ମେଲାନୋମା
From Wikipedia, the free encyclopedia
ମେଲାନୋମା ବା ମାଲିଗନାଣ୍ଟ ମେଲାନୋମା (ଇଂରାଜୀ ଭାଷାରେ Melanoma, ବା malignant melanoma) ଏକ ପ୍ରକାର କର୍କଟ ରୋଗ ଯାହା ବର୍ଣ୍ଣ କଣିକା ଥିବା ମେଲାନୋସାଇଟ ଜୀବକୋଷରୁ ସୃଷ୍ଟି ହୁଏ । [1] ସ୍ୱାଭାବିକ ଭାବରେ ଏହି ରୋଗ ଚର୍ମରେ ହେଉଥିବା ବେଳେ ପାଟି, ଅନ୍ତନଳୀ ଓ ଆଖିରେ କ୍ୱଚିତ ହୁଏ । [1][2] ସାଧାରଣତଃ ମହିଳାମାନଙ୍କର ଗୋଡ଼ରେ ଓ ପୁରୁଷମାନଙ୍କର ପିଠିରେ ହୁଏ । [2] ବେଳେ ବେଳେ ଏହା ଦେହର ତିଳରୁ (mole) ଆରମ୍ଭ ହୁଏ ଯାହାର ଆକାର, ଧାର, ରଙ୍ଗ ପରିବର୍ତ୍ତିତ ହୁଏ, ଗଲୁ କରେ ଓ ଚମ ଫାଟିଯାଇ ଘାଆ ସୃଷ୍ଟି ହୁଏ । [1]
ମେଲାନୋମା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /ˌmɛləˈnoʊmə/ (listen) |
ସ୍ପେଶାଲିଟି | Oncology and dermatology |
ଆଇସିଡ଼ି-୧୦ | C43. |
ଆଇସିଡ଼ି-୯-ସିଏମ୍ | 172.9 |
ଆଇସିଡ଼ି-ଓ | ଛାଞ୍ଚ:ICDO |
ଓଏମ୍ଆଇଏମ୍ | 155600 |
ରୋଗ ଡାଟାବେସ | 7947 |
ମେଡ଼ିସିନ-ପ୍ଲସ | 000850 |
ଇ-ମେଡ଼ିସିନ | derm/257 med/1386 ent/27 plastic/456 |
MeSH | D008545 |
ଦେହରେ ସ୍ୱଳ୍ପ ମାତ୍ରାରେ ଚର୍ମ ବର୍ଣ୍ଣ କଣିକା ଥିବା ଲୋକ ଅଲଟ୍ରାଭାୟୋଲେଟ (ୟୁଭି) ରଶ୍ମି ସଂସ୍ପର୍ଶରେ ଆସିଲେ ଏହି ରୋଗ ହୁଏ । [2][3] ୟୁଭି ରଶ୍ମୀ ସୂର୍ଯ୍ୟରୁ ବା ଟାନିଙ୍ଗ ଡିଭାଇସରୁ ନିର୍ଗତ ହୁଏ । ପ୍ରାୟ ୨୫ % ରୋଗ ତିଳରୁ ସୃଷ୍ଟି ହୁଏ । [2] ଅନେକ ତିଳ ଥିଲେ, ପରିବାରରେ ଆଗରୁ ଏହି ରୋଗ ଥିଲେ ଓ ଇମ୍ମ୍ୟୁନିଟି କମ ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ । [1] ଅନେକ ପ୍ରକାର ଜେନେଟିକ ତୃଟି ଯେପରିକି ଜେରୋଡର୍ମା ପିଗମେଣ୍ଟୋସା ଥିଲେ ଏହି ରୋଗ ସଙ୍କଟ ଅଧିକ ହୁଏ । [4] ବାୟୋପ୍ସି ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [1]
ୟୁଭି ରଶ୍ମିଠାରୁ ଦୂରେଇ ରହି ଓ ସନସ୍କ୍ରିନ ବ୍ୟବହାର କରି ଏହି ରୋଗକୁ ପ୍ରତିରୋଧ କରିହୁଏ । [2] ଅପରେଶନ କରି ମେଲାନୋମାକୁ ବାହାର କରିଦିଆଯାଏ । ବିସ୍ତାର ହୋଇଛି କି ନାହିଁ ଜାଣିବା ନିମନ୍ତେ ରୋଗ ହୋଇଥିବା ସ୍ଥାନର ନିକଟବର୍ତ୍ତୀ ଲସିକା ଗ୍ରନ୍ଥି ପରୀକ୍ଷା କରାଯାଏ । ବିସ୍ତାର ଲାଭ ନ କରିଥିଲେ ଅଧିକାଂଶ ମେଲାନୋମା ଆରୋଗ୍ୟ ହୋଇଯାଏ । ବିସ୍ତାରିତ ହୋଇସାରିଥିଲେ ଇମ୍ମ୍ୟୁନୋଥେରାପି, ବାୟୋଲୋଜିକାଲ ଥେରାପି, ରାଡିଏସନ ଥେରାପି ବା କେମୋଥେରାପି ଦିଆଯାଏ ଓ ଆୟୁଷ ବୃଦ୍ଧି ହୁଏ । [1] ଆମେରିକାରେ ଚିକିତ୍ସା ସାହାଯ୍ୟରେ ପାଞ୍ଚ ବର୍ଷ ବଞ୍ଚିବା ହାର ସ୍ଥାନିୟ ରୋଗର ୯୮ % ଓ ବିସ୍ତାରିତ ରୋଗର ୧୭ % । [5] ମେଲାନୋମା କେତେ ମୋଟା (thickness of the melanoma) ଅଛି, କେତେ ଶିଘ୍ର ଦ୍ୱିଖଣ୍ଡିତ (dividing) ହେଉଛି ଓ ଚମ ଫାଟିଛି କି ନାହିଁ, ଏହି ସମସ୍ତ ତଥ୍ୟ ଉପରେ ଏହି ରୋଗ ଲେଉଟିବ କି ନାହିଁ ନିର୍ଭର କରେ । [2]
ଚର୍ମ କର୍କଟ ମଧ୍ୟରେ ମେଲାନୋମା ସର୍ବାଧିକ ବିପଦଜନକ ରୋଗ । ସନ ୨୦୧୨ରେ ପୃଥିବୀରେ ଏହି ରୋଗ ୨୩୨,୦୦୦ ଲୋକଙ୍କୁ ହୋଇଥିଲା ଓ ୫୫,୦୦୦ ଲୋକ ମରିଥିଲେ । ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ସର୍ବାଧିକ ମେଲାନୋମା ରୋଗ ହୁଏ । ୟୁରୋପ ଓ ଉତ୍ତର ଆମେରିକାରେ ଏହି ରୋଗ ହାର ଅଧିକ ଅଛି ଓ ଏସିଆ, ଆଫ୍ରିକା ତଥା ଲାଟିନ ଆମେରିକାରେ ଏହାର ହାର କମ ଅଛି । [2] ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଏହି ରୋଗ ଅଧିକ ହୁଏ । [4] ଗୋରା ଲୋକ (କକେସିଆନ) ରହୁଥିବା ସ୍ଥାନମାନଙ୍କରେ ସନ ୧୯୬୦ରୁ ଏହି ରୋଗ ଅତି ସାଧାରଣ ହୋଇଛି । [2][4]