ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର
From Wikipedia, the free encyclopedia
Remove ads
ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗଦ୍ୱାରା ଆରମ୍ଭ ହୋଇଥିଲା । ସାରା ପୃଥିବୀରେ ଭାରତ ୧୯ଶ ଦେଶ ଯିଏକି ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା । ୧୯୬୧ ମସିହାରେ ସର୍ବପ୍ରଥମେ ଜର୍ମାନୀରେ ୪ଅଙ୍କ ବିଶିଷ୍ଟ ପିନ ପ୍ରଚଳନ ହୋଇଥିଲା ।

ଭାରତରେ ବ୍ୟବହୃତ ୬ଅଙ୍କ ମଧ୍ୟରୁ ବାମପଟର ୩ଟିଅଙ୍କ ମୁଖ୍ୟ ଅଞ୍ଚଳ ଓ ଡାହାଣପଟର ୩ଟିଅଙ୍କ ତତସଂଲଗ୍ନ କ୍ଷୁଦ୍ରାଞ୍ଚଳ ପାଇଁ ଉଦ୍ଧିଷ୍ଟ । ବାମପଟୁ ପ୍ରଥମ ଅଙ୍କଟି ଗୋଟିଏ ନିର୍ଦ୍ଧିଷ୍ଟ ଜୋନକୁ ଚିହ୍ନଟ କରିଥାଏ । ଭାରତର ସମସ୍ତ ଅଞ୍ଚଳକୁ ୯ଟି ଜୋନରେ ବିଭକ୍ତ କରାଯାଇଅଛି । ବାମପଟୁ ଦ୍ୱିତୀୟ ଅଙ୍କଟି ସବ-ଜୋନକୁ ଚିହ୍ନଟ କରିଥାଏ । ବାମପଟୁ ତୃତୀୟ ଅଙ୍କଟି ବଣ୍ଟନ ହେବାକୁ ଥିବା ଜିଲ୍ଲାକୁ ଚିହ୍ନଟ କରିଥାଏ । ଅନ୍ୟ ତିନିଟି ଅଙ୍କ ନିର୍ଦ୍ଧିଷ୍ଟ ଡାକଘରଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ।
Remove ads
ଭାରତର ୯ଟି ଡାକ ମଣ୍ଡଳ
- ୧ - ଦିଲ୍ଲୀ, ହରିଆଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ ଓ କଶ୍ମୀର (ପାକିସ୍ତାନ ଅଧୀକୃତ କଶ୍ମୀର ସମେତ), ଚଣ୍ଡୀଗଡ଼
- ୨ - ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ
- ୩ - ରାଜସ୍ଥାନ, ଗୁଜରାଟ, ଡାମନ ଓ ଡିଉ, ଦାଦରା ନଗରହାବେଳି
- ୪ - ଗୋଆ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଛତିଶଗଡ଼
- ୫ - ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ
- ୬ - ତାମିଲନାଡୁ, କେରଳ, ପୁଡୁଚେରୀ, ଲାକ୍ଷାଦ୍ୱୀପ
- ୭ - ଓଡ଼ିଶା, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ମେଘାଳୟ, ଆଣ୍ଡମାନ ଓ ନିକୋବର ଦ୍ୱୀପପୁଞ୍ଜ
- ୮ - ବିହାର, ଝାଡ଼ଖଣ୍ଡ
- ୯ - ସେନା ଡାକ କାର୍ଯ୍ୟାଳୟ ଓ କ୍ଷେତ୍ର ଡାକ କାର୍ଯ୍ୟାଳୟ

ଆଧାର
ବାହାର ଆଧାର
Wikiwand - on
Seamless Wikipedia browsing. On steroids.
Remove ads