ମୋରଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
From Wikipedia, the free encyclopedia
ମୋରଡ଼ା (କ୍ରମିକ ସଂଖ୍ୟା: ୩୪) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ମୋରଡ଼ା ବ୍ଳକ, ଶୁଳିଆପଦା ବ୍ଳକ ଓ ରାସଗୋବିନ୍ଦପୁର ବ୍ଳକ ।[2][3]
Quick Facts ମୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ମୋରଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୯୮,୦୧୧ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
Close
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରାଜକିଶୋର ଦାସଙ୍କଠାରୁ ୬୯୫୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ବିମଳ ଲୋଚନ ଦାଶଙ୍କଠାରୁ ୬,୨୦୧ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]