ଆର୍ସେନିକ ଟ୍ରାଇଅକ୍ସାଇଡ
ଆର୍ସେନିକ ଟ୍ରାଇଅକ୍ସାଇଡ ଏକ ଅଣଜୈବିକ ଯୌଗିକ ପଦାର୍ଥ ଯାହା ଔଷଧ ତଥାୱ ଶିଳ୍ପ ରାସାୟନିକ ଭାବରେ କାଠ ସୁରକ୍ଷ / From Wikipedia, the free encyclopedia
ଆର୍ସେନିକ ଟ୍ରାଇଅକ୍ସାଇଡ ଏକ ଅଣଜୈବିକ ଯୌଗିକ ପଦାର୍ଥ ଓ ଔଷଧ ଯାହା ଟ୍ରାଇସେନକ୍ସ ନାମରେ ବିକ୍ରୟ ହୁଏ ।[2] ଏକ ଶିଳ୍ପ ରାସାୟନିକ ଭାବରେ କାଠ ସୁରକ୍ଷାକାରୀ, କୀଟନାଶକ ଓ କାଚ ଜିନିଷ ତିଆରିରେ ବ୍ୟବହୃତ ହୁଏ । [3] ଆକ୍ୟୁଟ ପ୍ରୋମାୟେଲୋସାଇଟିକ ଲିଉକେମିଆ କର୍କଟ ରୋଗର ଚିକିତ୍ସାରେ ବ୍ୟବହାର କରାଯାଏ | [4] ଏହି ବ୍ୟବହାର ପାଇଁ ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । | [4]
Clinical data | |
---|---|
Trade names | Trisenox, others |
Synonyms | Arsenic(III) oxide, Arsenic sesquioxide, Arseneous oxide, Ratsbane, Arseneous anhydride, White arsenic, Aqua Tofani[1] |
AHFS/Drugs.com | monograph |
MedlinePlus | a608017 |
data |
|
Pregnancy category |
|
Routes of administration | Intravenous |
Legal status | |
Legal status |
|
Pharmacokinetic data | |
Protein binding | 75% |
Excretion | Urine |
Identifiers | |
IUPAC name
| |
ECHA InfoCard | 100.014.075 |
Chemical and physical data | |
Formula | As2O3 |
Molar mass | ୧୯୭.୮୪ g·mol−1 |
3D model (JSmol) | |
Density | 3.74 g/cm3 |
Melting point | 312.2 °C (594.0 °F) |
Boiling point | 465 °C (869 °F) |
Solubility in water | 20 g/L (25 °C) see text mg/mL (20 °C) |
SMILES
| |
InChI
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ଫୁଲା, ଅଣନିଶ୍ୱାସ, ଏବଂ ମୁଣ୍ଡ ବିନ୍ଧା ହୋଇପାରେ | [4] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ରେଟିନୋଇକ ସିଣ୍ଡ୍ରୋମ ଏବଂ ହୃତ୍ପିଣ୍ଡ ସମସ୍ୟା ହୋଇପାରେ | [4] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ କରାଇବା ସମୟରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ | [5] [6] ଆର୍ସେନିକ ଟ୍ରାଇଅକ୍ସାଇଡର ରାସାୟନିକ ଫର୍ମୁଲା ଇଂରାଜୀରେ As2O3 କୁହାଯାଏ ।[7] କର୍କଟ ରୋଗରେ ଏହାର କାମ ପ୍ରଣାଳୀ ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ | [4]
ଯୁକ୍ତରାଷ୍ଟ୍ରରେ ୨୦୦୦ମସିହାରେ ଚିକିତ୍ସା କ୍ଷେତ୍ରରେ ଆର୍ସେନିକ୍ ଟ୍ରାଇକ୍ସାଇଡ ବ୍ୟବହାର ଅନୁମୋଦିତ ହୋଇଥିଲା। [4] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି ।[8] ଏହା ବର୍ଷକୁ ପ୍ରାୟ ୫୦,୦୦୦ ଟନ ଉତ୍ପାଦିତ ହୁଏ | ଯୁକ୍ତରାଜ୍ୟରେ ୨୦୧୮ ମସିହା ସୁଦ୍ଧା ଏକ ଡୋଜ ପିଛା ଏହାର ଖର୍ଚ୍ଚ ପ୍ରାୟ ୨୯୨ ପାଉଣ୍ଡ । [9] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ୨୦୧୯ ସୁଦ୍ଧା ପ୍ରାୟ ୫୦୮ ଆମେରିକୀୟ ଡଲାର ଅଟେ। [10] ଏହାର ବିଷାକ୍ତତା ହେତୁ ଅନେକ ଦେଶରେ ଏହାର ଉତ୍ପାଦନ ଏବଂ ବିକ୍ରୟ ପାଇଁ ନିୟମ କାନୁନ ରହିଛି | [11]