କେନ୍ଦୁଝର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
କେନ୍ଦୁଝର (କ୍ରମିକ ସଂଖ୍ୟା: ୨୪) କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: କେନ୍ଦୁଝର (ପୌ), କେନ୍ଦୁଝର ବ୍ଳକ, ଝୁମ୍ପୁରା ବ୍ଳକର କିଛି ଅଂଶ ଓ ବାଂଶପାଳ ବ୍ଳକର କିଛି ଅଂଶ ।[2][3]
Quick Facts କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୧,୮୯୩ |
ଜିଲ୍ଲା: | କେନ୍ଦୁଝର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କେନ୍ଦୁଝର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
Close
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅଭିରାମ ନାଏକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମୋହନ ଚରଣ ମାଝୀଙ୍କଠାରୁ ୮୬୭୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ସୁବର୍ଣ୍ଣ ନାୟକ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମୋହନ ଚରଣ ମାଝିଙ୍କଠାରୁ ୭,୨୬୯ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]