ପାଟଣାଗଡ଼ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
ପାଟଣାଗଡ଼ (କ୍ରମିକ ସଂଖ୍ୟା: ୬୭) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାଟଣାଗଡ଼ (ବି), ପାଟଣାଗଡ଼ ବ୍ଳକ, ଖପ୍ରାଖୋଲ ବ୍ଳକ ଓ ବେଲପଡ଼ା ବ୍ଳକ ।[2][3]
Quick Facts ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୫୨,୭୩୮ |
ଜିଲ୍ଲା: | ବଲାଙ୍ଗୀର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବଲାଙ୍ଗୀର |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
Close
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ ବିଜୁ ଜନତା ଦଳ ପ୍ରାର୍ଥିନୀ ପ୍ରକୃତି ଦେବୀ ସିଂହଦେଓଙ୍କଠାରୁ ୧୩୬୫୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କନକ ବର୍ଦ୍ଧନ ସିଂହ ଦେଓ, ବିଜୁ ଜନତା ଦଳ ପ୍ରାର୍ଥୀ ପୃକୃତି ଦେବୀ ସିଂହ ଦେଓଙ୍କଠାରୁ ୧୯,୩୮୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]