ଚୌଦ୍ୱାର - କଟକ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
ଚୌଦ୍ୱାର-କଟକ (କ୍ରମିକ ସଂଖ୍ୟା: ୯୧) କଟକ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଚୌଦ୍ୱାର (ବି), ଚାରବାଟିଆ, ଟାଙ୍ଗୀ-ଚୌଦ୍ୱାର ବ୍ଳକ ଓ କଟକ ମହାନଗର ନିଗମର କିଛି ଅଂଶ ।[1][2]
Quick Facts ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ଚୌଦ୍ୱାର-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୧୦,୧୧୨ |
ଜିଲ୍ଲା: | କଟକ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଟକ |
ପଞ୍ଚାୟତ ସମିତି: | ୧ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: |
Close
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଭାତ ରଞ୍ଜନ ବିଶ୍ୱାଳ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ମହାପାତ୍ରଙ୍କଠାରୁ ୪୧୩୮୫ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[3]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଭାତ ରଞ୍ଜନ ବିଶ୍ୱାଳ, ସ୍ୱାଧୀନ ପ୍ରାର୍ଥୀ ଦୀପକ କୁମାର ବାରିକଙ୍କଠାରୁ ୩୨,୭୭୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[4]