ମହମ୍ମଦ ଇକବାଲ
From Wikipedia, the free encyclopedia
ସାର ମହମ୍ମଦ ଇକବାଲ (ଏକବାଲ) (ଉର୍ଦ୍ଦୁ: محمد اقبال) (ନଭେମ୍ବର 9, 1877 - 21 ଏପ୍ରିଲ, 1938) ଅବିଭାଜିତ ଭାରତର ଜଣେ ପ୍ରସିଦ୍ଧ କବି, ନେତା ଓ ଦାର୍ଶନିକ ଥିଲେ। [1] ପାକିସ୍ତାନ ଆନ୍ଦୋଳନକୁ ପ୍ରେରଣା ଦେବାର ସମସ୍ତ ଶ୍ରେୟ ତାଙ୍କୁ ଯାଇଥାଏ। ଉର୍ଦ୍ଦୁ ଓ ପାରସୀ ଭାଷାରେ ସେ ଅନେକ କବିତା (ଶାୟରୀ) ରଚନା କରିଛନ୍ତି, ଯାହାକୁ ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ଶାୟରୀର ମାନ୍ୟତା ମିଳିଛି।[1][2] ଉର୍ଦ୍ଦୁ ସାହିତ୍ୟରେ ତାଙ୍କୁ ସବୁଠାରୁ ପ୍ରଭାବ ଶାଳୀ ବ୍ୟକ୍ତି ବୋଲି ପରିଗଣିତ କରାଯାଏ। [2]
![]() ସାର ଆଲ୍ଲାମା ମହମ୍ମଦ ଇକବାଲ | |
ଜନ୍ମ | (1877-11-09)ନଭେମ୍ବର ୯, ୧୮୭୭ ଶିଆଲକୋଟ, ପଞ୍ଜାବ(ଇଂରେଜ ଶାସନାଧୀନ ଭାରତ) |
---|---|
ଦେହାନ୍ତ | ୨୧ ଅପ୍ରେଲ ୧୯୩୮(1938-04-21) (ବୟସ ୬୦) ଲାହୋର, ପଞ୍ଜାବ, ଇଂରେଜ ଶାସନାଧୀନ ଭାରତ |
ଦଶନ୍ଧି | ବିଂଶ ଶତକର ଦାର୍ଶନିକ |
ଅଞ୍ଚଳ | ଅବିଭାଜିତ ଭାରତ, ଏବେ ପାକିସ୍ତାନ |
ମୂଳ ଲକ୍ଷ | ଉର୍ଦ୍ଦୁ କବିତା, ପାର୍ସି କବିତା |
ଜଣାଶୁଣା ଚିନ୍ତାଧାରା | ଦ୍ୱି-ଦେଶ ସିଦ୍ଧାନ୍ତ, ସ୍ୱତନ୍ତ୍ର ପାକିସ୍ତାନର ଧାରଣା |
କାହାଦେଇ ପ୍ରଭାବିତ
| |
କାହାକୁ ପ୍ରଭାବିତ କରିଛନ୍ତି
| |
Website | allamaiqbal |
ଇକବାଲଙ୍କୁ ପାକିସ୍ତାନ, ଭାରତ ଓ ଅନ୍ୟାନ୍ୟ ବିଦେଶୀ ବିଦ୍ୱାନମାନଙ୍କ ଭିତରେ ଆଗଧାଡ଼ିର ଶାସ୍ତ୍ରୀୟ କବିର ମାନ୍ୟତା ମିଳିଛି। [3][4] ସେ ଏକାଧାରରେ ଜଣେ ଉଚ୍ଚକୋଟୀର କବି ଓ ଆଧୁନିକ ଯୁଗୀୟ ମୁସଲମାନ ଦାର୍ଶନର ଜଣେ ମହାନ ଚିନ୍ତା ନାୟକ ଅଟନ୍ତି। [4] ତାଙ୍କର ପ୍ରଥମ କବିତା ପୁସ୍ତକ ଅସରାର-ଏ-ଖୁଦି (ଆତ୍ମ ରହସ୍ୟ) ୧୯୧୫ ମସିହାରେ ପାରସ୍ୟ ଭାଷାରେ ମୁକ୍ତିଲାଭ କରିଥିଲା। ତାଙ୍କ ରଚିତ ଅନ୍ୟାନ୍ୟ ବହି ଗୁଡ଼ିକ ହେଲା ରୁମୁଜ-ଇ-ବେଖୁଦି, ପାୟାମ-ଇ-ମସ୍ରିକ ଓ ଜବୁର-ଇ-ଆଜମ୍। ତାଙ୍କର ଅତି ଲୋକପ୍ରିୟ ଉର୍ଦ୍ଦୁ ରଚନାବଳୀ ଭିତରେ ବଙ୍ଗ-ଇ-ଦାରା, ବାଲ-ଇ-ଜିବ୍ରିଲ, ଜର୍ବ-ଇ-କଲିମ ଓ ଆର୍ମୁଘନ-ଇ-ହିଜାଜର କିଛି ଅଂଶ ଅନ୍ୟତମ। [5] ଉର୍ଦ୍ଦୁ ଓ ପାର୍ସୀ କବିତା ଛଡ଼ା ତାଙ୍କର କେତେକ ଉର୍ଦ୍ଦୁ ଓ ଇଂରାଜୀ ପତ୍ର ଓ ଭାଷଣ ବର୍ଷ ବର୍ଷର ସାଂସ୍କୃତିକ, ସାମାଜିକ, ଧାର୍ମୀକ ଓ ରାଜନୈତିକ ବିଭେଦକୁ ସମାଧାନ କରିବାରେ ବହୁତ ପ୍ରଭାବଶାଳୀ ସିଦ୍ଧ ହୋଇଛି।[4] ଇସଲାମ ଧର୍ମର ମୂଳତତ୍ତ୍ୱ ଉପରେ ସେ ଯେଉଁ ବକ୍ତୃତାମାନ ଦେଇଥିଲେ ସେ ସବୁକୁ ଏକ ପୃଥୁଳକାୟ ପୁସ୍ତକାକାରରେ ସଂକଳିତ କରାଯାଇଅଛି।
ଦକ୍ଷିଣ ଏସିଆର ହିନ୍ଦୀ ଓ ଉର୍ଦ୍ଦୁ ଭାଷାଭାଷୀ ଲୋକମାନଙ୍କ ଭିତରେ ଇକବାଲ ଶୈର-ଇ-ମୁସରିକ (ଉର୍ଦ୍ଦୁ: شاعر مشرق) ଅର୍ଥାତ୍ପ୍ରାଚ୍ୟ କବି ନାମରେ ପରିଚିତ। ତାଙ୍କୁ ମୁଫକିର-ଇ-ପାକିସ୍ତାନ ("ପାକିସ୍ତାନର ନିରୀକ୍ଷକ") ଓ ହାକୀକ-ଉଲ୍-ଉମ୍ମତ ("ଉମ୍ମାର ସନ୍ୟାସୀ") ବୋଲି ମଧ୍ୟ କୁହାଯାଏ। ଇରାନ ଓ ଆପଗାନିସ୍ଥାନରେ ସେ ଇକବାଲ-ଇ-ଲୋହୋରି (اقبال لاهوری) (ଲାହୋରର ଇକବାଲ) ଭାବରେ ଜଣାଶୁଣା ଓ ସେ ହେଉଛନ୍ତି ପାର୍ସୀ ଭାଷାର ସବୁଠୁ ପ୍ରଶଂସିତ କବି।[6] ପାକିସ୍ତାନ ସରକାର ତାଙ୍କୁ ପାକିସ୍ତାନର ଜାତୀୟ କବି ଭାବେ ଘୋଷଣା କରିଛନ୍ତି। ତାଙ୍କର ଜନ୍ମଦିନ ପାକିସ୍ତାନର ଏକ ଜାତୀୟ ଛୁଟି ଦିନ। [7]