ବଣାଇ (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନମଣ୍ଡଳୀ / From Wikipedia, the free encyclopedia
ବଣାଇ (କ୍ରମିକ ସଂଖ୍ୟା: ୧୪) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବଣାଇଗଡ଼ ବ୍ଳକ, ଗୁରୁଣ୍ଡିଆ ବ୍ଳକ, ଲହୁଣୀପଡ଼ା ବ୍ଳକ ଓ କୋଇଡ଼ା ବ୍ଳକ ।[2][3]
Quick Facts ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୧,୦୧୮ |
ଜିଲ୍ଲା: | ସୁନ୍ଦରଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସୁନ୍ଦରଗଡ଼ |
ପଞ୍ଚାୟତ ସମିତି: | ୪ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
Close
ଗତ ୨୦୧୪ ନିର୍ବାଚନରେ ସିପିଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜୁ ଜନତା ଦଳ ପ୍ରାର୍ଥୀ ଦୟାନିଧି କିଷାନଙ୍କଠାରୁ ୧୮୧୮ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭୀମସେନ ଚୌଧୁରୀ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କଠାରୁ ୩,୩୫୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]