରଖେ ଏବଂ ପୂର୍ବରୁ ସଂରକ୍ଷିତ ଆଦେଶ ମୁତାବକ ଆପେ ସେ ସବୁ ତଥ୍ୟକୁ ପ୍ରକ୍ରିୟାକରଣ କରି ଉତ୍ତର ଦିଏ ।ସଂରକ୍ଷିତ ଉତ୍ତର କମ୍ପ୍ୟୁଟର ( RAM memory)ରେ ରହିଥାଏ। ଏକ ସମୟରେ ଗାଣିତିକ ଏବଂ ତର୍କ ଯୁକ୍ତ କାର୍ଯ୍ୟ କରିପାରେ । ଏକାଧିକ କାମ କରିପାରୁଥିବାରୁ କମ୍ପ୍ୟୁଟରକୁ ଏକ ମଲଟିଟାସ୍କିଂ ଯନ୍ତ୍ର ବୋଲି କୁହାଯାଏ ।
କେତେଗୁଡିଏ ବିଶେଷ ଅଂଶକୁ ନେଇ କମ୍ପ୍ୟୁଟର ତିଆରି ହୋଇଥାଏ । ସେଥିମଧ୍ୟରୁ CPU (Central Processing Unit) ଅନ୍ୟତମ । ଏହା ସହିତ କମ୍ପ୍ୟୁଟରରେ ମେମୋରୀ ୟୁନିଟ୍, ALU (Arithmetic and Logic Unit), କଣ୍ଟ୍ରୋଲ୍ ୟୁନିଟ୍ ଇତ୍ୟାଦି ମଧ୍ୟ ରହିଥାଏ । କମ୍ପ୍ୟୁଟର ପ୍ରଥମେ ଇନପୁଟ୍ ଗ୍ରହଣ କରେ, ଏହାକୁ ଦିଆଯାଇଥିବା ସୂଚନା ଅନୁସାରେ କାର୍ଯ୍ୟ ସମ୍ପାଦନ କରେ, ଏହା ପରେ ଉତ୍ତରଟିକୁ ଅଉଟ୍ପୁଟ୍ ହିସାବରେ ବ୍ୟବହାରକାରୀକୁ ପ୍ରଦାନ କରିଥାଏ ।
ପ୍ରଥମ ଶତାବ୍ଦୀରୁ ହିଁ କମ୍ପ୍ୟୁଟରର ବ୍ୟବହାର ହୋଇ ଆସୁଛି । କିନ୍ତୁ ସେତେବେଳର କମ୍ପ୍ୟୁଟର ଏବଂ ଆଜିର କମ୍ପ୍ୟୁଟର ମଧ୍ୟରେ ଆକାଶ ପାତାଳ ତପାଥ ରହିଛି । ସେତେବେଳେ କମ୍ପ୍ୟୁଟର କେବଳ ଗଣନା ପାଇଁ ବ୍ୟବହାର ହେଉଥିଲା । ଆଜି କମ୍ପ୍ୟୁଟର ଏକ ଶହରୁ ଅଧିକ ଭିନ୍ନ ଭିନ୍ନ କାମ ପାଇଁ ବ୍ୟବହାର ହେଉଅଛି ।[1]
ଆଧୁନିକ କମ୍ପ୍ୟୁଟର ସବୁ ଖୁବ କମ ଜାଗାରେ ରହି ପାରେ, ଅଳ୍ପ ସମୟରେ ଖୁବ ଅଧିକ ତଥ୍ୟ ଖୋଜିପାରେ ଆଉ କଠିନ ଗଣିତସବୁ ସହଜରେ ସମାଧାନ କରିପାରେ । ଆଜିକାଲି ମୋବାଇଲଠାରୁ ଆରମ୍ଭ କରି ବହୁତ ବଡ଼ ଧରଣର କମ୍ପ୍ୟୁଟର ଦେଖିବାକୁ ମିଳୁଛି ।[2]
ଯେମିତି କୁହାଯାଏ ଯେ ମଣିଷ ହେଉଛି ପ୍ରକୃତିର ଶ୍ରେଷ୍ଠ ସୃଷ୍ଟି, ସେମିତି କୁହାଯାଇପାରେ ଯେ କମ୍ପ୍ୟୁଟର ମଣିଷର ଶ୍ରେଷ୍ଠ ସୃଷ୍ଟି ।