From Wikipedia, the free encyclopedia
ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (ଇଂରାଜୀ ଭାଷାରେ benign prostatic hyperplasia/ BPH, ଅନ୍ୟ ନାମ prostate enlargement) ନାମ ଦିଆଯାଏ ଯେତେବେଳେ ପ୍ରୋସ୍ଟେଟର (prostate) ଆକାର ବଢ଼ିଯାଏ ଓ ଯାହା କର୍କଟ ରୋଗ ନୁହେଁ । [1] ଏହି ରୋଗ ହେଲେ ବାରମ୍ବାର ମୂତ୍ରତ୍ୟାଗ, ପରିସ୍ରା ଆରମ୍ଭ କରିବାରେ କଷ୍ଟ, ସ୍ୱଳ୍ପ ପରିସ୍ରା ଧାର, ଅସମ୍ପୁର୍ଣ୍ଣ ମୂତ୍ରତ୍ୟାଗ (inability to urinate), ଅନିୟନ୍ତ୍ରିତ ମୂତ୍ରାଶୟ (loss of bladder control) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[1] ରୋଗ ଜଟିଳ ହେଲେ ମୂତ୍ରାଙ୍ଗ ସଂକ୍ରମଣs, ମୂତ୍ରାଶୟ ପଥର (bladder stones), କ୍ରନିକ ବୃକ୍କ ସମସ୍ୟା (chronic kidney problems) ଇତ୍ୟାଦି ସମସ୍ୟା ସୃଷ୍ଟି ହୁଏ ।[2]
ବିନାଇନ ପ୍ରୋସ୍ଟାଟିକ ହାଇପରପ୍ଲାସିଆ (benign prostatic hyperplasia) | |
---|---|
Benign enlargement of the prostate (BEP, BPE), adenofibromyomatous hyperplasia, benign prostatic hypertrophy,[1] benign prostatic obstruction[1] | |
ବିଭାଗ | Urology |
ଲକ୍ଷଣ | ବାରମ୍ବାର ମୂତ୍ରତ୍ୟାଗ, ପରିସ୍ରା ଆରମ୍ଭ କରିବାରେ କଷ୍ଟ, ସ୍ୱଳ୍ପ ପରିସ୍ରା ଧାର, ଅସମ୍ପୁର୍ଣ୍ଣ ମୂତ୍ରତ୍ୟାଗ (inability to urinate), ଅନିୟନ୍ତ୍ରିତ ମୂତ୍ରାଶୟ (loss of bladder control)[1] |
ଆକ୍ରାନ୍ତ ସମୟ | ୪୦ ବର୍ଷ ବୟସ ପରେ [1] |
କାରଣ | ଅସ୍ପଷ୍ଟ[1] |
ବିପଦ କାରକ | ପାରିବାରିକ ଇତିହାସ, ମୋଟାପଣ, ଟାଇପ୨ ମଧୁମେହ (type 2 diabetes), ବ୍ୟାୟାମ ଅଭାବ, ଇରେକ୍ଟାଇଲ ଡିସଫଙ୍କସନ (erectile dysfunction)[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) ତଥା ସମସ୍ତ ସମ୍ଭାବ୍ୟ କାରଣ ଖାରଜ କରିବା ।[2] |
ସଠିକ ରୋଗ ନିର୍ଣ୍ଣୟ | ହୃଦ୍ପାତ, ମଧୁମେହ, ପ୍ରୋସ୍ଟେଟ କର୍କଟ[2] |
ଔଷଧ | ଆଲଫା ବ୍ଲକର (Alpha blockers) ଯେପରିକି ଟେରାଜୋସିନ (terazosin) ଓ ୫ଆଲଫା-ରିଡକ୍ଟେଜ ଇନହିବିଟର (5α-reductase inhibitors) ଯେପରିକି ଫିନାସ୍ଟେରାଇଡ (finasteride)[1] |
ଚିକିତ୍ସା | ଜୀବନଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଅପରେଶନ ଓ କେତେକ ଉପଚାର [1][2] |
ପୁନଃପୌନିକ | ପୃଥିବୀରେ ୧୦୫ ନିୟୁତ (୨୦୧୫)[3] |
ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି ।[1] ସଙ୍କଟ କାରକମାନ ଯଥାକ୍ରମେ ପାରିବାରିକ ଇତିହାସ, ମୋଟାପଣ, ଟାଇପ୨ ମଧୁମେହ (type 2 diabetes), ବ୍ୟାୟାମ ଅଭାବ, ଇରେକ୍ଟାଇଲ ଡିସଫଙ୍କସନ (erectile dysfunction) ହୋଇପାରେ ।[1] ସୁଡୋଏଫିଡ୍ରିନ (pseudoephedrine), ଆଣ୍ଟିକଲିନର୍ଜିକ (anticholinergics), ଓ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ଆଦି ଔଷଧ ଦେଲେ ଲକ୍ଷଣମାନଙ୍କର ଆହୁରି ଅବନତି ହୁଏ ।[2] ପ୍ରୋସ୍ଟେଟ ଆକାର ବୃଦ୍ଧି ହେବାରୁ ମୂତ୍ରନଳୀ (urethra) ଉପରେ ଚାପ ପଡ଼େ ଓ ମୂତ୍ରାଶୟରୁ (bladder) ମୂତ୍ର ତ୍ୟାଗ କରିବାରେ ବାଧା ହୁଏ ।[1] ଲକ୍ଷଣ ଓ ଶାରୀରିକ ପରୀକ୍ଷା (examination) କରି ରୋଗ ସନ୍ଦେହ କରିବା ପରେ ଅନ୍ୟ ସମସ୍ତ ସମ୍ଭାବ୍ୟ କାରଣ ଖାରଜ କରି ନିର୍ଣ୍ଣୟ କରାଯାଏ ।[2]
ଜୀବନଚର୍ଯ୍ୟା ପରିବର୍ତ୍ତନ, ଔଷଧ, ଅପରେଶନ ଓ କେତେକ ଉପଚାର ଦେଇ ଏହି ରୋଗର ଚିକିତ୍ସା କରାଯାଏ ।[1][2] ସ୍ୱଳ୍ପ ଲକ୍ଷଣ ଥିଲେ ଓଜନ ହ୍ରାସ, ବ୍ୟାୟାମ ଓ ଅଳ୍ପ କେଫିନ caffeine ଖାଇବାକୁ ଉପଦେଶ ଦିଆଯାଏ ।[2] ଲକ୍ଷଣ ଅଧିକ ଥିଲେ ଆଲଫା ବ୍ଲକର (Alpha blockers) ଯେପରିକି ଟେରାଜୋସିନ (terazosin) ଓ ୫ଆଲଫା-ରିଡକ୍ଟେଜ ଇନହିବିଟର (5α-reductase inhibitors) ଯେପରିକି ଫିନାସ୍ଟେରାଇଡ (finasteride) ଔଷଧ ଦିଆଯାଏ ।[1] ଏହି ଉପଚାର ସତ୍ତ୍ୱେ ଉପଶମ ନହେଲେ ଅପରେଶନ କରାଯାଏ । [2]
ସାରା ପୃଥିବୀରେ ପ୍ରାୟ ୧୦୫ ନିୟୁତ ଲୋକ ଏହି ରୋଗର ଶିକାର ହୁଅନ୍ତି । [3] ଚାଳିଶ ବର୍ଷ ବୟସ ପରେ ଏ ରୋଗ ଆରମ୍ଭ ହୁଏ । [1] ଅର୍ଦ୍ଧେକ ରୋଗୀ ୫୦ ବର୍ଷ ବୟସ ପରେ ଆକ୍ରାନ୍ତ ହୁଅନ୍ତି ।[2] ଅଶୀ ବର୍ଷ ପରେ ପ୍ରାୟ ୯୦% ଲୋକ ଆକ୍ରାନ୍ତ ହୁଅନ୍ତି ।[1] ପ୍ରୋସ୍ଟେଟ ସ୍ପେସିଫିକ ଆଣ୍ଟିଜେନ (prostate specific antigen) ବୃଦ୍ଧି ହୋଇଥିଲେ ମଧ୍ୟ ପ୍ରୋସ୍ଟେଟ କର୍କଟ ସଙ୍କଟ ନଥାଏ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.