ପୃଥିବୀ
ସୌରମଣ୍ଡଳର ତୃତୀୟ ଗ୍ରହ / From Wikipedia, the free encyclopedia
ପୃଥିବୀ ହେଉଛି, ସୌରମଣ୍ଡଳର ତୃତୀୟ ଗ୍ରହ । ସୌରମଣ୍ଡଳର ଚାରୋଟି କଠିନ ଗ୍ରହ ମଧ୍ୟରୁ ଏହା ଗୋଟିଏ । ଅର୍ଥାତ୍ ଏହାର ଅଧିକାଂଶ ହେଉଛି କଠିନ । ଅନ୍ୟ ତିନୋଟି ହେଉଛି ବୁଧ, ଶୁକ୍ର ଓ ମଙ୍ଗଳ ।
ନାମ | |
---|---|
ଅଲଗା ନାମ | ନୀଳ ଗ୍ରହ,[1] ସଂସାର,[2] ବିଶ୍ୱ, ଧରିତ୍ରୀ |
ପରିକ୍ରମଣ ତଥ୍ୟ | |
Epoch J2000.0 | |
Aphelion | 152,097,701 km 1.0167103335 AU[3] |
Perihelion | 147,098,074 km 0.9832898912 AU[3] |
Semi-major axis | 149,597,887.5 km 1.0000001124 AU[3] |
Eccentricity | 0.016710219[4] |
Orbital period | 365.256366 days 1.0000175 yr[3] |
Average orbital speed | 29.783 km/s 107,218 km/h[3] |
Inclination | 1°34'43.3" to Invariable plane[5] |
ଭୌତିକ ଗୁଣ | |
ହାରାହାରି ବ୍ୟାସାର୍ଦ୍ଧ | 6,378.1 km (equatorial), 6,356.8 km (polar) |
ପୃଷ୍ଠତଳର କ୍ଷେତ୍ର | 510,072,000 km² |
ଆୟତନ | 1.08321 × 10¹² km³ |
ବସ୍ତୁତ୍ୱ | 5.9736 × 1024 kg |
ହାରାହାରି ସାନ୍ଦ୍ରତା | 5.515 g/cm³ |
Equatorial surface gravity | 0.99732 g |
ପଳାୟନ ବେଗ | 11.186 km/s |
Temperature | 14 °C |
ମାନବ ସମେତ ଲକ୍ଷାଧିକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତିର ଘର ହେଉଛି ପୃଥିବୀ । ବ୍ରହ୍ମାଣ୍ଡରେ ପୃଥିବୀ ହେଉଛି ଏକମାତ୍ର ସ୍ଥାନ ଯେଉଁଠି ଜୀବନ ଅଛି । ପୃଥିବୀ ପ୍ରାୟ ୪.୫ ଅର୍ବୁଦ ବର୍ଷ ପୂର୍ବେ ସୃଷ୍ଟି ହୋଇଥିଲା । ପୃଥିବୀର ଜୀବମାନେ ଗ୍ରହକୁ ଅନେକାଂଶରେ ପ୍ରଭାବିତ କରନ୍ତି । ଦୃଷ୍ଟାନ୍ତ ସ୍ୱରୂପ, ପୂର୍ବରୁ ଜୀବମାନେ ବାୟୁମଣ୍ଡଳକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲେ । ସମସ୍ତ ଜୀବଙ୍କୁ ନେଇ ଜୀବମଣ୍ଡଳ ଗଠିତ ।
ପୃଥିବୀର ପ୍ରାୟ ୭୧% ଲୁଣିଆ ମହାସାଗରଦ୍ୱାରା ଆଚ୍ଛାଦିତ । ବର୍ତ୍ତମାନ କେବଳ ପୃଥିବୀରେ ତରଳ ଜଳ ଥିବାର ଜଣାଯାଇଛି ।
ବାକି ୨୯% ହେଉଛି ମହାଦେଶ ଓ ଦ୍ୱୀପ । ପୃଥିବୀ ସୌରମଣ୍ଡଳର ଅନ୍ୟ ବସ୍ତୁ, ମୁଖ୍ୟତଃ ସୂର୍ଯ୍ୟ ଓ ଚନ୍ଦ୍ରଦ୍ୱାରା ପ୍ରଭାବିତ ହୁଏ । ପୃଥିବୀ ସୂର୍ଯ୍ୟକୁ ପ୍ରାୟ ୩୬୫.୨୫ ଦିନରେ ପରିକ୍ରମା କରେ । ପୃଥିବୀର ଗୋଟିଏ ଆବର୍ତ୍ତନକୁ ଗୋଟିଏ ଦିନ ଓ ସୂର୍ଯ୍ୟ ଚାରିପଟେ ଗୋଟିଏ ପରିକ୍ରମଣକୁ ବର୍ଷ କୁହାଯାଏ । ସେଥିପାଇଁ ଗୋଟିଏ ବର୍ଷ ୩୬୫ ଦିନ ଅଟେ । ପୃଥିବୀର ଏକମାତ୍ର ଉପଗ୍ରହ ହେଉଛି ଚନ୍ଦ୍ର ।