ଜେରୋଷ୍ଟୋମିଆ
ପାଟି ଶୁଖିଯାଏ / From Wikipedia, the free encyclopedia
ଜେରୋଷ୍ଟୋମିଆ, ଯାହାକୁ ଶୁଖିଲା ପାଟି କୁହାଯାଏ, ପାଟିର ଏକ ଅବସ୍ଥା ଯେଉଁଥିରେ ପଟିକୁ ଓଦା ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଳ ନଥାଏ । [1] ଅନ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ଫାଟିଯାଇଥିବା ଓଠ କିମ୍ବା ଶୁଖିଲା ଓଠ ହୋଇପାରେ ।[3] ଜଟିଳତା ମଧ୍ୟରେ ଲାଳ ପୂର୍ଣ୍ଣ ଖୋପ, ସ୍ୱାଦ ହ୍ରାସ, ଖରାପ ନିଶ୍ୱାସ ଏବଂ ଚୋବାଇବା, ଗିଳିବା କିମ୍ବା କଥାବାର୍ତ୍ତା ହେବାରେ ଅସୁବିଧା ହୋଇପାରେ ।[1] [3]
Xerostomia | |
---|---|
Dry mouth,[1] dry mouth syndrome[2] | |
ଉଚ୍ଚାରଣ |
|
ବିଭାଗ | ENT surgery, dentistry |
ଲକ୍ଷଣ | Dry mouth, cracked lips[3] |
ଆକ୍ରାନ୍ତ ସମୟ | Older people[1][3] |
କାରଣ | Certain medications, Sjögren's, HIV/AIDS, diabetes, autoimmune disease, radiation therapy[1][3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms[3] |
ଔଷଧ | Pilocarpine, physostigmine, cevimeline[3] |
ଚିକିତ୍ସା | Drinking sufficient water, chewing gum, stopping smoking, using a humidifier at night, saliva substitutes[1] |
Prognosis | Depends on cause[3] |
ପୁନଃପୌନିକ | 25%[3] |
କାରଣଗୁଡିକ ମଧ୍ୟରେ କିଛି ଔଷଧ, ଜୋଗ୍ରେନ ସିଣ୍ଡ୍ରୋମ, ଏଚ୍.ଆଇ.ଭି/ଏଡସ୍, ମଧୁମେହ, ଅଟୋମ୍ୟୁମ୍ୟୁନ ରୋଗ ଏବଂ ବିକିରଣ ଚିକିତ୍ସା ହୋଇପାରେ ।[3] ଏହି ଅବସ୍ଥା ସୃଷ୍ଟିକାରୀ ଔଷଧ ମଧ୍ୟରେ ଫୁରୋସେମାଇଡ୍, ଆଣ୍ଟିକୋଲିନଜିକ୍ସ, ଆଣ୍ଟିହିଷ୍ଟାମିନ୍ସ, ରକ୍ତଚାପର ଔଷଧ, ଅବସାଦ ରୋଧୀ ଔଷଧ ଓ କେମୋଅଥେରାପି ଇତ୍ୟାଦି ଉଲ୍ଲେଖନୀୟ ।[3] ପାଟି ବାଟେ ପ୍ରଶ୍ୱାସ ନିଶ୍ୱାସ କ୍ରିୟା କଲେ ମଧ୍ୟ ଏହି ସଙ୍କଟ ସୃଷ୍ଟି ହୁଏ । [3] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ।[3]
ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ । [1] ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ଚୁଇଙ୍ଗମ ଚୋବେଇବା, ଧୂମପାନ ବନ୍ଦ କରିବା, ରାତିରେ ହ୍ୟୁମିଡିଫ।ୟାର ବା ଆର୍ଦ୍ରତା ବ୍ୟବହାର କରିବା ଏବଂ ଲାଳ ବଦଳାଇବା ପଦାର୍ଥ ବ୍ୟବହାର କଲେ ଏହି ଅବସ୍ଥାରେ ସାହାଯ୍ୟ ମିଳିଥାଏ ।[1] ପାଇଲୋକାର୍ପିନ୍, ଫାଇସୋଷ୍ଟିଗମାଇନ୍ କିମ୍ବା ସେଭିମେଲାଇନ ଔଷଧ ବ୍ୟବହାର କରାଯାଇପାରେ । [3] ଫଳାଫଳଗୁଡିକ ମୂଳ କାରଣ ଉପରେ ନିର୍ଭର କରେ | [3]
ପ୍ରାୟ ୨୦ରୁ ୩୦% ଲୋକ ଶୁଖିଲା ପାଟିଦ୍ୱାରା ପ୍ରଭାବିତ ହୁଅନ୍ତି ।[3] ଏହା ବାର୍ଦ୍ଧକ୍ୟର ସାଧାରଣ ଅଂଶ ହେବା ପରିବର୍ତ୍ତେ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହିତ ଜଡିତ ହେତୁ ବୟସ୍କ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଯାଏ ।[1] [3] ଏହି ଅବସ୍ଥା ପ୍ରଥମେ ୧୮୬୮ ମସିହାରେ ଡାକ୍ତରୀ ନଜରକୁ ଆସିଥିଲା ।[4] ଶବ୍ଦଟି ନିଜେ "ଜେରୋସ୍"ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ "ଶୁଖିଲା" ଏବଂ "ଷ୍ଟୋମା" ଅର୍ଥାତ୍ "ପାଟି" ।[4]