![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/28/Lithium-citrate-2D-skeletal.png/640px-Lithium-citrate-2D-skeletal.png&w=640&q=50)
ଲିଥିଅମ ଔଷଧ
From Wikipedia, the free encyclopedia
ଲିଥିଅମ ଯୌଗିକ ପଦାର୍ଥ (Lithium compounds), ଅନ୍ୟ ନାମ ଲିଥିଅମ ଲବଣ (lithium salts) ଏକ ପ୍ରକାର ମାନସିକ ରୋଗର ଔଷଧ । କୌଣସି ଔଷଧରେ ଉପସମ ହେଉ ନ ଥିବା ମେଜର ଡିପ୍ରେସିଭ ଡିଜଅର୍ଡ଼ର ଓ ବାଇପୋଲାର ଡିଜଅରଡ଼ର ଭଳି ରୋଗମାନଙ୍କରେ ଏହି ଔଷଧ ଦିଆଯାଏ ।[1] ଏହି ରୋଗମାନଙ୍କରେ ଦେଖାଯାଉଥିବା ଆତ୍ମହତ୍ୟା ସଙ୍କଟ ଏହି ଔଷଧଦ୍ୱାରା କମିଯାଏ ।[2] ଏହା ପାଟିରେ ଦିଆଯାଏ ।[1]
![]() Lithium citrate | |
Clinical data | |
---|---|
Trade names | Camcolit, Eskalith, Lithobid, others |
AHFS/Drugs.com | monograph |
MedlinePlus | a681039 |
Pregnancy category |
|
Routes of administration | Oral, parenteral |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | depends on formulation |
Protein binding | None |
Metabolism | Renal |
Elimination half-life | 24 hrs, 36 hrs (elderly)[1] |
Excretion | >95% renal |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
Chemical and physical data | |
Formula | ଛାଞ୍ଚ:Chem |
Molar mass | 6.941 g/mol |
3D model (JSmol) | |
SMILES
| |
InChI
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ ପରିସ୍ରା, ହାତ ଥରା ଓ ଅଧିକ ଶୋଷ ହୁଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହାଇପୋଥାଇରଏଡିଜ୍ମ, ଡାଏବେଟିସ ଇନସିପିଡସ ଓ ଲିଥିଅମ ବିଷାକ୍ତତା ହୁଏ । ଏହାର ସମ୍ଭାବ୍ୟ ବିଷାକ୍ତତା ସଙ୍କଟକୁ ଅବରୋଧ କରିବା ନିମନ୍ତେ ଔଷଧର ନିୟମିତ ରକ୍ତ ସ୍ତର ପର୍ଯ୍ୟାଲୋଚନା କରାଯାଏ । ଅତ୍ୟଧିକ ଔଷଧ ହୋଇଗଲେ ତରଳ ଝାଡ଼ା, ବାନ୍ତି, ଶାରୀରିକ ନିୟନ୍ତଣ ଅକ୍ଷମତା, ନିଦୁଆ ଭାବ ଓ କାନରେ ଝିଁ ଝିଁ ଶବ୍ଦ ଶୁଣାଯିବା ଇତ୍ୟାଦି ଦେଖାଯାଏ । ଗର୍ଭାବସ୍ଥାରେ ଏହା ନେଲେ ଶିଶୁର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ।[1] ସ୍ତନ୍ୟପାନ ସମୟରେ ଏହା ଠିକ ରହେ । [3] ଏହି ଔଷଧ ମୁଡ ସ୍ଟାବିଲାଇଜର ଶ୍ରେଣୀର ଔଷଧ । ଏହାର କାର୍ଯ୍ୟ ପ୍ରଣାଳୀ ସଠିକ ଭାବେ ଜଣାଯାଇ ନାହିଁ । [1]
ସନ ୧୮୮୦ରେ ଗାଉଟ, ଅପସ୍ମାର ଓ କର୍କଟ ରୋଗ ଥିବା ରୋଗୀଙ୍କୁ ଲିଥିଅମ ଦିଆଯାଉଥିଲା । ଅଷ୍ଟ୍ରେଲିଆର ଜନ କେଡ (John Cade ) ସନ ୧୯୪୮ରେ ପ୍ରଥମେ ମାନସିକ ରୋଗ ନିମନ୍ତେ ଏହା ପ୍ରୟୋଗ କରିଥିଲେ ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଦୈନିକ ୦.୧୨ରୁ ୦.୨୦ ଆମେରିକୀୟ ଡଲାର ଥିଲା ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣ ଡୋଜ ଦେଲେ ଏହାର ଖର୍ଚ୍ଚ ଦୈନିକ ୦.୯୦ରୁ ୧.୨୦ ଡଲାର । [1]