ଆଇସୋସର୍ବାଇଡ ଡାଇନାଇଟ୍ରେଟ
From Wikipedia, the free encyclopedia
Remove ads
ଆଇସୋସର୍ବାଇଡ ଡାଇନାଇଟ୍ରେଟ (ଇଂରାଜୀ ଭାଷାରେ Isosorbide dinitrate ବା ISDN) ଏକ ଔଷଧ ଯାହା ହୃଦ୍ପାତ, ଏସୋଫେଜିଆଲ ସ୍ପାଜ୍ମ (esophageal spasms) ରୋଗମାନଙ୍କରେ ଓ ଆଞ୍ଜିନା ପେକ୍ଟୋରିସ (chest pain from not enough blood flow to the heart) ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ବିଶେଷତଃ କୃଷ୍ଣକାୟ ଲୋକଙ୍କର ସିସ୍ଟୋଲିକ ଡିସଫଙ୍କସନ (systolic dysfunction) ରୋଗ ଥିଲେ ହାଇଡ୍ରାଲାଜିନ (hydralazine) ସହିତ ଆଇସୋସର୍ବାଇଡ ଡାଇନାଇଟ୍ରେଟ ଦିଆଯାଏ ।[୨][୧] ଏହା ପାଟିରେ ଦିଆଯାଏ ।[୧]
ଆଇସୋସର୍ବାଇଡ ଡାଇନାଇଟ୍ରେଟର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ପୋସ୍ଚୂରାଲ ହାଇପୋଟେନସନ (lightheadedness with standing) ଓ ଝାପସା ଦୃଷ୍ଟି (blurred vision) ଆଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଅଳ୍ପ ରକ୍ତଚାପ (low blood pressure) ହୋଇପାରେ । ଗର୍ଭାବସ୍ଥାରେ ଶିଶୁ ପ୍ରତି ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । ସିଲଡେନାଫିଲ (sildenafil) ଶ୍ରେଣୀର ଔଷଧ ସାଥୀରେ ଏହି ଔଷଧ ଦିଆଯାଏନାହିଁ । ଏହା ନାଇଟ୍ରେଟ ଶ୍ରେଣୀର ଏକ ଔଷଧ ଯାହା ରକ୍ତନଳୀ ସ୍ଫୀତ (dilating blood vessels) କରି କାର୍ଯ୍ୟକାରୀ ହୁଏ ।[୧]
ସନ ୧୯୩୯ରେ ପ୍ରଥମେ ଆଇସୋସର୍ବାଇଡ ଡାଇନାଇଟ୍ରେଟ ବିଷୟ ଲିପିବଦ୍ଧ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୬.୩୬ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ ।[୬] ଏହାର ଏକ ଦୀର୍ଘକାଳୀନ ଫର୍ମୁଲା ମଧ୍ୟ ମିଳେ । [୧]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads