ସିଜୋଫ୍ରେନିଆ
ସିଜୋଫ୍ରେନିଆ ଏକ ମାନସିକ ବେମାରୀ ଯେଉଁଥିରେ ଅସ୍ୱାଭାବିକ ସାମାଜିକ ବ୍ୟବହାର ଓ ବାସ୍ତବିକତା ବୁଝିବା ଅକ୍ଷମତ From Wikipedia, the free encyclopedia
Remove ads
ସିଜୋଫ୍ରେନିଆ ଏକ ମାନସିକ ବେମାରୀ ଯେଉଁଥିରେ ଅସ୍ୱାଭାବିକ ସାମାଜିକ ବ୍ୟବହାର ଓ ବାସ୍ତବିକତା ବୁଝିବା ଅକ୍ଷମତା ଭଳି ଲକ୍ଷଣମାନ ଦେଖାଯାଏ ।[୧୪] ଏଥିରେ ସାଧାରଣତଃ ମିଥ୍ୟା ବିଶ୍ୱାସ, ଅସ୍ପଷ୍ଟ ଚିନ୍ତାଧାରା, ନ କୁହା କଥା ଶୁଣାଯିବା, ସାମାଜିକ ମିଳାମିଶା ଓ ଭାବୁକ ଅଭିବ୍ୟକ୍ତି କମିଯିବା ଓ ପ୍ରେରଣା ଅଭାବ ଆଦି ଲକ୍ଷଣମାନ ଦେଖାଯାଏ ।[୨][୩] ଅଧିକ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଯେପରିକି ଉତ୍କଣ୍ଠା, ଅଧିକ ଅବସାଦ ବେମାରୀ ବା ସବ୍ସ୍ଟାନ୍ସ ଡିଜଅର୍ଡ଼ର ଇତ୍ୟାଦି ଦେଖାଯାଏ ।[୧୫] ଲକ୍ଷଣମାନ ଧୀରେ ଧୀରେ ଆସେ,ଅଳ୍ପ ବୟସ୍କ ଯୁବାବସ୍ଥାରେ ଆରମ୍ଭ ହୁଏ ଓ ବହୁତ ଦିନ ପର୍ଯ୍ୟନ୍ତ ରହେ ।[୩][୧୬]
ସିଜୋଫ୍ରେନିଆ ଏକ ଅସାଧାରଣ ମାନସିକ ବ୍ୟାଧି ଯେଉଁଥିରେ ଚିନ୍ତା ଧାରା (Thought process) ବ୍ୟାହତ ହେବା ସହ ଭାବ ପ୍ରବଣତାର(Emotional response) ପ୍ରତିକ୍ରିୟା କମିଯାଏ[୧୭] । ରୋଗ ଲକ୍ଷଣ: ଅନୁଭବ ବିଭ୍ରମ (Hallucination), ମାନସିକ ବିକାର, ଅବାସ୍ତବ ବିଶ୍ୱାସ(Delusion), ଅସଞ୍ଜତ ବାର୍ତ୍ତଳାପ ଓ ଚିନ୍ତାଧାରା । ଏହା ସହ ସମାଜିକ କର୍ତ୍ତବ୍ୟ ଓ କର୍ମକ୍ଷେତ୍ରରେ ମଧ୍ୟ ଅବନତି ହୁଏ । ଏହା ସ୍ୱଳ୍ପ ଯୁବାବସ୍ଥାରେ ଆରମ୍ଭ ହୁଏ । ରୋଗୀର ବ୍ୟବହାର, ଅନୁଭୁତି ଏବଂ ସାମାଜିକ ଆଉ ବ୍ୟକ୍ତିଗତ ଅବସ୍ତାକୁ ସୁଚାରୁ ରୂପେ ଅଧୟନ କଲାପରେ ଏହି ରୋଗକୁ ନିର୍ଣ୍ଣୟ କରାଯାଏ ।
ଜେନେଟିକ୍, ପରିବେଶ, ସ୍ନାୟୁ-ଜୀବବିଜ୍ଞାନ (neurobiology), ମନସ୍ତତ୍ତ୍ୱ, ଓ ସାମାଜିକ ପ୍ରଭାବ ଯୋଗୁ ରୋଗ ହେଉଥିବା ବିଶ୍ୱାସ କରାଯାଏ ଓ କେତେକ ଔଷଧ ଖାଇଲେ ଏହି ରୋଗ ଆରମ୍ଭ ହୁଏ ବା ବଢିଯାଏ । ଏହା ଗୋତିଏ ରୋଗ ବା ଅନେକ ଲକ୍ଷଣର ସମାହାର, ଏ ବିଷୟରେ ମତ ଭେଦ ରହିଛି । ଏହି ନାମଟି ଏକ ଗ୍ରୀକ ଶବ୍ଦରୁ [skhizein (σχίζειν, "to split" and phrēn, phren- (φρήν, φρεν-; "mind"] ଅଣା ହୋଇଛି ଯାହାର ଆକ୍ଷରିକ ଅର୍ଥ 'ବିଭାଜିତ ମାନସ'(Split mind) କିନ୍ତୁ ଅଧୁନା ଏହି ଅର୍ଥକୁ ଗ୍ରହଣ କରାଯାଉନାହିଁ ଓ ଏହାକୁ ଡିସୋସେଏଟିଭ୍ ଆଇଡେଣ୍ଟିଟି (dissociative identity disorder) ନାମ ଦିଆଯାଇଛି[୧୮] ।
ଏହି ରୋଗ ନିମନ୍ତେ ଆଣ୍ଟିସାଇକୋଟିକ୍ ଔଷଧ ଦିଆଯାଏ ଯାହା ଡୋପାମିନ୍ ରିସେପ୍ଟର କାର୍ଯ୍ୟକୁ ଦବେଇ ଦିଏ । ମନୋବିଜ୍ଞାନ ଚିକିତ୍ସା ଓ ରୁଚି ଅନୁସାରେ କର୍ମ ସଂସ୍ଥାନ କଲେ ଉପକାର ମିଳେ । ଭୟାନକ ଏବଂ ତିବ୍ର ହାନୀ କାରକ ରୋଗୀମାନାଙ୍କୁ ଇଛା ବିରୁଦ୍ଧରେ ଡାକ୍ତରଖାନାରେ ରହଣି ଆବଶ୍ୟକ ହୁଏ । ଅଧୁନା ଡାକ୍ତରଖାନାରେ ସ୍ୱଳ୍ପ ରହଣି ଓ କାଳାନ୍ତର ରହଣି ଆବଶ୍ୟକ ହେଉଛି[୧୯] ।
ଏହି ରୋଗରେ ଚିନ୍ତା କରିବାର ଶକ୍ତିରେ (Cognition) ବାଧାପ୍ରାପ୍ତ ହୁଏ । ଧ୍ୟାନ, ସ୍ମରଣ ଶକ୍ତି, ଭାଷା ବୁଝିବା ତଥା ପ୍ରୟୋଗ କରିବା ଶକ୍ତି, ଶିଖିବା, ବୋଧଗମ୍ୟତା, ସମସ୍ୟା ସମାଧାନ ଓ ସିଦ୍ଧାନ୍ତ ଇତ୍ୟାଦିକୁ କଗନିସନ୍ କୁହାଯାଏ । ଏହି ରୋଗୀମାନେ ଅବସାଦଗ୍ରସ୍ତ ଓ ଆଶଙ୍କାକୁଳ ମଧ୍ୟ ହୋଇପାରନ୍ତି । ସାଧାରଣତଃ ଏହି ରୋଗୀମାନେ ସାମାଜିକ ସମସ୍ୟା, କାର୍ଯ୍ୟହୀନତା, ଓ ଗୃହଶୂନ୍ୟତାର ଶିକାର ହୁଅନ୍ତି ।

Remove ads
ଆଧାର
ଅଧିକ ତଥ୍ୟ
Wikiwand - on
Seamless Wikipedia browsing. On steroids.
Remove ads