ସିଜୋଫ୍ରେନିଆ ଏକ ମାନସିକ ବେମାରୀ ଯେଉଁଥିରେ ଅସ୍ୱାଭାବିକ ସାମାଜିକ ବ୍ୟବ‌ହାରବାସ୍ତବିକତା ବୁଝିବା ଅକ୍ଷମତା ଭଳି ଲକ୍ଷଣମାନ ଦେଖାଯାଏ ।[14] ଏଥିରେ ସାଧାରଣତଃ ମିଥ୍ୟା ବିଶ୍ୱାସ, ଅସ୍ପଷ୍ଟ ଚିନ୍ତାଧାରା, ନ କୁହା କଥା ଶୁଣାଯିବା, ସାମାଜିକ ମିଳାମିଶା ଓ ଭାବୁକ ଅଭିବ୍ୟକ୍ତି କମିଯିବା ଓ ପ୍ରେରଣା ଅଭାବ ଆଦି ଲକ୍ଷଣମାନ ଦେଖାଯାଏ ।[2][3] ଅଧିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଉତ୍କଣ୍ଠା, ଅଧିକ ଅବସାଦ ବେମାରୀ ବା ସବ୍‌ସ୍ଟାନ୍ସ ଡିଜଅର୍ଡ଼ର ଇତ୍ୟାଦି ଦେଖାଯାଏ ।[15] ଲକ୍ଷଣମାନ ଧୀରେ ଧୀରେ ଆସେ,ଅଳ୍ପ ବୟସ୍କ ଯୁବାବସ୍ଥାରେ ଆରମ୍ଭ ହୁଏ ଓ ବ‌ହୁତ ଦିନ ପର୍ଯ୍ୟନ୍ତ ରହେ ।[3][16]

Quick Facts ସିଜୋଫ୍ରେନିଆ, ଉଚ୍ଚାରଣ ...
ସିଜୋଫ୍ରେନିଆ
Thumb
ସିଜୋଫ୍ରେନିଆ ରୋଗୀର ଏମ୍ବ୍ରଏଡରୀ କାମ Cloth embroidered by a person diagnosed with schizophrenia
ଉଚ୍ଚାରଣ
  • /ˌskɪtsəˈfrniə/, UK also /ˌskɪdzə-/, US also /-ˈfrɛniə/[1]
ବିଭାଗମାନସିକ ରୋଗ ଚିକିତ୍ସା ବିଜ୍ଞାନ (Psychiatry)
ଲକ୍ଷଣହାଲ୍ୟୁସିନେସନ (Hallucination)s ( hearing voices), ଡେଲ୍ୟୁଜନ (delusion), ଦ୍ୱନ୍ଦାତ୍ମକ ଚିନ୍ତା (confused thinking)[2][3]
ଆକ୍ରାନ୍ତ ସମୟବୟସ ୧୬ରୁ ୩୦ [3]
ଅବଧିସ୍ଥାୟୀ[3]
କାରଣପରିବେଶ ଓ ଜେନେଟିକ କାରକ [4]
ବିପଦ କାରକପାରିବାରିକ ଇତିହାସ (Family history), ଗଞ୍ଜେଇ ସେବନ (cannabis), ଗର୍ଭ ସମସ୍ୟା, ବୟସାଧିକ୍ୟ ପିତା, ସ‌ହରରେ ବିକାଶ ଓ ବସବାସ [4][5]
ରୋଗ ନିର୍ଣ୍ଣୟ ପଦ୍ଧତିବ୍ୟବ‌ହାର ଅନୁଶୀଳନ, ଅନୁଭୂତି ରିପୋର୍ଟ ଓ ରୋଗୀଙ୍କୁ ଜାଣିଥିବା ଲୋକଙ୍କ ରିପୋର୍ଟ [6]
ସଠିକ ରୋଗ ନିର୍ଣ୍ଣୟSubstance abuse, Huntington's disease, mood disorders (bipolar disorder), autism,[7] borderline personality disorder[8]
ଔଷଧଆଣ୍ଟିସାଇକୋଟିକସ (Antipsychotics)[4]
Prognosis୨୦ ବର୍ଷ କମ୍ ଆୟୁଷ (life expectancy)[9][10]
ପୁନଃପୌନିକ~୦.୫%[11][12]
ମୃତ୍ୟୁ ସାନ୍ଦ୍ରତା~୧୭,୦୦୦ (୨୦୧୫)[13]
Close
ସିଜୋଫ୍ରେନିଆ ଭିଡିଓ

ସିଜୋଫ୍ରେନିଆ ଏକ ଅସାଧାରଣ ମାନସିକ ବ୍ୟାଧି ଯେଉଁଥିରେ ଚିନ୍ତା ଧାରା (Thought process) ବ୍ୟାହତ ହେବା ସହ ଭାବ ପ୍ରବଣତାର(Emotional response) ପ୍ରତିକ୍ରିୟା କମିଯାଏ[17] । ରୋଗ ଲକ୍ଷଣ: ଅନୁଭବ ବିଭ୍ରମ (Hallucination), ମାନସିକ ବିକାର, ଅବାସ୍ତବ ବିଶ୍ୱାସ(Delusion), ଅସଞ୍ଜତ ବାର୍ତ୍ତଳାପଚିନ୍ତାଧାରା । ଏହା ସହ ସମାଜିକ କର୍ତ୍ତବ୍ୟ ଓ କର୍ମକ୍ଷେତ୍ରରେ ମଧ୍ୟ ଅବନତି ହୁଏ । ଏହା ସ୍ୱଳ୍ପ ଯୁବାବସ୍ଥାରେ ଆରମ୍ଭ ହୁଏ । ରୋଗୀର ବ୍ୟବହାର, ଅନୁଭୁତି ଏବଂ ସାମାଜିକ ଆଉ ବ୍ୟକ୍ତିଗତ ଅବସ୍ତାକୁ ସୁଚାରୁ ରୂପେ ଅଧୟନ କଲାପରେ ଏହି ରୋଗକୁ ନିର୍ଣ୍ଣୟ କରାଯାଏ ।
ଜେନେଟିକ୍, ପରିବେଶ, ସ୍ନାୟୁ-ଜୀବବିଜ୍ଞାନ (neurobiology), ମନସ୍ତତ୍ତ୍ୱ, ଓ ସାମାଜିକ ପ୍ରଭାବ ଯୋଗୁ ରୋଗ ହେଉଥିବା ବିଶ୍ୱାସ କରାଯାଏ ଓ କେତେକ ଔଷଧ ଖାଇଲେ ଏହି ରୋଗ ଆରମ୍ଭ ହୁଏ ବା ବଢିଯାଏ । ଏହା ଗୋତିଏ ରୋଗ ବା ଅନେକ ଲକ୍ଷଣର ସମାହାର, ଏ ବିଷୟରେ ମତ ଭେଦ ରହିଛି । ଏହି ନାମଟି ଏକ ଗ୍ରୀକ ଶବ୍ଦରୁ [skhizein (σχίζειν, "to split" and phrēn, phren- (φρήν, φρεν-; "mind"] ଅଣା ହୋଇଛି ଯାହାର ଆକ୍ଷରିକ ଅର୍ଥ 'ବିଭାଜିତ ମାନସ'(Split mind) କିନ୍ତୁ ଅଧୁନା ଏହି ଅର୍ଥକୁ ଗ୍ରହଣ କରାଯାଉନାହିଁ ଓ ଏହାକୁ ଡିସୋସେଏଟିଭ୍ ଆଇଡେଣ୍ଟିଟି (dissociative identity disorder) ନାମ ଦିଆଯାଇଛି[18]
ଏହି ରୋଗ ନିମନ୍ତେ ଆଣ୍ଟିସାଇକୋଟିକ୍ ଔଷଧ ଦିଆଯାଏ ଯାହା ଡୋପାମିନ୍ ରିସେପ୍ଟର କାର୍ଯ୍ୟକୁ ଦବେଇ ଦିଏ । ମନୋବିଜ୍ଞାନ ଚିକିତ୍ସା ଓ ରୁଚି ଅନୁସାରେ କର୍ମ ସଂସ୍ଥାନ କଲେ ଉପକାର ମିଳେ । ଭୟାନକ ଏବଂ ତିବ୍ର ହାନୀ କାରକ ରୋଗୀମାନାଙ୍କୁ ଇଛା ବିରୁଦ୍ଧରେ ଡାକ୍ତରଖାନାରେ ରହଣି ଆବଶ୍ୟକ ହୁଏ । ଅଧୁନା ଡାକ୍ତରଖାନାରେ ସ୍ୱଳ୍ପ ରହଣି ଓ କାଳାନ୍ତର ରହଣି ଆବଶ୍ୟକ ହେଉଛି[19]
ଏହି ରୋଗରେ ଚିନ୍ତା କରିବାର ଶକ୍ତିରେ (Cognition) ବାଧାପ୍ରାପ୍ତ ହୁଏ । ଧ୍ୟାନ, ସ୍ମରଣ ଶକ୍ତି, ଭାଷା ବୁଝିବା ତଥା ପ୍ରୟୋଗ କରିବା ଶକ୍ତି, ଶିଖିବା, ବୋଧଗମ୍ୟତା, ସମସ୍ୟା ସମାଧାନ ଓ ସିଦ୍ଧାନ୍ତ ଇତ୍ୟାଦିକୁ କଗନିସନ୍ କୁହାଯାଏ । ଏହି ରୋଗୀମାନେ ଅବସାଦଗ୍ରସ୍ତ ଓ ଆଶଙ୍କାକୁଳ ମଧ୍ୟ ହୋଇପାରନ୍ତି । ସାଧାରଣତଃ ଏହି ରୋଗୀମାନେ ସାମାଜିକ ସମସ୍ୟା, କାର୍ଯ୍ୟହୀନତା, ଓ ଗୃହଶୂନ୍ୟତାର ଶିକାର ହୁଅନ୍ତି ।

Thumb
ଜନ୍ ନ୍ୟାଶ୍, ଜଣେ ଆମେରିକୀୟ ଗଣିତଜ୍ଞ ଏବଂ ୧୯୯୪ରେ ଅର୍ଥନୀତିରେ ନୋବେଲ ପୁରସ୍କାର ବିଜେତା, ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥିଲେ । ତାଙ୍କ ଜୀବନ କାହାଣୀ ୨୦୦୧ ମସିହାରେ ଏକାଡ଼େମୀ ପୁରସ୍କାର ପାଇଥିବା କଥାଚିତ୍ର ଏ ବିୟୁଟିଫୁଲ୍ ମାଇଣ୍ଡର ମୁଖ୍ୟ ବିଷୟବସ୍ତୁ ଥିଲା ।

ଆଧାର

ଅଧିକ ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.