ଏହା କ୍ଷୁଦ୍ର ଅନ୍ତନଳୀ ସିଣ୍ଡ୍ରୋମ ପାଇଁ ବ୍ୟବହୃତ ଏକ ଔଷଧ । From Wikipedia, the free encyclopedia
ଟେଡୁଗ୍ଲୁଟାଇଡ (ଇଂରାଜୀ ଭାଷାରେ Teduglutide), ଅନ୍ୟମାନଙ୍କ ମଧ୍ୟରେ ଗାଟେକ୍ସ ଏକ ବେପାର ନାମ, ହେଉଛି କ୍ଷୁଦ୍ର ଅନ୍ତନଳୀ ସିଣ୍ଡ୍ରୋମ ପାଇଁ ବ୍ୟବହୃତ ଏକ ଔଷଧ ।[1] ନିର୍ଦ୍ଦିଷ୍ଟ ଭାବରେ ଏହା ଏପରି ଲୋକମାନଙ୍କ ପାଇଁ ବ୍ୟବହୃତ ହୁଏ ଯେଉଁମାନଙ୍କର ଇଞ୍ଜେକସନ ମାଧ୍ୟମରେ ପୌଷ୍ଟିକ ଆହାର ଆବଶ୍ୟକ କରନ୍ତି ।[1] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[1]
Clinical data | |
---|---|
Trade names | Gattex, Revestive, others |
AHFS/Drugs.com | monograph |
data |
|
Pregnancy category |
|
Routes of administration | Subcutaneous injection |
Legal status | |
Legal status |
|
Pharmacokinetic data | |
Bioavailability | 88% |
Metabolism | Proteolysis |
Elimination half-life | 2 h |
Identifiers | |
IUPAC name
| |
Chemical and physical data | |
Formula | C164H252N44O55S |
Molar mass | ୩,୭୫୨.୧୩ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଅଇ, ଶରୀରରେ ଅତ୍ୟାଧିକ ତରଳ ପଦାର୍ଥ ହୋଇଯାଏ, ଆଲର୍ଜି ପ୍ରତିକ୍ରିୟା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[1] ଅନ୍ୟାନ୍ୟ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅର୍ବୁଦ, ଆନ୍ତ୍ରିକ ଅବରୋଧ, ପିତ୍ତାସ୍ମରୀ ରୋଗ ଏବଂ ଅଗ୍ନାଶୟ ରୋଗ ହୋଇପାରେ ।[1] ଗର୍ଭାବସ୍ଥାରେ ବ୍ୟବହାର କଲେ ସୁରକ୍ଷିତ ହେଉଥିବା ପରି ଜଣାଯାଏ ।[2] ଏହା ଶରୀରରେ ଥିବା ଗ୍ଲୁକାଗନ ଭଳି ପେପ୍ଟାଇଡ୍-୨ (GLP-2) ସହିତ ଏହା ସମତୁଲ, ଯାହା ଅନ୍ତନଳୀରୁ ପୋଷକ ତତ୍ତ୍ୱ ଗ୍ରହଣ ବୃଦ୍ଧି କରିଥାଏ ।[3]
୨୦୧୨ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେଡୁଗ୍ଲୁଟାଇଡ ଅନୁମୋଦିତ ହୋଇଥିଲା ।[1] [3] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଦୈନିକ ୫ ମିଗ୍ରା ମାତ୍ରା ବ୍ୟବହାର କଲେ ମାସକୁ ପ୍ରାୟ ୧୫,୦୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[4] ଯୁକ୍ତରାଷ୍ଟ୍ରରେ ଏହି ରାଶି ପିଛା ମାସକୁ ପ୍ରାୟ ୩୬,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.