ଡାଏବେଟିକ କିଟୋଏସିଡୋସିସ
From Wikipedia, the free encyclopedia
ଡାଏବେଟିକ କିଟୋଏସିଡୋସିସ ବା ମଧୁମେହ କିଟୋଏସିଡୋସିସ (ଇଂରାଜୀ ଭାଷାରେ Diabetic ketoacidosis ବା DKA) ମଧୁମେହ ରୋଗର ଏକ ଜଟିଳ ଅବସ୍ଥା ଯାହା ପ୍ରାଣ ଘାତକ ହୋଇପାରେ । ଏହାର ଲକ୍ଷଣ: ବାନ୍ତି (vomiting), ପେଟ ଯନ୍ତ୍ରଣା, ଗଭୀର ଗ୍ୟାସ୍ପିଙ୍ଗ ଶ୍ୱାସକ୍ରିୟା (deep gasping breathing), ଅଧିକ ପରିସ୍ରା (increased urination), ଦୁର୍ବଳତା, ମାନସିକ ସ୍ୱନ୍ଦ (confusion) ଓ କୋମା । ରୋଗୀର ନିଶ୍ୱାସରେ ଏକ ନିର୍ଦ୍ଦଷ୍ଟ ଗନ୍ଧ ଆସେ । ଏହାର ଲକ୍ଷଣ ଦୃତ ଗତିରେ ଆସେ । କେତେକ କେଶ୍ରେ ପୂର୍ବରୁ ମଧୁମେହ ରୋଗ ଥିବା କଥା ରୋଗୀ ଜାଣିପାରିନଥାଏ ।[1]
ଡାଏବେଟିକ କିଟୋଏସିଡୋସିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Endocrinology |
ଆଇସିଡ଼ି-୧୦ | E10.1, E11.1, E12.1, E13.1, E14.1 |
ଆଇସିଡ଼ି-୯-ସିଏମ୍ | 250.1 |
ରୋଗ ଡାଟାବେସ | 3709 |
ମେଡ଼ିସିନ-ପ୍ଲସ | 000320 |
ଇ-ମେଡ଼ିସିନ | med/548 |
Patient UK | ଡାଏବେଟିକ କିଟୋଏସିଡୋସିସ |
MeSH | D016883 |
ଡିକେଏ ଅବସ୍ଥା ସାଧାରଣତଃ ମଧୁମେହ ଟାଇପ ୧ରେ ହୁଏ କିନ୍ତୁ କେତେକ ପରିସ୍ଥିତିରେ ଅନ୍ୟ ମଧୁମେହ ରୋଗରେ ମଧ୍ୟ ହୋଇପାରେ । ସଂକ୍ରମଣ (infection), ଇନସୁଲିନ insulin ସଠିକ ଭାବରେ ନେଇ ନ ଥିଲେ, ସ୍ଟ୍ରୋକ ଓ କର୍ଟିକୋସ୍ଟିରଏଡ (steroids) ଭଳି କେତେକ ଔଷଧ ଏହି ଅବସ୍ଥାକୁ ଟ୍ରିଗର କରିପାରେ ।[1] ଇନସୁଲିନ ଅଭାବ ହେଲେ ଶରୀର ଫ୍ୟାଟି ଏସିଡ (fatty acid) ପୋଡ଼ି ଏସିଡିକ କିଟୋନ ବଡି (ketone bodies) ତିଆରି କରିବା ଫଳରେ ଡିକେଏ ହୁଏ ।[2] ରକ୍ତରେ ଶର୍କରା ପରିମାଣ ଅଧିକ ଥିଲେ, କମ ରକ୍ତ ପିଏଚ (low blood pH) ଥିଲେ ଓ ରକ୍ତ ବା ପରିସ୍ରାରେ କିଟୋଏସିଡ (ketoacids) ଥିଲେ ଡିକେଏ ନିର୍ଣ୍ଣୟ କରାଯାଏ ।[1]
ଇନସୁଲିନ ଓ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluid) ଦେଇ ଡିକେଏ ଚିକିତ୍ସା କରାଯାଏ । [1] ସବକ୍ୟୁଟାନିଅସ (injection under the skin) ବା ଶିରାଭ୍ୟନ୍ତର ଇନସୁଲିନ ଦେବା ରୋଗର ଭୟାବହତା ଉପରେ ନିର୍ଭର କରେ; ସାଂଘାତିକ ହୋଇଥିଲେ ଶିରାଭ୍ୟନ୍ତର ଇଞ୍ଜେକସନ ଦିଆଯାଏ ।[2] ହାଇପୋକାଲେମିଆ ପ୍ରତିରୋଧ ନିମନ୍ତେ ସାଧାରଣତଃ ପଟାସିଅମ (potassium) ଦିଆଯାଏ । ଚିକିତ୍ସା ଚାଲୁରହିବା ସମୟରେ ରକ୍ତ ଶର୍କରା ଓ ପଟାସିଅମ ସ୍ତର ନିୟମିତ ଭାବରେ ପରୀକ୍ଷା କରି ନିୟନ୍ତ୍ରଣ କରାଯାଏ ।[1] ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ (Antibiotics) ଦିଆଯାଏ ।[3] ରକ୍ତ ପିଏଚ ଅତି କମ ଥିଲେ ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate) ଦିଆଯାଏ କିନ୍ତୁ ଏହାର ଉପକାରୀତା ବିଷୟ ସ୍ପଷ୍ଟ ଭାବରେ ଜଣାନଥିବାରୁ ଏହା ଦେବାକୁ ସୁପାରିସ କରାଯାଏ ନାହିଁ । [1][3]
ସ୍ଥାନ ଅନୁସାରେ ଏହି ରୋଗର ହାର ପୃଥିବୀରେ ବଦଳେ । [4] ମଧୁମେହ ଟାଇପ ୧ ରୋଗୀ ମଧ୍ୟରୁ ଇଂଲଣ୍ଡରେ ବର୍ଷକୁ ୪% ରୋଗୀଙ୍କର ଓ ମାଲୟେସିଆରେ ବର୍ଷକୁ ୨୫% ରୋଗୀଙ୍କର ଡିକେଏ ହୁଏ ।[1][4] ଡିକେଏ ବିଷୟ ସନ ୧୮୮୬ରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ଓ ସନ ୧୯୨୦ରେ ଇନସୁଲିନ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଏହା ପ୍ରାଣ ଘାତକ ଥିଲା । [5] ସମୟାନୁଯାୟୀ ସଠିକ ଓ ଯଥେଷ୍ଟ ଚିକିତ୍ସା ମିଳିଲେ ଅଧିନା ମୃତ୍ୟୁ ହାର ସଙ୍କଟ ମାତ୍ର ୧ରୁ ୪% ରହୁଛି । [3][1] ଡିକେଏ ଥିବା ପିଲାଙ୍କ ମଧ୍ୟରୁ ୧% ପିଲାଙ୍କର ସେରେବ୍ରାଲ ଇଡିମା (cerebral edema) ହୁଏ । [6]