![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/0/03/Necrotizing_enterocolitis_202.jpg/640px-Necrotizing_enterocolitis_202.jpg&w=640&q=50)
ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ
ସମୟ ପୂର୍ବ ଜନ୍ମିତ ବା ଅସୁସ୍ଥ ନବଜାତ ଶିଶୁର ରୋଗ / From Wikipedia, the free encyclopedia
ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ (ଇଂରାଜୀ ଭାଷାରେ Necrotizing enterocolitis/ NEC) ଏକ ରୋଗ ଯେଉଁଥିରେ ଅନ୍ତନଳୀର (bowel) ଏକ ଅଂଶର ନେକ୍ରୋସିସ ବା ମୃତ୍ୟୁ ହୋଇଯାଏ ।[1] ସାଧାରଣତଃ ସମୟ ପୂର୍ବ ଜନ୍ମିତ (premature) ବା ଅସୁସ୍ଥ ନବଜାତ (newborns) ଶିଶୁର ଏହି ରୋଗ ହୁଏ ।[1] ସ୍ୱଳ୍ପ ଖାଇବା, ପେଟଫୁଲା, କମ୍ ସକ୍ରିୟତା, ବାଇଲ (bile) ବାନ୍ତି (vomiting) ଓ ମଳରେ ରକ୍ତ ଇତ୍ୟାଦି ଲକ୍ଷଣ ଦେଖାଯାଏ ।[1][2]
ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ (Necrotizing enterocolitis) | |
---|---|
![]() ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ ରୋଗଗ୍ରସ୍ତ ଶିଶୁର ଏକ୍ସ-ରେ (Radiograph) | |
ବିଭାଗ | ଶିଶୁ ରୋଗ ବିଜ୍ଞାନ (Pediatrics), ପାକଅନ୍ତନଳୀ ବିଜ୍ଞାନ (gastroenterology), ନବଜାତ ଶିଶୁ ବିଜ୍ଞାନ (neonatology) |
ଲକ୍ଷଣ | ସ୍ୱଳ୍ପ ଖାଇବା, ପେଟଫୁଲା, କମ୍ ସକ୍ରିୟତା, ବାଇଲ (bile) ବାନ୍ତି (vomiting) [1] |
କାରଣ | ଅସ୍ପଷ୍ଟ[1] |
ବିପଦ କାରକ | ସମୟ ପୂର୍ବ ଜନ୍ମ (Preterm birth), ଆଜନ୍ମ ହୃତ୍ପିଣ୍ଡ ରୋଗ (congenital heart disease), ଜନ୍ମ (birth asphyxia), ବିନିମୟ ଟ୍ରାନ୍ସଫ୍ୟୁଜନ (exchange transfusion), ପ୍ରୋଲୋଙ୍ଗଡ ରପଚର ଅଫ ମେମ୍ବ୍ରେନ (prolonged rupture of membranes)[1] |
ସଠିକ ରୋଗ ନିର୍ଣ୍ଣୟ | ସେପ୍ସିସ, ଆନାଲ ଫିସର (anal fissure), ଇନଫେକସସ୍ ଏଣ୍ଟେରୋକୋଲାଇଟିସ (infectious enterocolitis), ହିରସ୍ପ୍ରଙ୍ଗସ ଡିଜିଜ (Hirschsprung disease)[2][3] |
ପ୍ରତିକାର | ସ୍ତନ୍ୟ କ୍ଷୀର (en:Breast milk), ପ୍ରୋବାୟୋଟିକସ (probiotics).[2] |
ଚିକିତ୍ସା | ବାୱେଲ ରେସ୍ଟ (Bowel rest), ନାଜୋଗାସ୍ଟ୍ରୋଲ ଟ୍ୟୁବ (nasogastric tube), ଆଣ୍ଟିବାୟୋଟିକ (antibiotics), ଅପରେଶନ[2] |
Prognosis | ମୃତ୍ୟୁ ସଙ୍କଟ ~୨୫%[1] |
ରୋଗର ସଠିକ କାରଣ ଅଜ୍ଞାତ ଅଛି ।[1] ରୋଗର ସଙ୍କଟ ସୃଷ୍ଟି କରୁଥିବା କାରକମାନଙ୍କର ନାମ ସମୟ ପୂର୍ବ ଜନ୍ମ (Preterm birth), ଆଜନ୍ମ ହୃତ୍ପିଣ୍ଡ ରୋଗ (congenital heart disease), ଜନ୍ମ (birth asphyxia), ବିନିମୟ ଟ୍ରାନ୍ସଫ୍ୟୁଜନ (exchange transfusion), ପ୍ରୋଲୋଙ୍ଗଡ ରପଚର ଅଫ ମେମ୍ବ୍ରେନ (prolonged rupture of membranes) ।[1] ସ୍ୱଳ୍ପ ରକ୍ତ ସରବରାହ ଓ ସଂକ୍ରମଣ (infection) ଯୋଗୁ ଏହା ହେଉଥିବା ବିଶ୍ୱାସ କରାଯାଏ ।[2] ଲକ୍ଷଣ ଦେଖି ଓ ମେଡିକାଲ ଇମେଜିଙ୍ଗ (medical imaging) କରି ରୋଗ ନିଧାର୍ଯ୍ୟ କରାଯାଏ ।[1]
ସ୍ତନ କ୍ଷୀର ଖୁଏଇବା (breast milk) ଓ ପ୍ରୋବାୟୋଟିକ (probiotics) ଦେବାଦ୍ୱାରା ଏହି ରୋଗ ପ୍ରତିରୋଧ କରିହୁଏ ।[2] ପାଟିରେ ଖାଦ୍ୟ ଦେବା ବନ୍ଦ (bowel rest), ନାଜୋଗାସ୍ଟ୍ରିକ ନଳୀ (orogastric tube), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids) ଓ ଇଣ୍ଟ୍ରାଭେନସ ଆଣ୍ଟିବାୟୋଟିକସ (antibiotics) ଦେଇ ଚିକିତ୍ସା କରାଯାଏ ।[2] ନିମୋପେରିଟୋନିଅମ (free air in the abdomen) ଥିଲେ ଅପରେଶନ ଆବଶ୍ୟକ ହୁଏ ।[2] ଅନ୍ୟାନ୍ୟ ଅନେକ ସାହାଯ୍ୟକାରୀ (supportive) ଉପାୟ ଆବଶ୍ୟକ ହୋଇପାରେ ।[2] ରୋଗ ଜଟିଳ ହେଲେ ସର୍ଟ-ଗଟ ସିଣ୍ଡ୍ରୋମ (Short-gut syndrome), ଇଣ୍ଟେସ୍ଟାଇନାଲ ସ୍ଟ୍ରିକଚର (intestinal strictures), ବିଳମ୍ବିତ ବିକାଶ (developmental delay) ହୋଇପାରେ । [2]
ଅପରିପକ୍ୱ ଶିଶୁଙ୍କ ମଧ୍ୟରୁ ୭% ଏହି ନେକ୍ରୋଟାଇଜିଙ୍ଗ ଏଣ୍ଟେରୋକୋଲାଇଟିସ ରୋଗରେ ଆକ୍ରନ୍ତ ହୁଅନ୍ତି ।[2] ଜନ୍ମ ହେବାର ୪ ସପ୍ତାହ ମଧ୍ୟରେ ଏହି ରୋଗ ଆରମ୍ଭ ହୁଏ ।[2] ରୋଗୀମାନଙ୍କ ମଧ୍ୟରୁ ~୨୫% ଲୋକଙ୍କର ମୃତ୍ୟୁ ସଙ୍କଟ ରହେ ।[1] ଉଭୟ ପୁରୁଷ ଓ ମହିଳାମାନେ ସମଭାବରେ ଆକ୍ରନ୍ତ ହୁଅନ୍ତି ।[4] ସନ ୧୮୮୮ରୁ ୧୮୯୧ ମଧ୍ୟରେ ଏହି ରୋଗ ବିଷୟରେ ପ୍ରଥମ ବର୍ଣ୍ଣନା କରାଯାଇଥିଲା । [4]