ଶୈଳବାଳା ଦାସ
ସମାଜସେବୀ / From Wikipedia, the free encyclopedia
ଶୈଳବାଳା ଦାସ, (ଶୈଳବାଳା ହାଜରା[2]୧୮୭୫-୧୯୬୮) ଜଣେ ସମାଜସେବୀ ଥିଲେ । ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ତାଙ୍କର ମୁଖ୍ୟ ଭୂମିକା ଥିଲା।ମଧୁସୂଦନ ଦାସ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ୦୩ ଅପ୍ରେଲ ୧୯୫୨ରୁ ୦୨ ଅପ୍ରେଲ ୧୯୫୪ ପର୍ଯ୍ୟନ୍ତ ରାଜ୍ୟ ସଭାର ସଭ୍ୟ ଭାବେ କାର୍ଯ୍ୟ କରିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟ ତାଙ୍କରି ନାମରେ ନାମିତ ହୋଇଛି । [3]
Quick Facts ଶୈଳବାଳା ଦାସ, ସଭ୍ୟ: ରାଜ୍ୟସଭା ...
ଶୈଳବାଳା ଦାସ | |
---|---|
ସଭ୍ୟ: ରାଜ୍ୟସଭା | |
କାର୍ଯ୍ୟକାଳ ୦୩ ଅପ୍ରେଲ ୧୯୫୨ – ୦୨ ଅପ୍ରେଲ ୧୯୫୪ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଶୈଳବାଳା ହାଜରା (1875-03-25)୨୫ ମାର୍ଚ୍ଚ ୧୮୭୫
ଚକ୍ରବେରିଆ ରୋଡ଼, ଭବାନୀପୁର, କଲିକତା |
ମୃତ୍ୟୁ | ୨୯ ଅପ୍ରେଲ ୧୯୬୮(1968-04-29) (ବୟସ ୯୩) କଟକ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | କଂଗ୍ରେସ |
ଜୀବନ ସାଥୀ | ଅବିବାହିତା |
ବୃତ୍ତି | ସମାଜସେବା |
ପୁରସ୍କାର | ପଦ୍ମଶ୍ରୀ |
Close
୧୮୯୨ରେ ମଧୁସୂଦନ ବିଧିବଦ୍ଧ ଭାବେ ଶୈଳବାଳାଙ୍କୁ ପାଳିତ କନ୍ୟାଭାବେ ଗ୍ରହଣ କରିଥିଲେ ।[4]
୧୯୫୯ରେ ସମାଜସେବାରେ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମଶ୍ରୀ" ମିଳିଥିଲା । [5] ୨୯ ଅପ୍ରେଲ ୧୯୬୮ରେ, ୯୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।