From Wikipedia, the free encyclopedia
"ସତ୍ୟମେବ ଜୟତେ" (satyam-eva jayate सत्यमेव जयते) (ଆକ୍ଷରିକ ଅର୍ଥ: "ସତର ସଦା ଜୟ ହୁଏ") ମୁଣ୍ଡକ ଉପନିଷଦର ଏକ ହିନ୍ଦୁ ମନ୍ତ୍ର ।[1] ଭାରତର ସ୍ୱାବଧିନତା ପରେ ଏହାକୁ ଜାତୀୟ ବାଣୀ ଭାବରେ ଗ୍ରହଣ କରାଗଲା ।[2] ଜାତୀୟ ଚିହ୍ନ ତଳେ ଏହା ଦେବନାଗରୀ ଲିପିରେ ଖୋଦିତ ହୋଇଛି । ଭାରତୀୟ ଟଙ୍କାର ଏକ ପାଖରେ ମଧ୍ୟ ଏହା ଅଙ୍କିତ । ଏହା ଖ୍ରୀ.ପୂ. ୨୫୦ରେ ଉତ୍ତର ପ୍ରଦେଶର ବାରାଣାସୀଠାରେ ସ୍ଥାପିତ ଅଶୋକଙ୍କ ସିଂହର ଏକ ଅନୁକରଣ, କିନ୍ତୁ ଏଥିରେ ବାଣୀଟି ନାହିଁ । ମୁଣ୍ଡକ ଉପନିଷଦର ୩.୧.୬ ରେ[2] ଥିବା ମୂଳ ମନ୍ତ୍ରଟି ହେଲା:
ସତ୍ୟମେବ ଜଯତେ ନାନୃତମ୍ ସତ୍ୟନ ପନ୍ଥାବ ବିତତୋବଦେବଯାନଃ ।
ଯେନାକ୍ରମନ୍ୟୁତ୍ୟଷଯୋ ହ୍ୟାତ୍ମକାମୋ ଯତ୍ର ତତ୍ତ୍ୟସ୍ୟ ପରମଂ ନିଧାନଂ ॥
ଅର୍ଥ:
ସତର ସଦା ଜୟ ହୁଏ, ମିଛର ନୁହେଁ ।
ମୁନି ଋଷିମାନଙ୍କ ଦେଇ ସତର ପାବନର ପଥ ବ୍ୟାପକ ହୋଇଛି । କାମନାର ବିନାଶ ସାଧନ କରି ମୁନି ଋଷିମାନେ ମହାସତ ନିକଟରେ ପହଞ୍ଚିଥାନ୍ତି ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.