ଫୁସଫୁସରେ ମାଲିଗନାଣ୍ଟ ଅର୍ବୁଦକୁ ଫୁସଫୁସ କର୍କଟ ରୋଗ କୁହାଯାଏ । From Wikipedia, the free encyclopedia
ଫୁସଫୁସ କର୍କଟ, (ଇଂରାଜୀ ଭାଷାରେ ଲଙ୍ଗସ୍ କ୍ୟାନସର ବା ଲୁଙ୍ଗସ କାର୍ସିନୋମା),[1] ରୋଗ ଏକ ମାଲିଗନାଣ୍ଟ ଅର୍ବୁଦ ଯେଉଁଥିରେ ଫୁସଫୁସ ତନ୍ତୁରେ ଥିବା ଜୀବକୋଷମାନଙ୍କର ସଂଖ୍ୟାର ଅଦମନୀୟ ବୃଦ୍ଧି ଘଟେ ।[2] ଚିକିତ୍ସା ନ ହେଲେ ଏହି ବୃଦ୍ଧି ଫୁସଫୁସ ପାର ହୋଇ ନିକଟସ୍ଥ ତନ୍ତୁକୁ ଓ ଏହାର କିଛି ଅଂଶ ଦୂରବର୍ତ୍ତୀ ଅଙ୍ଗମାନଙ୍କୁ ସ୍ଥାନାନ୍ତରିତ ବା ମେଟାସ୍ଟାସିସ (Metastasis) ହୋଇପାରେ ।[3] ଫୁସଫୁସରେ ହେଉଥିବା କର୍କଟ ମଧ୍ୟରୁ ଅଧିକାଂଶ ପ୍ରାଥମିକ କର୍କଟ ଶ୍ରେଣୀର ଓ ଏପିଥେଲିଅମ୍ ଜାତୀୟ ଜୀବକୋଷରୁ ବୃଦ୍ଧି ହୁଏ ।[4] ମୂଖ୍ୟ ଫୁସଫୁସ କର୍କଟ ଦୁଇ ପ୍ରକାର ଥାଏ: କ୍ଷୁଦ୍ର କୋଷ ଫୁସଫୁସ କର୍କଟ (SCLC) ଓ ଅଣକ୍ଷୁଦ୍ର କୋଷ ଫୁସଫୁସ କର୍କଟ(NSCLC) ।[5] କାଶ, ରକ୍ତମିଶା କଫ, ଓଜନ ହ୍ରାସ ଓ କଷ୍ଟଦାୟକ ଶ୍ୱାସ କ୍ରିୟା ଇତ୍ୟାଦି ଲକ୍ଷଣମାନ ଏହି ରୋଗରେ ଦେଖାଯାଏ । ଏହା ବ୍ୟତିତ ଅନ୍ୟ ଅଙ୍ଗର କର୍କଟ କୋଷ ମଧ୍ୟ ରକ୍ତରେ ପ୍ରବାହିତ ହୋଇ ଫୁସଫୁସରେ କର୍କଟ ସୃଷ୍ଟି କରନ୍ତି ।[6]
ଫୁସଫୁସ କର୍କଟ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | oncology[*], pulmonology[*] |
ଆଇସିଡ଼ି-୧୦ | C33.-C34. |
ଆଇସିଡ଼ି-୯-ସିଏମ୍ | 162 |
ରୋଗ ଡାଟାବେସ | ଛାତି ଏକ୍ସ-ରେ: ଫୁସଫୁସ ଭିତରେ ତୀର ଚିହ୍ନିତ ଅଂଶରେ କର୍କଟ ରୋଗ ଦେଖାଉଛି ।.htm 7616 ଛାତି ଏକ୍ସ-ରେ: ଫୁସଫୁସ ଭିତରେ ତୀର ଚିହ୍ନିତ ଅଂଶରେ କର୍କଟ ରୋଗ ଦେଖାଉଛି । |
ମେଡ଼ିସିନ-ପ୍ଲସ | 007194 |
ଇ-ମେଡ଼ିସିନ | med/1333 med/1336 emerg/335 radio/807 radio/405 radio/406 |
Patient UK | ଫୁସଫୁସ କର୍କଟ |
MeSH | D002283 |
ଏହି ରୋଗର ସବୁଠାରୁ ସାଧାରଣ କାରଣ ହେଲା ଦୀର୍ଘକାଳୀନ ଧୂମ୍ର ପାନ କରିବା ଯାହାଦ୍ୱାରା ୮୫% କର୍କଟ ହୁଏ ।[1] ୧୦ରୁ ୧୫ % କର୍କଟ ରୋଗୀ ଜୀବନରେ କେବେ ବି ଧୁମ୍ର ପାନ କରିନଥାଆନ୍ତି ।[7] ଏମାନେ ଗୁଣସୂତ୍ର ଅସୁବିଧା, ରାଡନ ଗ୍ୟାସ, ଆଜ୍ବେସ୍ଟସ, ସେକଣ୍ଡ ହ୍ୟାଣ୍ଡ ଧୂମ୍ର ତଥା ବାୟୁ ପ୍ରଦୂଷଣ ଯୋଗୁ ରୋଗ ଭୋଗିବା ବିଶ୍ୱାସ କରାଯାଏ ।[8][9] [10][11] ଛାତି ଏକ୍ସ-ରେ ଓ ସି.ଟି.ସ୍କାନଦ୍ୱାରା ଏହି ରୋଗ ଜଣାପଡେ ।[1] ବ୍ରୋଙ୍କୋସ୍କୋପି ବା ସି.ଟି ଗାଇଡାନ୍ସ ମାଧ୍ୟମରେ ବାୟୋପ୍ସି କରି ଏହି ରୋଗ ନିଧାର୍ଯ୍ୟ ଭାବେ ନିର୍ଣ୍ଣୟ କରାଯାଏ ।[12][13]
ଧୁମ୍ରପାନ ଓ ବାୟୁ ପ୍ରଦୂଷଣ ଏହାର ମୂଖ୍ୟ କାରଣ ହୋଇଥିବାରୁ ଏହାଠାରୁ ଦୂରରେ ରହିଲେ ରୋଗ ପ୍ରତିଷେଧ ହୁଏ ।[14] ଏହି ରୋଗର ଚିକିତ୍ସା କର୍କଟର ସ୍ଟେଜ, ଟାଇପ ଓ ରୋଗୀର ସାଧାରଣ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ: ଏହା ଉପରେ ରୋଗର ଚିକିତ୍ସା ଓ ଫଳାଫଳ ନିର୍ଭର କରେ । [1] ଅଧିକାଂଶ ରୋଗ ଆରୋଗ୍ୟସାଧ୍ୟ ନୁହେଁ ।[5] ସାଧାରଣ ଚିକିତ୍ସାରେ ଅପରେଶନ, କେମୋଥେରାପି ଓ ରାଡିଏସନ ଥେରାପି ଦିଆଯାଏ ।[1] ଅଣକ୍ଷୁଦ୍ର କୋଷ ଫୁସଫୁସ କର୍କଟ(NSCLC) ରୋଗ ବେଳେ ବେଳେ ଅପରେଶନଦ୍ୱାରା କରାଯାଏ ଓ କ୍ଷୁଦ୍ର କୋଷ ଫୁସଫୁସ କର୍କଟ (SCLC) ରୋଗ ଚିକିତ୍ସା କେମୋଥେରାପି ଓ ରେଡିଓଥେରାପିଦ୍ୱାରା କରାଯାଏ ।[15]
ସନ ୨୦୧୨୨ରେ ସାରା ପୃଥିବୀରେ ପ୍ରାୟ ୧.୮ ନିୟୁତ ଲୋକଙ୍କୁ ଫୁସଫୁସ କର୍କଟ ହୋଇଥିବା ଫଳରେ ୧.୬ ନିୟୁତ ମୃତ୍ୟୁ ହୋଇଥିଲା ।[4] କର୍କଟ ସମ୍ପର୍କୀୟ ମୃତ୍ୟୁରେ ପୁରୁଷଙ୍କ ମଧ୍ୟରେ ଏହା ପ୍ରଥମ ଓ ମହିଳାଙ୍କ ମଧ୍ୟରେ ଏହା ସ୍ତନ କର୍କଟ ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।[16] ରୋଗ ନିର୍ଣ୍ଣିତ ହେବା ବୟସ ପ୍ରାୟ ୭୦ ବର୍ଷ । ଯୁକ୍ତରାଷ୍ଟ୍ର ଆମେରିକାରେ ୧୭.୪% ଫୁସଫୁସ କର୍କଟ ରୋଗୀ ରୋଗ ନିର୍ଣ୍ଣୟ ପରଠାରୁ ପ୍ରାୟ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି, [17] ଯେତେବେଳେ କି ବିକାଶଶୀଳ ଦେଶମାନଙ୍କରେ ଏହାର ଫଳ ଅତି ନିରୁତ୍ସାହ ଜନକ ।[18]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.