ଶାନ୍ତନୁ କୁମାର ଆଚାର୍ଯ୍ୟ
ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ / From Wikipedia, the free encyclopedia
ଶାନ୍ତନୁ ଆଚାର୍ଯ୍ୟ (ଜନ୍ମ: ୧୫ ମଇ ୧୯୩୩)[1] ଜଣେ ଓଡ଼ିଆ ଗାଳ୍ପିକ, ଔପନ୍ୟାସିକ ଓ ଶିଶୁ ସାହିତ୍ୟିକ । ସେ ପଶ୍ଚିମବଙ୍ଗର କଲିକତାଠାରେ ୧୫ ମଇ ୧୯୩୩ ମସିହାରେ ଜନ୍ମ ଲାଭ କରିଥିଲେ । [2]
Quick Facts ଶାନ୍ତନୁ କୁମାର ଆଚାର୍ଯ୍ୟ, ଜନ୍ମ ଓ ଜନ୍ମସ୍ଥାନ ...
ଶାନ୍ତନୁ କୁମାର ଆଚାର୍ଯ୍ୟ | |
---|---|
ଜନ୍ମ ଓ ଜନ୍ମସ୍ଥାନ | (1933-05-15) ୧୫ ମଇ ୧୯୩୩ (ବୟସ ୯୦) ମୋମିନପୁର, ଖିଦିରପୁର, କଲିକତା |
ବୃତ୍ତି | ଅଧ୍ୟାପନା |
ଭାଷା | ଓଡ଼ିଆ |
ଶିକ୍ଷା | ସ୍ନାତକୋତ୍ତର (ରସାୟନ ବିଜ୍ଞାନ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ସାହିତ୍ୟ କୃତି | ନର କିନ୍ନର ଚଳନ୍ତି ଠାକୁର |
ପୁରସ୍କାର | ଶାରଳା ପୁରସ୍କାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ନିରୁପମା ଆଚାର୍ଯ୍ୟ |
ସନ୍ତାନ | ପ୍ରଜେଶ ନନ୍ଦିନୀ, ନିବେଦିତା, ଜୁଲି |
ପିତାମାତା | ଅନନ୍ତ ନାରାୟଣ ଆଚାର୍ଯ୍ୟ, କୃଷ୍ଣପ୍ରିୟା ଦେବୀ |
Close
ଶାନ୍ତନୁ ପ୍ରଥମେ ସମ୍ବଲପୁରର ଓରିଏଣ୍ଟ କାଗଜ କଳରେ କେମିଷ୍ଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ମନାନ୍ତର ହେବା ପରେ ୧୯୫୮ ମସିହା ଜାନୁଆରୀ ୩ତାରିଖରେ ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ, ପାରଳାଖେମୁଣ୍ଡିର ରସାୟନ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ । ତା'ଙ୍କ ସହ ସେହି ଦିନ ମହାପାତ୍ର ନୀଳମଣି ସାହୁ ମଧ୍ୟ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ ସେହି ମହାବିଦ୍ୟାଳୟରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୯୨ ମସିହା ଜୁନ ୩୦ ତାରିଖ ଦିନ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପଦବୀରୁ ଅବସର ଗ୍ରହଣ କରିଥିଲେ ।[3]