ଡାରୁନାଭିର
From Wikipedia, the free encyclopedia
ଡାରୁନାଭିର (ଇଂରାଜୀ ଭାଷାରେ Darunavir ବା DRV, ବିକ୍ରୟ ନାମ ପ୍ରେଜିସ୍ଟା, ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବହୃତ ହୁଏ । ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସହିତ ଏହା ଦିଆଯାଏ । ଡାରୁନାଭିର ସ୍ତର ବୃଦ୍ଧି କରିବା ନମନ୍ତେ ଅଳ୍ପ ମାତ୍ରାର ରିଟୋନାଭିର ବା କୋବିସିସ୍ଟାଟ (cobicistat) ଦିଆଯାଏ । ଇଞ୍ଜେକସନ ଛୁଞ୍ଚି ଆଘାତ (needlestick injury) ସଂଭାବ୍ୟ ସଂସ୍ପର୍ଶ ନିମନ୍ତେ ଏହା ଦିଆଯାଇପାରେ । ଦିନକୁ ଦୁଇ ଥର ପାଟିରେ ଏହି ଔଷଧ ଦିଆଯାଏ । [1]
Clinical data | |
---|---|
Trade names | Prezista, Prezcobix, others[1] |
Synonyms | TMC114 |
AHFS/Drugs.com | monograph |
MedlinePlus | a607042 |
Pregnancy category |
|
Routes of administration | by mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 37% (without ritonavir), 82% (with ritonavir) |
Protein binding | 95% |
Metabolism | hepatic (CYP3A4) |
Elimination half-life | 15 hours |
Excretion | Faeces (80%), urine (14%) |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
NIAID ChemDB | |
ECHA InfoCard | 100.111.730 |
Chemical and physical data | |
Formula | C27H37N3O7S |
Molar mass | 547.665 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଏହାର ସାଧାରଣ ପ୍ରତିକ୍ରିୟା ମଧ୍ୟରେ ତରଳ ଝାଡ଼ା, ଅଇ (nausea), ପେଟ ଯନ୍ତ୍ରଣା (abdominal pain), ମୁଣ୍ଡବଥା ଓ ରାସ (rash) ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟା ମଧ୍ୟରେ ଆଲର୍ଜି, ଯକୃତ ସମସ୍ୟା (liver problems) ଓ ଟକ୍ସିକ ଏପିଡର୍ମାଲ ନେକ୍ରୋଲାଇସିସ (toxic epidermal necrolysis) ଆଦି ଲକ୍ଷଣ ଦେଖାଯାଏ ।[1] ଉପଯୁକ୍ତ ଅନୁଧ୍ୟାନ କରାଯାଇନଥିଲେ ମଧ୍ୟ ଏହା ଗର୍ଭାବସ୍ଥାରେ ଶିଶୁ ପ୍ରତି ନିରାପଦ ଜଣାଯାଏ ।[2]ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଏକ ଔଷଧ ଯାହା ଏଚଆଇଭି ପ୍ରୋଟିଏଜକୁ (HIV protease) ଅବରୋଧ କରି କାମ କରେ ।[1]
ସନ ୨୦୦୬ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାରୁନାଭିର ସ୍ୱୀକୃତିପ୍ରାପ୍ତ ହେଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ସନ ୨୦୧୫ସୁଦ୍ଧା ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୋଇନାହିଁ ।[4] ବିକାଶଶୀଳ ଦେଶମାନଙ୍କରେ ଏହାର ମାସିକ ଖର୍ଚ୍ଚ ପ୍ରାୟ ୬୬ ଆମେରିକୀୟ ଡଲାର ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମାସିକ ଖର୍ଚ୍ଚ ୨୦୦ଆମେରିକୀୟ ଡଲାର ।[4]