କ୍ରିଏଟିଭ କମନ୍ସ
From Wikipedia, the free encyclopedia
କ୍ରିଏଟିଭ କମନ୍ସ(ସିସି) ଏକ ଆମେରିକୀୟ ଅଣଲାଭକାରୀ ସଂସ୍ଥା ଯାହା ରଚନାତ୍ମକ କାମକୁ ଆଇନଗତ ଭାବେ ବାଣ୍ଟିବା ଓ ବ୍ୟବହାର କରିବାରେ ସାହାୟତା କରେ । ଏହି ସଂସ୍ଥା କପିରାଇଟ ଲାଇସେନ୍ସ ରୂପରେ କ୍ରିଏଟିଭ କମନ୍ସ ଲାଇସେନ୍ସ ବା ସିସି ଲାଇସେନ୍ସ ପ୍ରକାଶିତ କରିଛି ଯାହା ନିଶୁଳ୍କ ଭାବେ ବ୍ୟବହାର କରିହେବ[1]। ଏହି ଲାଇସେନ୍ସ ସ୍ରଷ୍ଠାକୁ କିଛି ଅଧିକାର ରଖିବାରେ ସାହାୟତା କରେ । ସହଜରେ ବ୍ୟବହାରକାରୀକୁ ଲାଇସେନ୍ସ ବିଷୟରେ ବୁଝେଇବା ପାଇଁ କିଛି ପ୍ରତୀକ ମଧ୍ୟ ବ୍ୟବହାର କରାଯାଏ । କ୍ରିଏଟିଭ କମନ୍ସ କପିରାଇଟର ଅନ୍ୟ ରୁପ ନୁହଁ କିନ୍ତୁ ତା ଉପରେ ଆଧାରିତ ଅଟେ ।
ଏହି ପ୍ରସଙ୍ଗ/ବିଭାଗଟି ଗୋଟିଏ ବଡ଼ଧରଣର ପରିବର୍ତ୍ତନ ଦେଇ ଗତି କରୁଛି । ଆପଣ ବି ଏହାକୁ ବଦଳାଇ ପାରିବେ । ଯଦି ଏହି ଲେଖାଟି ଗୁଡ଼ାଏ ଦିନ ହେବ ବଦଳାଯାଇନାହିଁ, ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ । ଏହି Lua error in package.lua at line 80: module 'Module:Pagetype/setindex' not found.ଟି ଶେଷଥର ପାଇଁ InternetArchiveBot (talk | contribs)ଙ୍କ ଦେଇ 7 months ago ବଦଳାଯାଇଥିଲା । (ସୁଧାରିବା) |
![କ୍ରିଏଟିଭ କମନ୍ସ ଲୋଗୋ](http://upload.wikimedia.org/wikipedia/commons/thumb/8/86/CC-logo.svg/320px-CC-logo.svg.png)
ଏହି ସଂସ୍ଥା ୨୦୦୧ ମସିହାରେ ସେଣ୍ଟର ଫର ପବ୍ଲିକ ଡୋମେନ ସାହାୟତାର ଲରେନ୍ସ ଲେସିଗ, ହାଲ ଏବେଲ୍ସନ ଓ ଏରିକ ଏଲଡ୍ରେଡଙ୍କଦ୍ୱାରା ସ୍ଥାପନ କରାଯାଇଥିଲା।[2] ଜାନୁଆରୀ ୨୦୧୬ ସୁଦ୍ଧା ପ୍ରାୟତଃ ୧୦୦ କୋଟି ଉପରେ କାମ ସିସି ଲାଇସେନ୍ସଦ୍ୱାରା ହୋଇଛି।[3]