ମହମ୍ମଦ ବିନ କାସିମ
From Wikipedia, the free encyclopedia
ମହମ୍ମଦ ବିନ କାସିମ ହେଉଛନ୍ତି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଭାରତର ପ୍ରଥମ ମୁସଲମାନ ଆକ୍ରମଣକାରୀ। ଏ ଖ୍ରୀଷ୍ଟାବ୍ଦ ୭୧୧ରେ ଭାରତ ଆକ୍ରମଣ କରି ସିନ୍ଧୁର ରାଜା ଦହିରଙ୍କୁ ପରାସ୍ତ କରି ଆଲୋର ଓ ବ୍ରହ୍ମଣାବାଦ ଆଦି ନଗରମାନ ଲୁଣ୍ଠନ କରି ସିନ୍ଧୁ ଅଧିକାର କଲେ। ପ୍ରୋଥେରା ସାହେବଙ୍କ ଇତିହାସମତେ ଏହାଙ୍କର ବଂଶଧରମାନେ ସୌବୀର ନାମକ କ୍ଷତ୍ରିୟମାନଙ୍କଦ୍ୱାରା ୭୬୦ ଖ୍ରୀଷ୍ଟାବ୍ଦରେ ଭାରତରୁ ବିତାଡ଼ିତ ହେଲେ। [1]