ଭାରତୀୟ ଅଭିନେତା ଓ ପ୍ରଯୋଜକ From Wikipedia, the free encyclopedia
ସୈଫ ଅଲ୍ଲୀ ଖାନ (ଜନ୍ମ: ୧୬ ଅଗଷ୍ଟ ୧୯୭୦), ଜଣେ ଭାରତୀୟ କଥାଚିତ୍ର ଅଭିନେତା । ସେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶର୍ମିଳା ଟାଗୋର ଏବଂ ପୂର୍ବତନ କ୍ରିକେଟିୟର ମନସୁର ଅଲୀ ଖାନ ପଟୌଡ଼ି ଙ୍କର ପୁଅ । ସୈଫ ତାଙ୍କର ପ୍ରଥମ ହିନ୍ଦୀ କଥାଚିତ୍ର ପରମ୍ପରା(୧୯୯୩) ମାଧ୍ୟମରେ ଅଭିନୟ ଦୁନିଆଁରେ ପାଦ ଦେଇଥିଲେ । ତାଙ୍କର ଏହି ପ୍ରଥମ କଥାଚିତ୍ର ସଫଳ ନ ଥିଲେ ବି ୟେ ଦିଲ୍ ଲଗୀ ଏବଂ ମେଁ ଖିଲାଡି ତୁ ଅନାଡି (୧୯୯୪) ଚଳଚ୍ଚିତ୍ରରେ ଅଭିନେତା ଭାବେ ସଫଳତା ଲାଭ କରିଥିଲେ । ସେ ଅଭିନେତ୍ରୀ କରୀନା କପୁରଙ୍କୁ ୨୦୧୨ରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ଅଛି ।
ସୈଫ ଅଲ୍ଲୀ ଖାନ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୯୨- ଏବେଯାଏଁ |
ବୈବାହିକ-ସାଥୀ | |
ସନ୍ତାନ | ୧ |
ପିତାମାତାs |
|
ସମ୍ପର୍କୀୟ | ସୋହା ଅଲ୍ଲୀ ଖାନ (ଭଉଣୀ) |
୧୬ ଅଗଷ୍ଟ ୧୯୭୦ରେ ସୈଫଙ୍କର ଜନ୍ମ ନୂଆ ଦିଲ୍ଲୀରେ । ମାଆ ଶର୍ମିଳା ଟାଗୋର ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଏବଂ ବାପା ମନସୁର ଅଲୀ ଖାନ ପଟୌଡ଼ି ହେଉଛନ୍ତି ଭାରତୀୟ ଜାତୀୟ କ୍ରିକେଟ ଦଳର ଜଣେ ପୂର୍ବତନ ଅଧିନାୟକ ।[1] ୧୯୫୨ରୁ ୧୯୭୧ ଯାଏଁ ବାପା ପଟୌଦିର ନବାବ ପଦ ଅଂଳଂକୃତ କରିଥିଲେ । କିନ୍ତୁ ତାଙ୍କ ଅନ୍ତେ ସୈଫ ନବାବ ପଦରେ ଅଭିଷିକ୍ତ ହେବାପାଇଁ ଅନିଚ୍ଛା ପ୍ରକାଶ କଲେ । ତେବେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ସେ କେବଳ ଉକ୍ତ ଅଭିଷେକ ଉତ୍ସବରେ ଔପଚାରିକ ଭାବେ ଯୋଗଦାନ କରିଥିଲେ ।[2] ସୈଫଙ୍କ ଦୁଇ ଛୋଟ ଭଉଣୀ ହେଉଛନ୍ତି ସବା ଏବଂ ସୋହା ।
ମାଆ ଜଣେ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ହେଲେ ହେଁ ପିଲାଟି ଦିନରୁ ସୈଫଙ୍କୁ ଅଭିନୟ ଜଗତରୁ ଦୂରେଇ ରଖାଯାଇଥିଲା ।[3] ପିତାଙ୍କ ପରି ସେ କ୍ରିକେଟ ପ୍ରତି ମଧ୍ୟ ଆଗ୍ରହୀ ନ ଥିଲେ । ତେବେ ପିଲା ବେଳେ ଘର ବଗିଚାରେ ବାପାଙ୍କ କ୍ରିକେଟ ଖେଳ ସେ ଭାରି ଆଗ୍ରହର ସହ ହେଖୁଥିଲେ ।[4] ହିମାଚଳ ପ୍ରଦେଶର ଲରେନ୍ସ୍ ସ୍କୁଲରେ (ସାନୱାର)ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିବା ପରେ ମାତ୍ର ନଅ ବର୍ଷ ବୟସରେ ହେର୍ଥଫୋର୍ଡଶାୟରସ୍ଥ ଲକେର୍ସ୍ ପାର୍କ ସ୍କୁଲକୁ ତାଙ୍କୁ ପଠାଇ ଦିଆଗଲା ।[1] ଏହାପରେ ସେ ୱିନଚଷ୍ଟେର କଲେଜରେ ନାମ ଲେଖାଇଲେ ।
ବୋର୍ଡିଙ୍ଗ ସ୍କୁଲରୁ ସ୍ନାତକ ଡିଗ୍ରୀ ହାସଲ କରି ସେ ଭାରତ ଫେରିଲେ । ପରେ ପରେ ସେ ଏକ ବିଜ୍ଞାପନ ଚଳଚ୍ଚିତ୍ରରେ ମାତ୍ର ଦୁଇମାସ କାମ କଲେ ।[5] ଗ୍ୱାଲିୟର ସୁଟିଂ ଭଳି ଏକ ଟେଲି କମର୍ସିଅଲରେ କାମ କରିବା ପରେ ସେ ଅଭିନୟ ଦୁନିଆରେ ପାଦ ଦେବାପାଇଁ ମୁମ୍ବାଇ ଚାଲିଆସିଲେ ।
୧୯୯୧ରେ କାଜଲଙ୍କ ବିପକ୍ଷରେ ବେଖୁଦି(୧୯୯୨) ଚଳଚ୍ଚିତ୍ରରେ ଅଭିନୟ କରିବା ସୁଯୋଗ ଲାଭ କଲେ । କିନ୍ତୁ ସୁଟିଂ ଆରମ୍ଭରୁ ହିଁ ନିର୍ଦ୍ଦେଶକ ତାଙ୍କ ଅଭିନୟରେ ଅସନ୍ତୁଷ୍ଟ ହୋଇ ତାଙ୍କ ବଦଳରେ କମଲ ସଦାନାଙ୍କୁ ନେଇଥିଲେ । [6] ବେଖୁଦି ସୁଟିଂ ବେଳେ ଅଭିନେତ୍ରୀ ଅମୃତା ସିଂଙ୍କ ସହ ତାଙ୍କର ଦେଖା ହୁଏ । ୧୯୯୧ରେ ସେ ଅମୃତାଙ୍କୁ ବିବାହ ମଧ୍ୟ କରିଥିଲେ । [7] ବିବାହ ପରେ ଝିଅ ସାରା ଏବଂ ପୁଅ ଇବ୍ରାହିମ୍ ଯଥାକ୍ରମେ ୧୯୯୩ ଏବଂ ୨୦୦୧ରେ ଜନ୍ମ ହୁଅନ୍ତି । ତେବେ ୨୦୦୪ରେ ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୁଏ ।[8] ୧୯୯୩ରେ ୟଶ ଚୋପ୍ରାଙ୍କ ନିର୍ଦ୍ଦେଶିତ ହିନ୍ଦୀ କଥାଚିତ୍ର ପରମ୍ପରାରେ ସେ ନବାଗତ ଅଭିନେତା ଭାବେ ଅଭିନୟ କରନ୍ତି । କଥାଚିତ୍ରଟି ବକ୍ସ ଅଫିସରେ ସଫଳତା ପାଇପାରେ ନାହିଁ ।[9] ପରେ ପରେ ଅନ୍ୟ ଦୁଇ ଚଳଚ୍ଚିତ୍ର ଆଶିକ ଆୱାରା ଏବଂ ପେହେଚାନରେ ଅଭିନୟର ସୁଯୋଗ ପାଆନ୍ତି ସେ । [9] ଚଳଚ୍ଚିତ୍ର ଦୁଇଟି ବ୍ୟବସାୟିକ ସଫଳତା ଲାଭ କରି ନ ଥିଲେ ବି ସେ ଆଶିକ ଆୱାରା ଚଲଚିତ୍ରରେ ତାଙ୍କ ଶ୍ରେଷ୍ଠ ଅଭିନୟ ପାଇଁ ଫିଲ୍ମ ଫେୟାର ଆୱାର୍ଡ ଲାଭ କରନ୍ତି ।
୧୯୯୪ରେ ଅଭିନୀତ ଇମ୍ତିହାନ ଚଳଚ୍ଚିତ୍ରରେ ସେ ସଫଳତାର ସ୍ୱାଦ ଚାଖନ୍ତି ।[10] ଏହା ପରେ ପରେ ଦୁଇ ଚଳଚ୍ଚିତ୍ର ୟେ ଦିଲ୍ଲଗି ଏବଂ ମେଁ ଖିଲାଡି ତୁ ଅନାଡି ତାଙ୍କୁ ହିନ୍ଦୀ ଅଭିନୟ ଜଗତରେ ପ୍ରତିଷ୍ଟିତ କରାଏ । ମେଁ ଖିଲାଡି ତୁ ଅନାଡି (ଖିଲାଡି ଫିଲ୍ମ ସିରିଜର ଦ୍ୱିତୀୟ ଚଳଚ୍ଚିତ୍ର )ରେ ସେ ଏକ ଆକାଂକ୍ଷୀ ଅଭିନେତାର ପାତ୍ରରେ ଅଭିନୟ କରି ଶ୍ରେଷ୍ଠ ସହ ଅଭିନେତା ଭାବେ ପିଲ୍ମଫେୟାର ପୁରସ୍କାରରେ ସମ୍ମାନିତ ହୁଅନ୍ତି ।[10][11] ଏହା ପରେ ପରେ ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ଯଥା ୟାର ଗଦ୍ଦାର, ଆଓ ପ୍ୟାର କରେ ଇତ୍ୟାଦି ଅନେକ ଚଲଚିତ୍ରରେ ଅଭିନୟ କରିବାର ସୂଯୋଗ ପାଇଛନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.