![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/4f/Droupadi_Murmu_June_2022.jpg/640px-Droupadi_Murmu_June_2022.jpg&w=640&q=50)
ଦ୍ରୌପଦୀ ମୁର୍ମୁ
ଭାରତର ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ରାଷ୍ଟ୍ରପତି / From Wikipedia, the free encyclopedia
ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞା ଓ ଭାରତର ୧୫ତମ ତଥା ବର୍ତ୍ତମାନର ରାଷ୍ଟ୍ରପତି ।[2] ଭାରତର ରାଷ୍ଟ୍ରପତି ହେବାରେ ସେ ପ୍ରଥମ ଆଦିବାସୀ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[3] [4][5] ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ ।[6][7] ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ସଂଯୁକ୍ତ ଶାସନ ବେଳେ ସେ ବାଣିଜ୍ୟ ଏବଂ ଗମନାଗମନ ବିଭାଗର ସ୍ୱାଧୀନ ମନ୍ତ୍ରୀ ଭାବେ ୨୦୦୦ ମାର୍ଚ୍ଚ ୬ରୁ ୨୦୦୨ ଅଗଷ୍ଟ ୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟକରିଥିଲେ ।[8]
Quick Facts ଦ୍ରୌପଦୀ ମୁର୍ମୁ, ୧୫ ତମ ଭାରତର ରାଷ୍ଟ୍ରପତି ...
ଦ୍ରୌପଦୀ ମୁର୍ମୁ | |
---|---|
ᱫᱨᱚᱣᱯᱚᱫᱤ ᱢᱩᱨᱢᱩ | |
![]() | |
୧୫ ତମ ଭାରତର ରାଷ୍ଟ୍ରପତି | |
ପ୍ରଧାନ ମନ୍ତ୍ରୀ | ନରେନ୍ଦ୍ର ମୋଦୀ |
Vice President | ଏମ. ଭେଙ୍କିଆ ନାଇଡ଼ୁ |
ପୂର୍ବ ଅଧିକାରୀ | ରାମନାଥ କୋବିନ୍ଦ |
ଝାଡ଼ଖଣ୍ଡର ୯ମ ରାଜ୍ୟପାଳ | |
କାର୍ଯ୍ୟକାଳ ୧୮ ମଇ ୨୦୧୫ – ୧୨ ଜୁଲାଇ ୨୦୨୧ | |
ମୁଖ୍ୟମନ୍ତ୍ରୀ | ରଘୁବର ଦାସ ହେମନ୍ତ ସୋରେନ |
ପୂର୍ବ ଅଧିକାରୀ | ସୟଦ ଅହମଦ |
ପର ଅଧିକାରୀ | ରମେଶ ବୈସ |
ସ୍ୱାଧୀନ ମନ୍ତ୍ରୀ ଓଡ଼ିଶା ସରକାର | |
କାର୍ଯ୍ୟକାଳ ୬ ମାର୍ଚ୍ଚ ୨୦୦୦ - ୧୬ ମଇ ୨୦୦୪ | |
ମୁଖ୍ୟମନ୍ତ୍ରୀ | ନବୀନ ପଟ୍ଟନାୟକ |
ବିଧାୟିକା: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୯ | |
ପୂର୍ବ ଅଧିକାରୀ | ଲକ୍ଷ୍ମଣ ମାଝି |
ପର ଅଧିକାରୀ | ଶ୍ୟାମ ଚରଣ ହାଁସଦା |
ନିର୍ବାଚନ ମଣ୍ଡଳୀ | ରାଇରଙ୍ଗପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1958-06-20) ୨୦ ଜୁନ ୧୯୫୮ (ବୟସ ୬୫) ମୟୂରଭଞ୍ଜ, ଓଡ଼ିଶା, ଭାରତ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜାତୀୟ ଗଣତାନ୍ତ୍ରିକ ମହମେଣ୍ଟ |
ଜୀବନ ସାଥୀ | ଶ୍ୟାମ ଚରଣ ମୁର୍ମୁ[1] |
ସନ୍ତାନ | ଇତିଶ୍ରୀ ମୁର୍ମୁ (ଝିଅ) |
ଶିକ୍ଷାନୁଷ୍ଠାନ | ରମାଦେବୀ ମହିଳା ମହାବିଦ୍ୟାଳୟ |
ପେଷା | ରାଜନୀତିଜ୍ଞ |
Close