ଦେଉଳଝରି ଉଷ୍ଣପ୍ରସ୍ରବଣ
ଓଡ଼ିଶାର ଏକ ଗାଁ / From Wikipedia, the free encyclopedia
ଦେଉଳଝରି ଓଡ଼ିଶାର ଅନୁଗୋଳ ଜିଲ୍ଲାର ଆଠମଲ୍ଲିକରେ ଥିବା ଏକ ଉଷ୍ଣପ୍ରସ୍ରବଣ ।[1] ଏଠାରେ ବାହାରୁଥିବା ଉଷ୍ମ ଜଳସ୍ରୋତକୁ ୩୬ଟି କୃତ୍ରିମ କୁଣ୍ଡରେ ରଖି ବ୍ୟବହାର କରାଯାଏ ।[2] ଏଠାରେ ପ୍ରାୟ ୮୪ଟି କୁଣ୍ଡ ଥିବାର ଜଣାଯାଏ କିନ୍ତୁ ସେସବୁ ଆଜି ଭଗ୍ନ ଅବସ୍ଥାରେ ରହିଛି । ଦେଉଳଝରି ଏକ ପୁରାତନ ଶୈବପୀଠ । ୨୪ ଏକର ୫୫ ଡିସିମିଲି ବିଶିଷ୍ଟ ଏହି ଅଞ୍ଚଳଟି କିଆବଣରେ ପରିପପୂର୍ଣ୍ଣ ଏକ ସୁନ୍ଦର ସ୍ଥାନ । ଏହା ମୁଖ୍ୟତ ଉଷ୍ମପ୍ରସବଣ ଏବଂ ବହୁ ପୁରାତନ ଶ୍ରୀ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିର ପାଇଁ ପ୍ରସିଦ୍ଧି ଲାଭ କରିଛି | ମନ୍ଦିରର ଦକ୍ଷିଣ ପାର୍ଶରେ ଚିତ୍ରୋତ୍ପଳା ନଦୀ ବହିଯାଉଛି | ଉତ୍ତରରେ ସୁଉଚ୍ଚ ପଞ୍ଚଧାରା ପର୍ବତ | ପୂର୍ବରେ ଆଠମଲ୍ଲିକ ସହର ଓ ପଶ୍ଚିମରେ ଅଳ୍ପଦୂର ଗଲେ ମାଧପୁର ସହର ଦେଇ ମହାନଦୀ ବହିଯାଇଛି |