ଗିନି (ବାଦ୍ୟଯନ୍ତ୍ର)
ବାଦ୍ୟଯନ୍ତ୍ର / From Wikipedia, the free encyclopedia
ଗିନି (ତାଳ, ମଞ୍ଜିରା, ଜଲରା, କରତାଳ ଭାବରେ ମଧ୍ୟ ଜଣା)[1] ହେଉଛି ଏକ ପ୍ରକାର ବାଦ୍ୟଯନ୍ତ୍ର, ଯାହାକି ଭାରତୀୟ ଉପମହାଦେଶରୁ ଉତ୍ପତ୍ତି ହୋଇଛି । ଏହା ଦୁଇଟି ଛୋଟ ବା ବଡ଼ ସମ ଆକାର ବିଶିଷ୍ଟ ପିତ୍ତଳ ଥାଳିଆ ସଦୃଶ୍ୟ ଉପକରଣକୁ ନେଇ ଗଠିତ, ଯାହାକୁ ପରସ୍ପର ସହ ବାଡ଼େଇଲେ ଉଚ୍ଚ ସ୍ୱର ବିଶିଷ୍ଟ ଶବ୍ଦ ବାହାରେ । ଦୁଇଟି ଥାଳିଆ ସଦୃଶ ଗିନିକୁ ଦୁଇ ହାତରେ ଧରି ପରସ୍ପର ସହିତ ବାଡ଼େଇଲେ ଏଥିରୁ ଶବ୍ଦ ଉତ୍ପନ୍ନ ହୋଇଥାଏ ।[2] ଏହାକୁ ତାଳ ମଧ୍ୟ କୁହାଯାଏ, ଯାହାର ଉତ୍ପନ୍ନ ସଂସ୍କୃତ ଶବ୍ଦ ତାଳରୁ ଆସିଛି । ସଂସ୍କୃତରେ ତାଳର ଅର୍ଥ କରତାଳି । ଏହା ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତିର ଏକ ଅଂଶ, ଯାହାକି ବିଭିନ୍ନ ପାରମ୍ପାରିକ ରୀତିନୀତିରେ ବ୍ୟବହୃତ ହୁଏ । ଏହା ଏକ ପ୍ରକାର ଘନ ବାଦ୍ୟ ।
ହିନ୍ଦୁ ଧାର୍ମିକ ରୀତିନିତିରେ ଏହା ଭଜନ ଏବଂ କୀର୍ତ୍ତନ ପରିବେଷଣ ବେଳେ ବ୍ୟବହୃତ ହୁଏ । ସେମାନେ ସାଧାରଣତଃ ଭକ୍ତମାନଙ୍କଦ୍ୱାରା ସଂକୀର୍ତ୍ତନ ପ୍ରଦର୍ଶନ କରିବା ସମୟରେ ବ୍ୟବହୃତ ହୋଇଥାଏ । ଏହା ସମସ୍ତ ହିନ୍ଦୁ ଭକ୍ତି ସଂଗୀତ ପାଇଁ ପ୍ରାୟ ବ୍ୟବହାର ହୁଏ ।