ଭାରତ ରତ୍ନ
ଭାରତ ରତ୍ନ ଭାରତର ସବୁଠୁ ବଡ ପୁରସ୍କାର / From Wikipedia, the free encyclopedia
ଭାରତରତ୍ନ - ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ । ୧୯୫୪ରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ସହ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ ଆରମ୍ଭ ହୋଇଥିଲା । ଯେକୌଣସି ଜାତି, ବୃତ୍ତି (ଜୀବନ ସହ ଜଡ଼ିତ ସବୁ କ୍ଷେତ୍ରରେ ମହାନ ଅବଦାନ), ପାହ୍ୟା କିମ୍ବା ଲିଙ୍ଗର ବ୍ୟକ୍ତି ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି । ଭାରତରତ୍ନ ନିମନ୍ତେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରପତିଙ୍କ ନିକଟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥାନ୍ତି । ପ୍ରତିବର୍ଷ ଅତିବେଶିରେ ୩ଜଣଙ୍କୁ ଭାରତରତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସମ୍ମାନ ସ୍ୱରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ । ରାଷ୍ଟ୍ରପତି ନିଜେ ଏହି ସମ୍ମାନ ପ୍ରଦାନ କରନ୍ତି । ଅଦ୍ୟାବଧି ୪୧ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇସାରିଛି ।
ଭାରତ ରତ୍ନ | ||
ପୁରସ୍କାର ତଥ୍ୟ | ||
---|---|---|
ପ୍ରକାର | ବେସାମରିକ | |
ଶ୍ରେଣୀ | ଜାତୀୟ | |
ସ୍ଥାପିତ | ୧୯୫୪ | |
ଶେଷଥର ଦିଆଯାଇଛି | ୨୦୦୮ | |
ମୋଟ ପୁରସ୍କୃତ | ୪୧ | |
ଦାତା | ଭାରତ ସରକାର | |
ବର୍ଣ୍ଣନା | ଓସ୍ତ ପତ୍ରରେ ଅଙ୍କିତ ସୂର୍ଯ୍ୟଚିତ୍ର ଓ ତା’ତଳକୁ ଦେବନାଗରୀ ଲିପିରେ ଭାରତରତ୍ନ ଲେଖାଯାଇଥାଏ । | |
ପ୍ରଥମ ପୁରସ୍କୃତ | ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ସର୍ବପଲ୍ଲୀ ରାଧାକୃଷ୍ଣନ, ସି. ଭି. ରମଣ | |
ଶେଷଥର ପୁରସ୍କୃତ | ଭିମସେନ ଜୋଶୀ | |
ପୁରସ୍କାର କ୍ରମ | ||
କିଛି ନାହିଁ ← ଭାରତ ରତ୍ନ → ପଦ୍ମ ବିଭୂଷଣ |
୩୫ମିଲିମିଟର ବେଧ ବିଶିଷ୍ଟ ପତ୍ରଆକୃତି ସ୍ୱର୍ଣ୍ଣପଦକଟିର ଗୋଟିଏ ପାଖ ଓସ୍ତପତ୍ରରେ ଅଙ୍କିତ ସୂର୍ଯ୍ୟଚିତ୍ରଓ ତା’ତଳକୁ ଦେବନାଗରୀ ଲିପିରେ ଭାରତରତ୍ନ ଲେଖାଯାଇଥିଲା ବେଳେ ଅନ୍ୟ ପାଖଟିରେ ଭାରତର ଜାତୀୟ ପ୍ରତୀକ ଶୋଭା ପାଇଥାଏ । ୫୧ ମିଲିମିଟର ଓସାର ବିଶିଷ୍ଟ ଧଳାଫିତାରେ ଏହାକୁ ମନୋନୀତ ବ୍ୟକ୍ତିଙ୍କ ବେକରେ ଝୁଲାଇ ସମ୍ମାନିତ କରାଯିବାର ବିଧି ରହିଛି । ଆରମ୍ଭ ହେବା ସମୟରେ ମରଣୋତ୍ତର ଭାବେ ଏହାକୁ ଦିଆ ନ ଯିବାକୁ ସ୍ଥିର କରାଯାଇଥିଲେ ହେଁ ପରେ ଏଥିରେ ସଂଶୋଧନ କରାଯାଇ ମରଣୋତ୍ତର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭାରତର ଏହି ସର୍ବୋଚ୍ଚ ସମ୍ମାନ କେବଳ ଭାରତୀୟଙ୍କୁ ପ୍ରଦାନ କରାଯିବାକୁ ଲିଖିତ ନିୟମ ନ ଥିବାରୁ ଖାନ ଅବଦୁଲ ଗଫର ଖାଁ (୧୯୮୭), ମଦର ଟେରେସା (୧୯୮୦) ଏବଂ ନେଲସନ ମଣ୍ଡେଲା (୧୯୯୦)ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ୧୯୯୨ରେ ସୁଭାସ ଚନ୍ଦ୍ର ବୋଷଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା, ମାତ୍ର ତାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ନଥିବାରୁ ଏହି ଘୋଷଣାକୁ ପ୍ରତ୍ୟାହାର କରିନିଆଯାଇଥିଲା । ସେହି ପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଆବୁଲ କାଲାମ ଆଜାଦଙ୍କୁ ଯେତେବେଳେ ଭାରତରତ୍ନ ପ୍ରଦାନ ପାଇଁ ମନୋନିତ କରାଗଲା, ସେତେବେଳେ ସେ ଭାରତରତ୍ନ ପାଇଁ ଉଦ୍ଦିଷ୍ଟ ଚୟନମଣ୍ଡଳୀରେ ସଦସ୍ୟ ଥିବା ଯୋଗୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ତାଙ୍କ ମୃତ୍ୟୁ ପରେ ୧୯୯୨ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।