ବୃକ୍କ ପଥର ରୋଗ
From Wikipedia, the free encyclopedia
ବୃକ୍କ ପଥର ରୋଗ ବା ବୃକ୍କ ପଥର ବା ବୃକ୍କାଶ୍ମରୀ (ଇଂରାଜୀ ଭାଷାରେ urolithiasis) ନାମ ଦିଆଯାଏ ଯେତେବେଳେ ମୂତ୍ରନଳୀ ଶୈଳୀରେ (urinary tract) ଏକ କଠିନ ପଦାର୍ଥ ବା ପଥର ବା କାଲକୁଲସ (solid piece of material) ଥାଏ ।[2] ବୃକ୍କ ପଥର ବୃକ୍କରେ ତିଆରି ହୋଇ ପରିସ୍ରାରେ ବାହାରିଯାଏ । ପଥରଟିର ଆକାର କ୍ଷୁଦ୍ର ହୋଇଥିଲେ କୌଣସି ଲକ୍ଷଣ ନ ଥାଇ ବାହାରିଯାଏ । [2] ଏହାର ଆକାର ୫ମିମିରୁ ଅଧିକ ହେଲେ ୟୁରେଟର ଅବରୋଧ ହୋଇଯାଏ, ଫଳରେ ଉଦରରେ ବା ଅଣ୍ଟାରେ ସାଂଘାତିକ ଯନ୍ତ୍ରଣା ହୁଏ ।[2][3] ପଥର ରହିବା ଯୋଗୁ ପରିସ୍ରାରେ ରକ୍ତ ପଡ଼େ, ବାନ୍ତି ହୁଏ ବା ମୂତ୍ର ଯନ୍ତ୍ରଣା/ମୂତ୍ରକୃଚ୍ଛ (painful urination) ହୁଏ ।[2] ଏଭଳି ରୋଗୀଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ରୋଗୀଙ୍କର ୧୦ ବର୍ଷ ମଧ୍ୟରେ ଆର ଥରେ ଏହି ରୋଗ ହୁଏ ।[4]
ବୃକ୍କ ପଥର ରୋଗ | |
---|---|
ଇଂରାଜୀ ପ୍ରତିଶବ୍ଦ - urolithiasis, kidney stone, renal calculus, nephrolith, kidney stone disease,[1] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Urology, nephrology |
ଆଇସିଡ଼ି-୧୦ | N20.0 – N20.9 |
ଆଇସିଡ଼ି-୯-ସିଏମ୍ | 592.0 – 594.9 |
ଓଏମ୍ଆଇଏମ୍ | 167030 |
ରୋଗ ଡାଟାବେସ | 11346 |
ମେଡ଼ିସିନ-ପ୍ଲସ | 000458 |
ଇ-ମେଡ଼ିସିନ | med/1600 |
Patient UK | ବୃକ୍କ ପଥର ରୋଗ |
MeSH | D052878 |
କେତେକ ଜେନେଟିକ ଓ ପରିବେଶ କାରକମାନଙ୍କ ଯୋଗୁ ଅଧିକାଂଶ ପଥର ତିଆରି ହୁଏ ।[2] କେତେକ କାରକମାନଙ୍କ ନାମ: ହାଇପରକ୍ୟାଲସିୟୁରିଆ (high urine calcium levels) ବା ପରିସ୍ରାରେ ଅଧିକ କ୍ୟାଲସିଅମ ଥିଲେ, ମୋଟାପଣ, କେତେକ ଖାଦ୍ୟ, କେତେକ ଔଷଧ, କ୍ୟାଲସିଅମ ଅନୁପୂରକ (calcium supplement), ହାଇପରପାରାଥାଇରଏଡିଜ୍ମ (hyperparathyroidism), ଗାଉଟ (gout) ଓ ଅଳ୍ପ ଜଳପାନ ଯୋଗୁ ହୁଏ । [2][4] ପରିସ୍ରାରେ (mineral) ଖଣିଜ ଲବଣ ସାନ୍ଦ୍ରତା ଅଧିକ ହେଲେ ବୃକ୍କରେ ପଥର ତିଆରି ହୁଏ । ସାଧାରଣତଃ ଲକ୍ଷଣ, ପରିସ୍ରା ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ (diagnosis) କରାଯାଏ । ରକ୍ତ ପରୀକ୍ଷା (Blood test) ମଧ୍ୟ ଆବଶ୍ୟକ ହୋଇପାରେ । ପଥର ମିଳିବା ସ୍ଥାନ ଅନୁସାରେ ଶ୍ରେଣୀ ବିଭାଗ କରାଯାଏ ଯଥା:- ବୃକ୍କରେ ଥିଲେ ନେଫ୍ରୋଲିଥିଆସିସ, ୟୁରେଟରରେ ଥିଲେ ୟୁରେଟେରୋଲିଥିଆସିସ, ମୂତ୍ରାଶୟରେ ଥିଲେ ସିସ୍ଟୋଲିଥିଆସିସ ନାମ ଦିଆଯାଏ ଓ ରାସାୟନିକ ସଂରଚନା (what they are made of) ଅନୁଯାୟୀ କ୍ୟାଲସିଅମ (calcium), ୟୁରିକ ଏସିଡ (uric acid), ସ୍ଟୃଭାଇଟ (struvite) ଓ ସିସ୍ଟିନ (cystine) ନାମ ଦିଆଯାଏ ।[2]
ପଥର ରୋଗ ଥିବା ଲୋକ ଦୈନିକ ୨ଲିଟର ପରିସ୍ରା ହେଲାଭଳି ପାଣି ପିଇଲେ ପୁନର୍ବାର ପଥର ତିଆରି ହେବା ପ୍ରତିରୋଧ ହୋଇଯାଏ । ଏହା ଯଥେଷ୍ଟ ନ ହେଲେ ଥିଆଜିଡ ଡାଇୟୁରେଟିକ (thiazide diuretic), ସାଇଟ୍ରେଟ (citrate), ବା ଆଲୋପ୍ୟୁରିନୋଲ (allopurinol) ଦିଆଯାଏ । ଫସଫୋରିକ ଏସିଡ (phosphoric acid) ଥିବା ପାନୀୟ ବିଶେଷତଃ କୋଲା (cola) ପାନ ନ କରିବାକୁ ସୁପାରିସ କରାଯାଏ ।[5] ଲକ୍ଷଣ ବିହୀନ ଥିଲେ ଚିକିତ୍ସା କରିବା ଆବଶ୍ୟକ ନୁହେଁ, କିନ୍ତୁ ଜାଗ୍ରତ (no treatment) ରହିବାକୁ ହୁଏ ।[2] ଲକ୍ଷଣ ଥିଲେ ଯନ୍ତ୍ରଣା ନିବାରକ ଔଷଧ (pain control) ଯେପରିକି ଏନଏସଏଆଇଡି (nonsteroidal anti-inflammatory drug) ପ୍ରଥମେ ଦିଆଯାଏ ବା ଓପିଅଏଡ (opioid) ଦିଆଯାଏ । [6][3] ବଡ଼ ପଥର ଥିଲେ ଲିଥୋଟ୍ରିପସି (extracorporeal shock wave lithotripsy), ୟୁରେଟେରୋସ୍କୋପି (ureteroscopy) ବା ନେଫ୍ରୋଲିଥୋଟୋମି (percutaneous nephrolithotomy) ଅପରେଶନ କରାଯାଏ ।[2]
ପୃଥିବୀର ଜନସଂଖ୍ୟାର ୧%ରୁ ୧୫% ଲୋକ ଜୀବନରେ କେତେବେଳେ ହେଲେ ଏହି ରୋଗାକ୍ରାନ୍ତ ହୁଅନ୍ତି ।[4] ସନ ୨୦୧୩ରେ ୪୯ ନିୟୁତ ଲୋକଙ୍କୁ ଏ ରୋଗ ହୋଇଥିବା,[7] ଫଳରେ ୧୫,୦୦୦ ଲୋକ ମୃତ୍ୟୁ ବରଣ କରିଥିଲେ ।[8] ସନ ୧୯୭୦ ପରଠାରୁ ପଶ୍ଚିମ ପୃଥିବୀରେ (Western world) ଏ ରୋଗ ଅଧିକ ଦେଖାଯାଉଛି ।[4] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[2] ସାରା ଇତିହାସରେ ମାନବ ଜାତି ଏହି ରୋଗରେ ଆକ୍ରାନ୍ତ ହେବା ଲିପିବଦ୍ଧ ହୋଇଛି ଓ ଏହା ନିମନ୍ତେ ଅପରେଶନ ଖ୍ରୀ:ପୂ: ୬୦୦ରୁ ଆରମ୍ଭ ହୋଇଥିବା କଥାର ବର୍ଣ୍ଣନା ଅଛି । [1]