ହାଇଡ୍ରାଲାଜିନ
ଆପ୍ରେସୋଲିନ From Wikipedia, the free encyclopedia
Remove ads
ହାଇଡ୍ରାଲାଜିନ (ଇଂରାଜୀ ଭାଷାରେ Hydralazine, ବିକ୍ରୟ ନାମ ଆପ୍ରେସୋଲିନ/Apresoline) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ (high blood pressure) ଓ ହୃଦ୍ପାତ ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧] ଗର୍ଭାବସ୍ଥା ଉଚ୍ଚରକ୍ତଚାପ (high blood pressure in pregnancy ଓ ଆଶୁ ଉଚ୍ଚ ରକ୍ତଚାପ very high blood pressure resulting in symptoms ରୋଗ ମାନଙ୍କରେ ମଧ୍ୟ ଦିଆଯାଏ ।[୨] କୃଷ୍ଣକାୟ ଲୋକଙ୍କର (black people) ହୃଦ୍ପାତ ରୋଗରେ ଆଇସୋସର୍ବାଇଡ ଡାଇନାଇଟ୍ରେଟ (isosorbide dinitrate) ଔଷଧ ସହିତ ଦେଲେ କାର୍ଯ୍ୟକାରୀ ହୁଏ ।[୧] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (by injection into a vein) ଆକାରରେ ଦିଆଯାଏ ।[୨] ଔଷଧର ପ୍ରଭାବ ପ୍ରାୟ ୧୫ ମିନିଟ ମଧ୍ୟରେ ଆରମ୍ଭ ହୋଇ ୬ ଘଣ୍ଟା ପର୍ଯ୍ୟନ୍ତ ରହେ ।[୧]
ହାଇଡ୍ରାଲାଜିନର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥାଓ ଦୃତ ହୃତ୍ପିଣ୍ଡ ଗତି (fast heart rate) ଭଳି ଲକ୍ଷଣ ଦେଖାଯାଏ । ମାଇଟ୍ରାଲ ଭଲ୍ଭ (mitral valve) ପ୍ରଭାବିତ କରିଥିବା ରିଉମାଟିକ ହୃତ୍ପିଣ୍ଡ ରୋଗ (rheumatic heart disease) ଓ କରୋନାରୀ ଧମନୀ ରୋଗ (coronary artery disease) ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯାଏ ନାହିଁ ।[୧] ବୃକ୍କ ସମସ୍ୟା (kidney problems) ଥିଲେ ଅଳ୍ପ ମାତ୍ରାର ଔଷଧ ଦିଆଯାଏ ।[୨] ରକ୍ତନଳୀ ସ୍ଫୀତକାରୀ ଶ୍ରେଣୀର (vasodilator) ଏହି ଔଷଧ ରକ୍ତନଳୀ ଓସାରିଆ କରି (dilation of blood vessels) କାର୍ଯ୍ୟସାଧନ କରେ ।[୧]
ସିବା (Ciba) କମ୍ପାନୀର ବୈଜ୍ଞାନିକମାନଙ୍କଦ୍ୱାରା ମ୍ୟାଲେରିଆ ନିମନ୍ତେ ଔଷଧ ଖୋଜା ହେଉଥିବା ବେଳେ ହାଇଡ୍ରାଲାଜିନ ଆବିଷ୍କୃତ ହୋଇଥିଲା ।[୩] ସନ ୧୯୪୯ ମସିହାରେ ଏହା ପେଟେଣ୍ଟ ହୋଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୨.୭୮ରୁ ୯.୧୧ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର ।[୭]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads