ଓପିଅଏଡ ପ୍ରତ୍ୟାହାର

ଓପିଅଏଡ ପ୍ରତ୍ୟାହାର ଏକ ଲକ୍ଷଣ ପୁଞ୍ଜ ଯାହା ଅଫିମ ସମ୍ପର୍କୀୟ ଦ୍ରବ୍ୟ ସେବନ କରୁଥିବା ଲୋକ ହଠାତ୍ ବନ୍ଦ କଲେ ବା From Wikipedia, the free encyclopedia

ଓପିଅଏଡ ପ୍ରତ୍ୟାହାର
Remove ads

ଓପିଅଏଡ ପ୍ରତ୍ୟାହାର ଏକ ଲକ୍ଷଣ ପୁଞ୍ଜ ଯାହା ଅଫିମ ସମ୍ପର୍କୀୟ ଦ୍ରବ୍ୟ ସେବନ କରୁଥିବା ଲୋକ ହଠାତ୍ ବନ୍ଦ କଲେ ବା କମେଇଲେ ସୃଷ୍ଟି ହୁଏ ।[] ଲକ୍ଷଣ: ନାକରୁ ପାଣି ବୋହିବା, ଆଖି ପୁଅ ବଡ଼ ଦେଖାଯିବା, ଲୋମ ମୁଳ ଫୁଲିବା, ମାଂସପେଶୀ ଯନ୍ତ୍ରଣା, ବେଦନା, ଅଇ, ତରଳ ଝାଡା, ସ୍ୱେଦ ନିର୍ଗମନ, ଦୃତ ହୃଦ୍‌ଗତି, ଏବଂ ହାଇ ମାରିବା । [] ଲକ୍ଷଣ କିଛି ଦିନ ରହିପାରେ | [] କ୍ୱଚିତ୍ ଜୀବନ ପ୍ରତି ବିପଦ ଥିବାବେଳେ ରୋଗ ଜଟିଳ ହେଲେ ନିର୍ଜଳନ ଏବଂ ଇଲେକ୍ଟ୍ରୋଲାଇଟ ଅସ୍ୱାଭିକତା ହୋଇପାରେ | [] []

Quick facts ବିଭାଗ, ଲକ୍ଷଣ ...

ସମସ୍ତ ଓପିଓଏଡ୍ ପ୍ରତ୍ୟାହାର ଯେ କୌଣସି କାରଣରୁ ଯେପରିକି ମନୋରଞ୍ଜନ ବା ପ୍ରେସକ୍ରିପସନ ଯୋଗୁ ହୋଇପାରେ ।[] [] ହେରୋଇନ ପରି କ୍ଷୁଦ୍ର କାର୍ଯ୍ୟକାରୀ ଓପିଅଏଡର ଛଅ ଘଣ୍ଟା ପରେ ମେଥାଡନ ପରି ଦୀର୍ଘକାଳୀନ ଏଜେଣ୍ଟ ବ୍ୟବହାର ହେବାର ୪ ଦିନ ପରେ ଏହି ରୋଗ ଆରମ୍ଭ ହୋଇପାରେ | [] ପ୍ରତ୍ୟାହାରର ଗମ୍ଭୀରତା କ୍ଲିନିକାଲ ଓପିଅଏଡ ପ୍ରତ୍ୟାହାର ସ୍କେଲରୁ ଜଣାଯାଏ | []

ଓପିଅଏଡ ପ୍ରତ୍ୟାହାର ଚିକିତ୍ସାରେ ବୁପ୍ରେନର୍ଫିନ କିମ୍ବା ମେଥାଡନ ଭଳି ଓପିଅଏଡ ପୁନଃ‌ସ୍ଥାପନ ଚିକିତ୍ସା କରାଯାଇପାରିବ | [] [] ଲକ୍ଷଣଗୁଡ଼ିକର ଉନ୍ନତି ନିମନ୍ତେ କ୍ଲୋନିଡିନ କିମ୍ବା ଲୋଫେକ୍ସିଡାଇନ ଦିଆଯାଏ | [] ଚିକିତ୍ସା ବିନା ଖରାପ ଲକ୍ଷଣଗୁଡିକର ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରହିଥାଏ ଓ ସାମାନ୍ୟ ଲକ୍ଷଣ ଥିଲେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ | []

ସର୍ବଭାରତୀୟ ସ୍ତରରେ ପ୍ରାୟ ୧୬ ନିୟୁତ ଲୋକ ଓପିଓଏଡ ବ୍ୟବହାର କରନ୍ତି | [] ପୂର୍ବରୁ ହିରୋଇନ୍ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୬୦% ଲୋକଙ୍କର ପ୍ରତ୍ୟାହାର ଘଟିଥିଲା । [] ପ୍ରତ୍ୟାହାରକୁ ରୋକିବା ପାଇଁ ଅନେକ ଲୋକ ଓପିଓଏଡ୍ ବ୍ୟବହାର ଜାରି ରଖନ୍ତି ।[] ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ହିପୋକ୍ରେଟସ ଓପିଓଏଡ୍ ପ୍ରତ୍ୟାହାରର ବର୍ଣ୍ଣନା କରିଥିଲେ | [୧୦] ଅତିକମରେ ୧୭୦୧ ମସିହାରୁ ଡାକ୍ତରୀ ବିଦ୍ୟାରେ ବିବରଣୀଗୁଡିକ ଲିପିବଦ୍ଧ ହୋଇଥିଲା । [୧୧]

Remove ads

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.

Remove ads