ଓଡ଼ିଆ କବି ଓ ଔପନ୍ୟାସିକ From Wikipedia, the free encyclopedia
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) ଜଣେ ଖ୍ୟାତନାମା ଓଡ଼ିଆ କବି ଓ ଔପନ୍ୟାସିକ ଥିଲେ । ସେ ଅନ୍ନଦା ଶଙ୍କର ରାୟ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଅନ୍ୟମାନଙ୍କ ସହ ମିଶି ଓଡ଼ିଆ ସାହିତ୍ୟରେ "ସବୁଜ ଯୁଗ" ନାମରେ ଏକ ନୂଆ ସାହିତ୍ୟ ଯୁଗ ଆରମ୍ଭ କରିଥିଲେ ।[1] ସେ ଜଣେ ବାମପନ୍ଥୀ ଲେଖକ ଭାବରେ ଜଣାଶୁଣା । ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ତାଙ୍କର ଝିଅ ।[2]
କାଳିନ୍ଦୀ ଚରଣ ପାଣିଗ୍ରାହୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୁରୀ, ଓଡ଼ିଶା | ୨ ଜୁଲାଇ ୧୯୦୧
ମୃତ୍ୟୁ | ୧୫ ମଇ ୧୯୯୧ ୮୯) | (ବୟସ
ବୃତ୍ତି | କବି, ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ସାହିତ୍ୟ କୃତି | ମାଟିର ମଣିଷ |
ପୁରସ୍କାର | ପଦ୍ମ ଭୂଷଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ସନ୍ତାନ | ନନ୍ଦିନୀ ଶତପଥୀ |
ପିତାମାତା | ସ୍ୱପ୍ନେଶ୍ୱର ପାଣିଗ୍ରାହୀ |
ସମ୍ପର୍କୀୟ | ଭଗବତୀ ଚରଣ ପାଣିଗ୍ରାହୀ, ଦିବ୍ୟସିଂହ ପାଣିଗ୍ରାହୀ(ଭାଇ) |
କାଳିନ୍ଦୀ ଚରଣ ପାଣିଗ୍ରାହୀ ଓଡ଼ିଶାର ପୁରୀ ଜିଲ୍ଲାର ବିଶ୍ୱନାଥପୁର ଗ୍ରାମରେ ୧୯୦୧ ମସିହା ଜୁଲାଇ ୨ ତାରିଖରେ ଜନ୍ମ ନେଇଥିଲେ । ତାଙ୍କ ପିତା ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଜଣେ ଆଇନଜୀବୀ ଥିଲେ । ପିତା ଏବଂ ଦୁଇ ଭାଇ ଦିବ୍ୟସିଂହ ଓ ଭଗବତୀ ଚରଣ ସାହିତ୍ୟିକ ଥିଲେ । ପୁରୀରେ ହିଁ ସେ ନିଜର ବାଲ୍ୟଜୀବନ ଓ ଶିକ୍ଷା ସମାପ୍ତ କରିଥିଲେ । ହାଇସ୍କୁଲ ପରେ ସେ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।
୧୯୯୧ ମେ ୧୫ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ı
ରେଭେନ୍ସା ମହାବିଦ୍ୟାଳୟରେ ପଢ଼ିବା କାଳରେ କାଳିନ୍ଦୀ ଚରଣଙ୍କ ସାହିତ୍ୟ ପ୍ରତିଭାର ପରିଚୟ ମିଳିଲା । କଲେଜର ପଢ଼ିବା ସମୟରେ, ସେ "ନନସେନ୍ସ କ୍ଳବ" ଗଠନ କରିଥିଲେ । ଏହି ଦଳରେ ଥିବା ନଅ ଜଣ ଲେଖକ-ଲେଖିକା "ଉତ୍କଳ ସାହିତ୍ୟ" ପତ୍ରିକାରେ "ବାସନ୍ତୀ" ନାମକ ଏକ ଉପନ୍ୟାସ ଧାରାବାହିକ ଭାବରେ ପ୍ରକାଶ କରୁଥିଲେ । ଏହି ସମୟରେ "ସବୁଜ ଗୋଷ୍ଠୀ"ର ମୁଖପତ୍ର "ଯୁଗବୀଣା"ରେ କାଳିନ୍ଦୀ ଚରଣଙ୍କ ଲେଖାମାନ ମଧ୍ୟ ପ୍ରକାଶ ପାଉଥିଲା । ପରବର୍ତ୍ତୀ ସମୟରେ, ବାଲେଶ୍ୱରରୁ ପ୍ରକାଶ ପାଉଥିବା ଏକ ଇଂରାଜୀ ଓ ତାଙ୍କ ନିଜ ଓଡ଼ିଆ ପତ୍ରିକାର ସେ ସମ୍ପାଦନା କରିବାକୁ ଲାଗିଲେ । କବିତାରୁ ହିଁ କାଳିନ୍ଦୀ ଚରଣଙ୍କ ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ଶବ୍ଦ ସଂଯୋଜନା ତାଙ୍କ କବିତାର ଏକ ବୈଶିଷ୍ଟ ଥିଲା । ତାଙ୍କ ଲେଖାରେ ଓଡ଼ିଶାର ଗ୍ରାମ୍ୟ ପରିବେଶ, ଲୋକଙ୍କର ଆଚାରବିଚାର ପ୍ରମୂଖ ସ୍ଥାନ ପାଉଥିଲା । ଅନ୍ୟାୟ, ଅନୀତି ବିରୁଦ୍ଧରେ ତାଙ୍କ ସାହିତ୍ୟ ସ୍ୱର ଉତ୍ତୋଳନ କରୁଥିଲା । ସେ ଜଣେ ଦରଦୀ କବି ଓ ଜୀବନବାଦୀ ସାହିତ୍ୟିକ ଭାବରେ ପରିଚିତ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.