ଜଶୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
ଯଶୀପୁର (କ୍ରମିକ ସଂଖ୍ୟା: ୨୬) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଯଶୀପୁର ବ୍ଳକ, ରରୁଆଁ ବ୍ଳକ, ଶୁକୃଳୀ ବ୍ଳକ ଓ କୁସୁମି ବ୍ଳକର କିଛି ଅଂଶ ।[2][3]
Quick Facts ଯଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ଯଶୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୧,୦୯୭ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
Close
ଗତ ୨୦୧୪ ମସିହାରେ ବିଜୁ ଜନତା ଦଳ ପ୍ରାର୍ଥୀ ମଙ୍ଗଳ ସିଂ ମୁଦି କମ୍ୟୁନିଷ୍ଟ ପ୍ରାର୍ଥୀ ଶମ୍ଭୁନାଥ ନାଏକଙ୍କଠାରୁ ୫୭୯୪ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ କମଳା କାନ୍ତ ନାୟକ, ସ୍ୱାଧୀନ ପ୍ରାର୍ଥୀ ଶମ୍ଭୁନାଥ ନାୟକଙ୍କଠାରୁ ୧୩,୧୯୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]