କ୍ଲୋନିଡିନ
ରାସାୟନିକ ପଦାର୍ଥ From Wikipedia, the free encyclopedia
Remove ads
କ୍ଲୋନିଡିନ (ଇଂରାଜୀ ଭାଷାରେ Clonidine, ଏକ ବିକ୍ରୟ ନାମ କାଟାପ୍ରେସ) ଏକ ପ୍ରକାର ଔଷଧ ଯାହା ଔଷଧ (drug), ଆଲକୋହୋଲ, ଓପିଅଏଡ (opioids) ନିକୋଟିନ ଉଇଥଡ୍ରୟାଲ (smoking), ଉଚ୍ଚ ରକ୍ତଚାପ, ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ଋତୁବନ୍ଦ ଲାଲିମା (menopausal flushing), ତରଳ ଝାଡ଼ା ଓ କେତେକ ଯନ୍ତ୍ରଣାଦାୟକ ଅବସ୍ଥାର ଚିକିତ୍ସା ନିମନ୍ତେ ଦିଆଯାଏ ।[୪] ଏହା ପାଟିରେ, ଇଞ୍ଜକସନ ବା ଚର୍ମ ପ୍ୟାଚ ଆକାରରେ ଦିଆଯାଏ । [୪] ଏକ ଘଣ୍ଟା ମଧ୍ୟରେ ରକ୍ତଚାପ ଉପରେ ପ୍ରଭାବ ଆରମ୍ଭ ହୋଇଯାଏ ଓ ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ରହେ ।[୪]
କ୍ଲୋନିଡିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଷ୍କ ପାଟି, ମୁଣ୍ଡ ଓଜନିଆ, ମୁଣ୍ଡ ବିନ୍ଧା ଓ ନିଦ୍ରାଳୁ ଭାବ ହୋଇପାରେ । [୪] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ହାଲୁସିନେସନ (ଅନ୍ୟମାନେ ଦେଖି ଶୁଣି ପାରୁନଥିବା ଜିନିଷ ନିଜେ ଅନୁଭବ କରିବା ), ଅନିୟମିତ ହୃତ୍ପିଣ୍ଡ ଗତି (heart arrhythmias) ଓ ଦ୍ୱନ୍ଦ୍ୱ ହୋଇପାରେ ।[୫] ହଠାତ୍ ଔଷଧ ବନ୍ଦ କରିଦେଲେ ଉଇଥଡ୍ରୟାଲ ସିଣ୍ଡ୍ରୋମ ହୋଇପାରେ ।[୪] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଔଷଧ ଦେବାକୁ ମନା କରାଯାଏ ।[୫] କ୍ଲୋନିଡିନଦ୍ୱାରା ମସ୍ତିଷ୍କରେ ଥିବା ଆଲଫା-୨ ଆଡ୍ରେନର୍ଜିକ ରିସେପ୍ଟର (α2 receptors) ଉତ୍ତେଜିତ ହେବା ଫଳରେ ଅନେକ ରକ୍ତନଳି ଶିଥିଳ ହୋଇଯିବା ଫଳରେ ରକ୍ତଚାପ କମିଯାଏ ।[୪]
କ୍ଲୋନିଡିନ ସନ ୧୯୬୧ରେ ପେଟେଣ୍ଟ ହେବାପରେ ସନ ୧୯୬୬ରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର କରାଗଲା ।[୬][୭][୮] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୪] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସ ନିମନ୍ତେ ପ୍ରାୟ ୮ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ସନ ୨୦୧୯ରେ ପ୍ରାୟ ୨.୭୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୯] ସନ ୨୦୧୬ରେ ଏହି ଔଷଧର ୧୦ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୭୬ ସ୍ଥାନ ଅଧିକାର କରିଥିଲା ।[୧୦]
Remove ads
ଆଧାର
ବାହ୍ୟ ଲିଙ୍କ
Wikiwand - on
Seamless Wikipedia browsing. On steroids.
Remove ads