ରିଟୋନାଭିର
From Wikipedia, the free encyclopedia
ରିଟୋନାଭିର, ବିକ୍ରୟ ନାମ ନର୍ଭିର, ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ ଯାହା ଅନ୍ୟ କେତେକ ଔଷଧ ସହିତ ମିଶେଇ ଏଚଆଇଭି/ଏଡସ ରୋଗରେ ଦିଆଯାଏ ।[1] ଏହି ମିଶ୍ରିତ ଚିକିତ୍ସାକୁ ହାଇ ଆକ୍ଟିଭ ଆଣ୍ଟିରେଟ୍ରୋଭାଇରାଲ ଥେରାପି (ଏଚଏଏଆରଟି) ନାମରେ ଜଣାଶୁଣା । ଅଧିକାଂଶ ସମୟରେ ଏହା ସ୍ୱଳ୍ପ ଡୋଜ ସହିତ ଅନ୍ୟ ପ୍ରୋଟିଏଜ ଇନହିବିଟର ଔଷଧ ମିଶେଇ ଦିଆଯାଏ । ଏହା ପାଟିରେ ଦିଆଯାଏ । [1]
Clinical data | |
---|---|
Trade names | Norvir |
AHFS/Drugs.com | monograph |
MedlinePlus | a696029 |
Pregnancy category |
|
Routes of administration | oral |
ATC code |
|
Legal status | |
Legal status |
|
Pharmacokinetic data | |
Protein binding | 98-99% |
Metabolism | Hepatic |
Elimination half-life | 3-5 hours |
Excretion | mostly fecal |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
NIAID ChemDB | |
ECHA InfoCard | 100.125.710 |
Chemical and physical data | |
Formula | C37H48N6O5S2 |
Molar mass | 720.946 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଅଇ, ବାନ୍ତି, କ୍ଷୁଧାହାନୀ, ତରଳ ଝାଡ଼ା ଓ ହାତ ତଥା ପାଦ କାଲୁଆ ହେବା ଏହି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଯକୃତ ସମସ୍ୟା, ଅଗ୍ନାଶୟ ପ୍ରଦାହ, ଆଲର୍ଜି ଓ ଆରିଦମିଆ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଅନ୍ୟ କେତେକ ଔଷଧ ଯେପରିକି ଆମୋଓଡାରୋନ ଓ ସିମଭାସ୍ଟାଟିନ ସାଥିରେ ଦେଲେ ଏହାର ସାଙ୍ଘାତିକ ପ୍ରତିକ୍ରିୟା ହୁଏ ।[1] ଗର୍ଭାବସ୍ଥାରେ ଅଳ୍ପ ଡିଜ ଦେଲେ ଏହା ନିରାପଦ ହୁଏ ।[2] ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଔଷଧ ।[1] କେତେକ ଅନ୍ୟ ପ୍ରୋଟିଏଜ ଇନହିବିଟର ମେଟାବୋଲାଇଜ କରୁଥିବା ଏନଜାଇମକୁ ଅବରୋଧ କରିବାକୁ ଏହା ଅନେକ ସମୟରେ ଦିଆଯାଏ । ତେଣୁ ଉକ୍ତ ଔଷଧ ସ୍ତର ଏହାଦ୍ୱାରା ବଢ଼ିଯାଏ ।[3]
ରିଟୋନାଭିର ସନ ୧୯୯୬ରେ ପ୍ରଥମେ ବ୍ୟବହାର କରାଯାଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] କ୍ୟାପସୁଲ ଓ ବଟିକାର କାର୍ଯ୍ୟକ୍ଷମତା ସମାନ ନୁହେଁ ।[1] ପୃଥିବୀରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୦୭ରୁ ୨.୨୦ ଆମେରିକୀୟ ଡଲାର ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ଦୈନିକ ପ୍ରାୟ ୯.୨୦ରୁ ୫୫ ଡଲାର ।[1]