ଭାରତୀୟ ଜନତା ପାର୍ଟି
ଭାରତର ରାଜନୈତିକ ଦଳ From Wikipedia, the free encyclopedia
Remove ads
ଭାରତୀୟ ଜନତା ପାର୍ଟି (ବିଜେପି) ଭାରତର ଶାସକ ରାଜନୈତିକ ଦଳ ।[୧] ଏହା ଭାରତୀୟ ଜାତୀୟ କଂଗ୍ରେସ ସହିତ ଭାରତର ଦୁଇଟି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଅନ୍ୟତମ ।[୨] ୨୦୧୯ ସୁଦ୍ଧା ଏହା ଜାତୀୟ ସଂସଦ ତଥା ରାଜ୍ୟସଭାରେ ପ୍ରତିନିଧିତ୍ୱ ଦୃଷ୍ଟିରୁ ଦେଶର ସର୍ବବୃହତ ରାଜନୈତିକ ଦଳ ଏବଂ ପ୍ରାଥମିକ ସଦସ୍ୟତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବବୃହତ ଦଳ ।[୩] ବିଜେପି ଏକ ଦକ୍ଷିଣପନ୍ଥୀ ଦଳ ଏବଂ ଏହାର ନୀତି ଐତିହାସିକ ଭାବରେ ହିନ୍ଦୁ ଜାତୀୟତାବାଦୀ ସ୍ଥିତିକୁ ପ୍ରତିଫଳିତ କରିଛି ।[୪][୫] ଏହାଠାରୁ ବେଶୀ ପୁରୁଣା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସହିତ ଏହାର ଘନିଷ୍ଠ ଆଦର୍ଶ ଏବଂ ସାଂଗଠନିକ ସମ୍ବନ୍ଧ ରହିଛି ।[୬]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବିଜେପିର ଉତ୍ପତ୍ତି ୧୯୫୧ ମସିହାରେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ଥାପିତ ଭାରତୀୟ ଜନ ସଂଘରୁ ହୋଇଥିଲା ।[୭] ୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ପରେ ଜନ ସଂଘ ଅନ୍ୟାନ୍ୟ ଦଳ ସହ ମିଶି ଜନତା ପାର୍ଟି ଗଠନ କଲା ଓ ୧୯୭୭ ସାଧାରଣ ନିର୍ବାଚନରେ ଏହା ବର୍ତ୍ତମାନର କଂଗ୍ରେସ ଦଳକୁ ପରାସ୍ତ କରିଥିଲା । ତିନି ବର୍ଷ କ୍ଷମତାରେ ରହିବା ପରେ ଜନତା ଦଳ ୧୯୮୦ରେ ବିଭାଜିତ ହୋଇ ଜନସଂଘର ସଭ୍ୟମାନଙ୍କ ସହ ପୁନର୍ବାର ମିଶି ବିଜେପି ଗଠନ କରିଥିଲା । ଏହା ପ୍ରାରମ୍ଭରେ ଅସଫଳ ହୋଇ ୧୯୮୪ ସାଧାରଣ ନିର୍ବାଚନରେ କେବଳ ଦୁଇଟି ଆସନ ଜିତିଥିଲା । କିନ୍ତୁ ଏହା ପରେ ରାମ ଜନ୍ମଭୂମି ଆନ୍ଦୋଳନକୁ ଧରି ବଢ଼ିଥିଲା । ଅନେକ ରାଜ୍ୟ ନିର୍ବାଚନରେ ବିଜୟ ଏବଂ ଜାତୀୟ ନିର୍ବାଚନରେ ଭଲ ପ୍ରଦର୍ଶନ ପରେ ବିଜେପି ୧୯୯୬ରେ ସଂସଦର ସବୁଠାରୁ ବଡ଼ ଦଳରେ ପରିଣତ ହୋଇଥିଲା । ତେବେ ସଂସଦର ନିମ୍ନ ଗୃହରେ ଏହାର ସଂଖ୍ୟାଗରିଷ୍ଠତା ନଥିଲା ଏବଂ ଏହାର ସରକାର ମାତ୍ର ୧୩ ଦିନ ଧରି ଚାଲିଥିଲା ।୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ପ୍ରଥମ ଥର ସରକାର ଗଠନ କରି ୫ ବର୍ଷ କୌଣସି ଅଣ କଂଗ୍ରେସ ସରକାର ସ୍ଥାପିତ କରିଥିଲା। ଏହାପରେ ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୨୮୨ ଆସନ ବିଜୟୀ ହୋଇଥିଲା ଏବଂ ଏହା ପରେ ୨୦୧୯ ମସିହାରେ ୩୦୩ ଆସନରେ ବିଜୟୀ ହୋଇ ସରକାର ଗଠନ କରିଛି।[୮]
ବିଭିନ୍ନ ରାଜ୍ୟରେ ଉପସ୍ଥିତି
Remove ads
ଆଧାର
ବାହାର ତଥ୍ୟ
Wikiwand - on
Seamless Wikipedia browsing. On steroids.
Remove ads