ରାଉରକେଲା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନମଣ୍ଡଳୀ / From Wikipedia, the free encyclopedia
ରାଉରକେଲା (କ୍ରମିକ ସଂଖ୍ୟା: ୧୨) ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଉରକେଲା (ପୌ), କୁଳୁଙ୍ଗା ଓ ବିଶ୍ରା ବ୍ଳକର କିଛି ଅଞ୍ଚଳ ।[2][3]
Quick Facts ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ ...
ରାଉରକେଲା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୮୫,୪୬୧ |
ଜିଲ୍ଲା: | ସୁନ୍ଦରଗଡ଼ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ସୁନ୍ଦରଗଡ଼ |
ପଞ୍ଚାୟତ ସମିତି: | ୧ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | |
ପୌର ପରିଷଦ: | ୧ |
Close
ଗତ ୨୦୧୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଦିଲୀପ କୁମାର ରାୟ ବିଜୁ ଜନତା ଦଳ ପ୍ରାର୍ଥୀ ଶାରଦା ପ୍ରସାଦ ନାୟକଙ୍କଠାରୁ ୧୦୯୨୯ ଖଣ୍ଡ ଅଧିକ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶାରଦା ପ୍ରସାଦ ନାୟକ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ରମେଶ କୁମାର ଅଗ୍ରୱାଲଙ୍କଠାରୁ ୨୫,୫୯୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]